Trade Media
     

କୁମାରକୋମ୍ ପକ୍ଷୀ ଅଭୟାରଣ୍ୟ


ଅବସ୍ଥିତି: କୋଟାୟମ ସହର ଠାରୁ 16 କିଲୋମିଟର ।

କୁମାରକୋମ୍ ଗ୍ରାମରେ ଭେମ୍ବାନାଡ ହ୍ରଦର ପୂର୍ବ ମୁହାଣରେ ବହୁ ଛୋଟ ଛୋଟ ଦ୍ୱୀପପୁଞ୍ଜ ରହିଛି । ଏହା ହେଉଛି କୁଟାନାଡ ଅଂଚଳର ଅଂଶ । ଏଠାରେ ରହିଥିବା ପକ୍ଷୀ ଅଭୟାରଣ୍ୟ ପ୍ରାୟ 14 ଏକର ଜମିରେ ବ୍ୟାପି ରହିଛି ଏବଂ ବହୁ ପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି ।

ଯଦି ଆପଣ ଜଣେ ପକ୍ଷୀ ପ୍ରେମୀ, ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଏହି ଅଭୟାରଣ୍ୟକୁ ବୁଲି ଯାଆନ୍ତୁ। ଏହି ସମୟ ହେଉଛି ଏଠାରେ ରହିଥିବା ଆର୍ଦ୍ର ଅଂଚଳର ପକ୍ଷୀମାନଙ୍କ ପାଇଁ ପ୍ରଜନନର ଋତୁ । ଯେପରି କି ଇଣ୍ଡିଆନ ଡାକ୍ଟର, ଲିଟିଲ୍ କର୍ମୋରାଣ୍ଟ୍, ବିଭିନ୍ନ ଜାତିର ଇଗ୍ରେଟ୍ ଏବଂ ବଗ, ଧଳା ବଗ, ବିଭିନ୍ନ ଜାତିର ମାଛରଙ୍କା ପକ୍ଷୀ ଦେଖାଯାଆନ୍ତି । ନଭେମ୍ବରରୁ ମେ ମାସ ମଧ୍ୟରେ ଏହି ଅଭୟାରଣ୍ୟର ଜଂଗଲ ଓ ବୁଦାଗୁଡିକରେ କିଛି ବିରଳ ବିଦେଶାଗତ ପକ୍ଷୀ ଦେଖାଯାଆନ୍ତି । ଭେମ୍ବାନାଡ ହ୍ରଦ ବିଭିନ୍ନ ପକ୍ଷୀକୁ ଆକର୍ଷିତ କରିଥାଏ, ଯେପରି କି ଗୋଜିଆ ଲାଂଜବାଲା ବତକ, ଗାର୍ଗାନିତିଲ୍, ସ୍ପଟ୍- ବିଲ୍ଡ ଡକ୍, ଶିକାରୀ ପକ୍ଷୀ ଯେପରି କି ଓସପ୍ରେ, ମାସ ହାରିଅର, ଷ୍ଟେପି ଇଗଲ୍ ଇତ୍ୟାଦି ।

ପକ୍ଷୀପ୍ରେମୀମାନେ ନିକଟସ୍ଥ କାଜିପୁଜା ମୁଟୁ, ପଥିରାମନଲ୍, ନରକଥାରା, ତୋଲାୟିରାମ, କାୟଲ ଏବଂ ପୁଥପାଣ୍ଡି କାୟଲକୁ ନୌକାରେ ଯାତ୍ରା କରି ସ୍ଥାନୀୟ ପକ୍ଷୀମାନଙ୍କୁ ଏବଂ ବିଦେଶରୁ ଆସିଥିବା 100ରୁ ଅଧିକ ଜାତିର ପକ୍ଷୀମାନଙ୍କୁ ଦେଖିପାରିବେ ।

ୱାଟରସ୍ପେପ୍ସ, କେରଳ ପର୍ଯ୍ୟଟନ ବିକାଶ ନିଗମ (କେଟିଡିସି)ର ବ୍ୟାକ୍ୱାଟର ରିସର୍ଟଗୁଡିକ ଏହି ଅଭୟାରଣ୍ୟ ନିକଟରେ ଅବସ୍ଥିତ । ଏଠାରେ ସ୍ୱତନ୍ତ୍ର କଟେଜ୍ ମଧ୍ୟ ନିର୍ମାଣ କରାଯାଇଛି ।

ସମୟ: ଦିନ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ

ଅଧିକ ସୂଚନା ଏବଂ ବୁକିଙ୍ଗ୍ ପାଇଁ କେରଳ ପର୍ଯ୍ୟଟନ ବିକାଶ ନିଗମ (କେଟିଡିସି) କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ:
ଫୋନ୍: + 91 481 2525864
ଫ୍ୟାକ୍ସ: + 91 481 2525862

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଟାୟମ, ପ୍ରାୟ 16 କିଲୋମିଟର
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଟାୟମ ସହର ଠାରୁ ପ୍ରାୟ 76 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia