Trade Media
     

ପାରାମ୍ବିକୁଲମ୍ ବନ୍ୟପ୍ରାଣୀ ଅଭୟାରଣ୍ୟ


ଅବସ୍ଥିତି: ପଲକଡ଼ ଠାରୁ ପ୍ରାୟ 110 କିଲୋମିଟର ଦୂର ।

ପାରାମ୍ବିକୁଲମ୍ ହେଉଛି  ତାମିଲନାଡୁର ଆନାମଲାଇ ପର୍ବତ ଶ୍ରେଣୀରେ ଏବଂ କେରଳର ପଲକଡ଼ ଜିଲ୍ଲାର ନେଲିୟାମପାଥି ପର୍ବତଶ୍ରେଣୀରେ ରହିଥିବା ଏକ ସବୁଜ ଉପତ୍ୟକା ସହିତ ବିଭିନ୍ନ ଝରଣାର ସମାହାର । ପାରାମ୍ବିକୁଲମ୍ ବନ୍ୟପ୍ରାଣୀ ଅଭୟାରଣ୍ୟ ପଶ୍ଚିମଘାଟରେ ପ୍ରାୟ 285 ବର୍ଗକିଲୋମିଟର ଅଂଚଳରେ ବ୍ୟାପି ରହିଛି ।

ଏହି ଅଭୟାରଣ୍ୟ କେରଳର ବହୁ ବିରଳ ବୃକ୍ଷଲତାର ଅନୁଭୂତି ପ୍ରଦାନ କରିଥାଏ । ଖୁବ୍ କମ୍ ସଂଖ୍ୟକ ଜନଜାତି ଯେପରି କି ମାଲାୟାର, କଦରସ ଏବଂ ମୁଥୁବନମାନେ ମଧ୍ୟ ପରାମ୍ବିକୁଲମ ଜଂଗଲ ମଧ୍ୟରେ ବାସ କରନ୍ତି । ଏଠାରେ ରହିଥିବା ବିଭିନ୍ନ ବନ୍ୟପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ନୀଳଗିରି ଲଙ୍ଗୁର, ସିଂହ- ଲାଞ୍ଜବାଲା ମାକାକ୍ୟୁ, ବାଘ, ନୀଳଗିରି ତହର, ଏସୀୟ ହାତୀ, ଚିତ୍ରା ହରିଣ, ଭାରତୀୟ ବଣୁଆ କୁକୁର, ବିଭିନ୍ନ ଜାତିର ସାପ ଓ ବୁଢ଼ିଆଣୀ ଏବଂ ଅଗଣିତ ପକ୍ଷୀ ଓ ପ୍ରଜାତି ।

ଏହି ଅଭୟାରଣ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର ଗଛ ମୁଖ୍ୟତଃ ଶାଳ, ଲିମ୍ବ, ଚନ୍ଦନ ଓ ରୋଜଉଡ୍ ମଧ୍ୟ ରହିଛି । ଏଠାରେ ରହିଛି ସବୁଠାରୁ ପ୍ରାଚୀନ ଶାଳ ଗଛ ‘କନ୍ନିମାରି’ ।

ପରାମ୍ବିକୁଲମ୍ ଜଳାଶୟରେ ବୋଟକ୍ରୁଜର ବ୍ୟବସ୍ଥା କରାଯାଇପାରିବ । ଅଭୟାରଣ୍ୟ ମଧ୍ୟରେ ଟ୍ରେକିଙ୍ଗ୍ କେବଳ ଜଂଗଲ ଅଧିକାରୀଙ୍କ ଅନୁମତି ସହ ସମ୍ଭବ ହୋଇଥାଏ । ଥୁନାକାଡାବୁରେ ସଂରକ୍ଷିତ ଜଂଗଲ କ୍ଷେତ୍ରରେ  ଟ୍ରି ହାଉସ ରହିଛି, ଏଥିପାଇଁ ପାରମ୍ବିକୁଲମର ମୁଖ୍ୟ କାର୍ଯ୍ୟାଳୟରୁ ଆଗୁଆ ବୁକିଙ୍ଗ କରିବାକୁ ପଡ଼ିଥାଏ । ଥୋନକାବାଡୁ, ଥେଲିକାଲ ଏବଂ ଇଲାଥୋଡରେ ରାଜ୍ୟ ଜଂଗଲ ବିଭାଗର ରେଷ୍ଟ୍ ହାଉସ ରହିଛି, ଯେଉଁଠାରେ ଆପଣମାନେ ଆରାମରେ ରହିପାରିବେ ।

ଏଠାରେ ପହଂଚିବା ପାଇଁ:
ତାମିଲନାଡୁର ପୋଲାଚି ଠାରୁ ରାଜରାସ୍ତାରେ ପାରାମ୍ବିକୁଲମରେ ପହଂଚିହୁଏ । ପଲକଡ଼- ପୋଲାଚି ରାସ୍ତାରେ ଦୂରତା ହେଉଛି 45 କିଲୋମିଟର ଏବଂ କୋଲାଚି- ପୋରାମ୍ବିକୁଲମର ଦୂରତା ପ୍ରାୟ 65 କିଲୋମିଟର ।
  • ନିକଟତମ ରେଳଷ୍ଟେସନ: ପୋଲାଚି ପ୍ରାୟ 65 କିଲୋମିଟର ।
  • ନିକଟତମ ବିମାନ ବନ୍ଦର: ତାମିଲନାଡୁର କୋଇମ୍ବାଟୁର, ପଲକଡ଼ ଠାରୁ ପ୍ରାୟ 55 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia