Trade Media
     

ରାମାକାଲମେଡୁ


କେରଳର ଇଡୁକି ଜିଲ୍ଲାରେ ଅବସ୍ଥିତ, ରାମାକାଡୁ ହେଉଛି ଥେକାଡି ଠାରୁ ପ୍ରାୟ 40 କିଲୋମିଟର ଦୂର, ଯାହାକି କେରଳର ଲୋକପ୍ରିୟ ବନ୍ୟପ୍ରାଣୀ ସ୍ଥଳ ମଧ୍ୟରୁ ଗୋଟିଏ । ଥେକାଡି- ମୁନ୍ନାର ରୋଡରେ ଯାତ୍ରା କରି ଜଣେ ପଶ୍ଚିମଘାଟର ଆକର୍ଷଣୀୟ ପର୍ବତଶ୍ରେଣୀ, ରାମକାଲମେଡୁରେ ପହଂଚିପାରିବ ନେଦୁମକନ୍ଦମ୍ ଠାରୁ 16 କିଲୋମିଟର ଦୂର ।

ଏହି ସ୍ଥାନରେ ପର୍ବତ ପୃଷ୍ଠରେ ରହିଥିବା ପାଦ ଚିହ୍ନକୁ ପ୍ରଭୁ ରାମଙ୍କର ପାଦଚିହ୍ନ ବୋଲି କୁହାଯାଏ । ଭାରତୀୟ ଧର୍ମଗ୍ରନ୍ଥ ରାମାୟଣର ବର୍ଣ୍ଣନା ଅନୁଯାୟୀ ପ୍ରଭୁ ରାମ ହେଉଛନ୍ତି ବିଷ୍ଣୁଙ୍କର ଅବତାର ।

ରାମାକାଲମେଡୁରେ ରହିଛି ବିବିଧତାରେ ପରିପୂର୍ଣ୍ଣ ଶାନ୍ତ ଶୀତଳ ପର୍ବତ ଏବଂ ପଡୋଶୀ ରାଜ୍ୟ ତାମିଲନାଡୁର ଗ୍ରାମଗୁଡିକର ସୁନ୍ଦର ଦୃଶ୍ୟ, ଯାହାକି ପଶ୍ଚିମଘାଟର ପୂର୍ବ ପାର୍ଶ୍ୱରେ ରହିଛି । ଏହା ଖୁବ୍ ଉଚ୍ଚ, ପିଲାର ପରି ପଥୁରିଆ ଅଂଶ, ଏହାର ଉଚ୍ଚତା 300 ମିଟର ଏବଂ ଏହା ପୂର୍ବ ଆଡକୁ ମୁହଁ କରି ରହିଛି । ଏହା ମଧ୍ୟ ଅନ୍ୟତମ ଆକର୍ଷଣ ହୋଇଥାଏ ।

ଏହା ହେଉଛି ଏସିଆର ସବୁଠାରୁ ଅଧିକ ପବନ ବହୁଥିବା ସ୍ଥାନ । ତେଣୁ ଜଣେ ମଧ୍ୟ ଏଠାରୁ ପବନ କଳ ବା ୱିଣ୍ଡ ଫାର୍ମରୁ ବିଦ୍ୟୁତ୍ ଉତ୍ପାଦନ ହେଉଥିବାର ଦେଖିପାରିବ, ଯାହାକି କେରଳ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଛି ।

ରାମାକାଲମେଡୁ ଚାରିପଟେ ରହିଥିବା ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ଅନ୍ତର୍ଭୁକ୍ତ ଫ୍ରଗ୍ ରକ୍ ବା ବେଙ୍ଗ ପାହାଡ, ଟର୍ଟଲ ରକ୍ ବା କଇଁଛ ପାହାଡ ଏବଂ କେରଳର ସର୍ବୋଚ୍ଚ  ଯାଆଁଳା ପ୍ରତିକୃତି କୁର୍ବାନ ଏବଂ କୁରାଠି ।

ରାମାକାଲମେଡୁ ଯିବା ରାସ୍ତାରେ ଯାତ୍ରୀ ଦୁଇ ପାର୍ଶ୍ୱରେ ରହିଥିବା ରବର, ଚା’, ଅଳେଇଚ, କଫି, ଗୋଲମରିଚ ବଗିଚା ଓ ସୁନ୍ଦର କୁଟିକାଣମ୍ ପର୍ବତର ପ୍ରାକୃତିକ ଦୃଶ୍ୟର ଆନନ୍ଦ ନେଇପାରିବେ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଚଙ୍ଗନଚେରି, ପ୍ରାୟ 93 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର:  ମଦୁରାଇ (ତାମିଲ ନାଡୁ) କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରୁ ପ୍ରାୟ 140 କିଲୋମିଟର ଦୂର, ନେଦୁମ୍ବାସେରି, ପ୍ରାୟ 190 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia