Trade Media
     

ଆଲପୁଜା- କୋଚି କ୍ରୁଜ୍


ଆପଣ ଏହି ଦେବଭୂମି ବିଷୟରେ ଜାଣିବା ପାଇଁ ଚାଲି ଚାଲି କ୍ଲାନ୍ତ ହୋଇପଡ଼ିଲେଣି କି, ଯଦି ହଁ, ଆସନ୍ତୁ କିଛି ଅଲଗା ଜିନିଷ ଯାହାକି କମ୍ କ୍ଲାନ୍ତିକାରକ ପରୀକ୍ଷା କରି ଦେଖିବା। ବ୍ୟାକ୍ୱାଟର କ୍ରୁଜ୍, ଏକ ବିଳାସପୂର୍ଣ୍ଣ ହାଉସବୋଟର ଆରାମ ଅନୁଭବ କରିବା କିପରି ହେବ? ଆପଣ ଆଲପୁଜାରୁ ଗୋଟିଏ ଭଡାରେ ନେଇପାରିବେ । ଆନନ୍ଦ ରହନ୍ତୁ ଏବଂ ଆରାମ ଅନୁଭବ କରନ୍ତୁ । ପ୍ରଥମେ ଚାରିଆଡକୁ ଆଖି ପକାଇ ଦେଖନ୍ତୁ ଏବଂ ତାହା ପରେ ଧୀରେ ଧୀରେ ଭିମ୍ବାନାଡର ଅପରୂପ ସୌନ୍ଦର୍ଯ୍ୟର ଆନନ୍ଦ ନିଅନ୍ତୁ । ଏହା ହେଉଛି କେରଳର ସବୁଠାରୁ ବଡ ବ୍ୟାକ୍ୱାଟର ଅଂଶ।

ଆସନ୍ତୁ କେରଳର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର କୁମାରକୋମ୍ ଆଡକୁ ଯିବା। ରାସ୍ତାରେ ଭେମ୍ବାନାଡ଼ ହ୍ରଦରେ ଆପଣଙ୍କୁ ବିସ୍ତୀର୍ଣ୍ଣ ଜଳରାଶି ସହ ଗ୍ରାମ୍ୟ ଜୀବନ ଓ ଜଳରାଶିରେ ବିଭିନ୍ନ କାର୍ଯ୍ୟକଳାପର ଚିତ୍ର ଦେଖିବାକୁ ପାଇବେ । ଏହି ସବୁଜ ଉପୂକଳବର୍ତ୍ତୀ ଅଂଚଳରେ ରହିଛି ପ୍ରକୃତିର ଶୁଦ୍ଧ ସୌନ୍ଦର୍ଯ୍ୟ, ଯାହା ଆପଣଙ୍କୁ କ୍ଲାନ୍ତ ହେବାକୁ ଦିଏ ନାହିଁ। କୋମଳ ସୂର୍ଯ୍ୟାଲୋକ ଶାନ୍ତ ଜଳ ଉପରେ ପଡ଼ି ଏପରି ମାୟା ସୃଷ୍ଟି କରେ ଯେ ମନେହୁଏ ଯେପରି ଉଭୟ ଉପକୂଳବର୍ତ୍ତୀ ଅଂଚଳ ଆପଣଙ୍କୁ ବାହୁ ପ୍ରସାରି ସ୍ୱାଗତ କରୁଛି ପବନ, ଗୁଣୁଗୁଣୁ ଗୀତ ଗାଇଯାଉଛି । ଆପଣଙ୍କର ମନ ଏହି ଦୃଶ୍ୟ ଦେଖି ଶାନ୍ତ ହେବ ଏବଂ ଆପଣ ଜୀବନ ଜଞ୍ଜାଳର ସମସ୍ତ ବ୍ୟସ୍ତତା ଭୁଲିଯିବେ ।

ଆପଣ ଥରେ କ୍ୟୁଏସଟି ଏବଂ ଆର୍ ବ୍ଲକ୍ କାୟଲରେ ପ୍ରବେଶ କଲେ ଏହା ଆପଣଙ୍କୁ ଆହୁରି ଉଦ୍‌ବେଳିତ କରିବ । ଏହା କୁଟାନାଡରେ ଅବସ୍ଥିତ । ସାଧାରଣରେ କେରଳର ଭାତହାଣ୍ଡି ଭାବରେ ଜଣାଶୁଣା। ଏହି କେନାଲ୍ ମଧ୍ୟ ଦେଇ ଧୀରେ ଧୀରେ ଯାତ୍ରା କରନ୍ତୁ । ଏହାର ଚାରିପଟେ ଦେଖିବେ ଧାଡ଼ି ଧାଡ଼ି ତାଳଗଛ ଓ ଧାନ କ୍ଷେତ ।

କୁମାରକୋମରେ ପହଂଚି ଆପଣ ଆଉ ଏକ ବିସ୍ମୟର ଜଗତରେ ପହଂଚିବେ । ଏହି ଛୋଟ ବ୍ୟାକ୍ୱାଟର ଗ୍ରାମରେ ଦ୍ୱୀପପୁଞ୍ଜମାନ ରହିଛି, ଯାହାର ନିଜସ୍ୱ ଜୀବନ, ମନ୍ଥର, ସ୍ୱର୍ଗୀୟ ଓ ତାଳମୟ ମନେହେବ । ଏହି ସୁନ୍ଦର ଦୃଶ୍ୟ, ମଧୁର ସ୍ୱାଦ ଓ ସୁବାସ ଆପଣଙ୍କୁ ମତୁୱାଲ କରିବ ।

କୁମାରକୋମରେ କିଛି ସମୟ ରହି ଆରାମ କରିବା ପରେ ଆପଣ ଭାଇକୋମ ଆଡକୁ ଯାଇପାରନ୍ତି । ଏଠାରେ ଆପଣ ପୁଣି ଥରେ ଭେମ୍ବାନାଡ ହ୍ରାଦର ସ୍ଥିରତା, ଏହାର ଗାମ୍ଭୀର୍ଯ୍ୟର ଆନନ୍ଦ ନେବେ । ଏହି ଗତିପଥରେ ଆପଣ ଗୋଟିଏ ଛୋଟିଆ ଦ୍ୱୀପ ପଥିରାମନଲ ଦେଖିବେ । ମନେହୁଏ ଯେପରି ଦ୍ୱୀପଟି ଏହି ବିସ୍ତୀର୍ଣ୍ଣ ଜଳରାଶି ମଝିରେ ଭାସୁଛି ।

ଆପଣଙ୍କ ଯାତ୍ରା ପୁଣି ଆରମ୍ଭ କରି, ଆପଣ ଥାନିରମୁକୋମ, ଲୁଣି ଜଳର ପ୍ରତିବନ୍ଧକ ଭାବରେ ଜଣାଶୁଣା ଗ୍ରାମରେ ଅଟକିବେ, ଏହା ଥିନିରମୁକୋମ ବଣ୍ଡ ଭାବରେ ଜଣାଶୁଣା। ଏହା ହେଉଛି ଭାରତର ବୃହତ୍ତମ ମାଟି ନିୟନ୍ତ୍ରଣକାରୀ । ଏହି ଅଂଚଳରେ ବୁଲାବୁଲି କରିବା ଓ କେରଳର ସ୍ୱାଦିଷ୍ଟ ଶୁଖିଲା ଜଳଖିଆର ଆନନ୍ଦ ନେବା ଏକ ଅନନ୍ୟ ଅନୁଭୂତି ହୋଇଥାଏ ।

ଆପଣଙ୍କର ପରବର୍ତ୍ତୀ ବ୍ୟାକ୍ୱାଟର ଲକ୍ଷ୍ୟସ୍ଥଳ ହେଉଛି- ଭାଇକୋମ୍ ଯାହାକି ଆପଣଙ୍କୁ ଉତ୍ସାହଜନକ ଦୃଶ୍ୟ ଓ ଜୀବନଶୈଳୀ ଦର୍ଶାଇଥାଏ । ଆପଣ କେରଳର ମହାନ୍ ପରାମ୍ପରାର ନମୁନା ଏଠାରେ ଦେଖିବେ । ଶିବପାର୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ଏହି ସହରର ମୁଖ୍ୟ ଆକର୍ଷଣ ହୋଇଥାଏ । ଏହି ଅଂଚଳର ଘନ ସବୁଜିମା ଆପଣଙ୍କୁ ଆହ୍ଲାଦିତ କରେ ।

ଭାଇକୋମରୁ, ସ୍ୱାଦିଷ୍ଟ କେରଳ ଆହାର ଭୋଜନର ଆନନ୍ଦ ନେଇ ଆପଣ ଏବେ କୁମ୍ବାଲାଙ୍ଗି ଆଡକୁ ଯାତ୍ରା କରିପାରିବେ । ଆମ୍ଭେମାନେ ନଡିଆ ବଗିଚା ଓ ଧାନକ୍ଷେତ ପରିବେଷ୍ଟିତ ଛୋଟିଆ ଗାଁ ଥାଇକାଟୁସେରି ମଧ୍ୟ ଦେଇ ଯାତ୍ରା କରିବା । ଏହି ସ୍ଥାନର ସ୍ଥିର ବ୍ୟାକ୍ୱାଟର ମନକୁ ଉତ୍ତାଳ କରେ । କୋମ୍ବାଲାଙ୍ଗିରେ ପ୍ରଥମ ଦୃଶ୍ୟ ହେବ ଆକର୍ଷଣୀୟ ଚାଇନିଜ୍ ଫିସିଙ୍ଗ୍ ନେଟର ଧାଡି ଯାହାକି ବ୍ୟାକ୍ୱାଟରର ପାର୍ଶ୍ୱରେ ରହିଥାଏ । ପୋକାଲି ଚାଷ, ଚାଷ କରିବାର ଏକ ପାରମ୍ପରିକ ସ୍ୱଦେଶୀ ପଦ୍ଧତି ଯାହାକି ଧାନଚାଷକୁ ଚାଷ ପରେ ପରେ ଚିଙ୍ଗୁଡି ଚାଷ ପାଇଁ ବ୍ୟବହାର କରାଯାଇଥାଏ ଏହା ହେଉଛି କୁମ୍ବଲାଙ୍ଗିର ଏକ ସ୍ୱତନ୍ତ୍ର କୃଷି କ୍ରିୟା ।

କୁମ୍ବଲାଙ୍ଗିର ବ୍ୟାକ୍ୱାଟର ଉପରେ ଶୀତଳ ପବନରେ ବିଚରଣ କରିବା ପରେ ଏବେ ଫୋର୍ଟ କୋଚି ଆଡକୁ ଯିବା, ଯାହାକି ଚାଇନିଜ୍ ଫିସିଙ୍ଗ୍ ନେଟରେ ଓ ଅନ୍ୟାନ୍ୟ ଐତିହାସିକ ସ୍ଥଳରେ ଏହାର ସ୍ଥିତି ସାବ୍ୟସ୍ତ କରେ । ଏହି ସ୍ଥାନରେ ଚାଲି ଚାଲି ଦେଖିବାକୁ ଭଲ ଲାଗେ । ଅବଶ୍ୟ, ବୋର୍ଡରୁ ମଧ୍ୟ ଏହି ଦୃଶ୍ୟ ଦେଖି କମ୍ ଆନନ୍ଦ ଲାଭ ହୁଏ ନାହିଁ ।

ଫୋର୍ଟ କୋଚି ଆଡକୁ ଯିବା ସମୟରେ, ଆସନ୍ତୁ ଆମର ଚୂଡାନ୍ତ ଲକ୍ଷ୍ୟସ୍ଥଳ ବୋଲଘାଟି ଦ୍ୱୀପ ଆଡକୁ ଯିବା । ବୋଲଘାଟି ଦ୍ୱୀପ ଆଡକୁ ଗଲା ବେଳେ ଆପଣ ଏର୍ଣ୍ଣାକୁଲମ ସହରର ମୁଖ୍ୟ ଭୂମିର ସ୍ମରଣୀୟ ଦୃଶ୍ୟ ଦେଖିବେ । ଏହାର ଦିଗ୍‌ବଳୟ ଏବଂ ପୂର୍ବ ଦିଗରେ ରହିଥିବା ସିପ୍ୱାର୍ଡ ବା ଜାହାଜ ପରିସର । ବୋଲଘାଟିରେ ଏବେ ଆମ ପାଇଁ ପୁଣି ମତୁଆଲା ହେବାର ସମୟ ଶୀତଳ ପବନରେ ନିଜକୁ ହଜାଇ ଦିଅନ୍ତୁ, ସୂର୍ଯ୍ୟାଲୋକର ସ୍ୱର୍ଗୀୟ ସ୍ପର୍ଶରେ ପୁଲକିତ ହୁଅନ୍ତୁ ।

ଗତ କିଛି ଘଣ୍ଟାର ମଧୁର ସ୍ମୃତି ଆପଣ ଆଗାମୀ ବହୁଦିନ ଯାଏଁ ଭୁଲି ପାରିବେ ନାହିଁ । ସତ କହିଲି ନା? ଏହି ଯାତ୍ରାରେ ଆସନ୍ତୁ ଆପଣଙ୍କ ମନରେ ଏହା ସବୁଦିନେ ସ୍ମରଣୀୟ ହୋଇରହିବ ।

ଆଲପୁଜାରେ ବ୍ୟାକ୍ୱାଟର କ୍ରୁଜ୍ ଏବଂ ଟୁର୍ ପରିଚାଳନା ନିମନ୍ତେ ଯୋଗାଯୋଗ କରନ୍ତୁ, ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ (ଡିଟିପିସି) ।
ଫୋନ୍: + 91 477 2253308, 2251796.
ଫ୍ୟାକ୍ସ:  + 91 477 2251720
ଇ-ମେଲ୍: alp_dtpcalpy@sancharnet.in


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia