Trade Media
     

ଫୋର୍ଟ କୋଚି


କୋଚିର ଘଟଣାବହୁଳ ଇତିହାସ 1341 ମସିହାରେ ଦେଖାଦେଇଥିବା ଏକ ବଡ଼ ବନ୍ୟାରୁ ଆରମ୍ଭ ହୋଇଥାଏ । ସେ ପର୍ଯ୍ୟନ୍ତ କୋଚି ଚାରିପଟେ ଭୂମି ଦ୍ୱାରା ଆଛାଦିତ ଅଂଚଳ ହୋଇଥିଲା। ଏହି ବନ୍ୟା ଏହାକୁ ବିଶ୍ୱର ଏକ ସୂକ୍ଷ୍ମତମ ପ୍ରାକୃତିକ ପୋତାଶ୍ରୟର ରୂପ ଦେଇଥିଲା। ତାହା ପରେ କୋଚିକୁ ସମଗ୍ର ବିଶ୍ୱରୁ ପର୍ଯ୍ୟଟକମାନେ ଆସିଲେ ଏବଂ ଏହା ଭାରତର ପ୍ରଥମ ୟୁରୋପୀୟ ଟାଉନସିପ୍ ହୋଇଥିଲା ଯେତେବେଳେ 15ଶ ଶତାଦ୍ଦୀରେ ପର୍ତ୍ତୁଗିଜ୍‌ମାନେ ଏଠାରେ ବସତି ସ୍ଥାପନ କରିଥିଲେ ।

1663ରେ ପର୍ତ୍ତୁଗିଜମାନଙ୍କ ଠାରୁ ଡଚମାନେ ଫୋର୍ଟ କୋଚି ଅଧିକାର କରିଥିଲେ ଏବଂ ଉପନିବେଶବାଦ ଶାସନର ଶେଷ ପର୍ଯ୍ୟାୟ ବେଳକୁ ପରବର୍ତ୍ତୀ ସମୟରେ ବ୍ରିଟିଶମାନେ 1795ରେ ଏହି ସହର ଅଧିକାର କଲେ । 1660 ସମୟରେ, ଫୋର୍ଟ କୋଚି ଏକ ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ଭାବରେ ଖ୍ୟାତିଲାଭ କଲା ଏବଂ ଦେଶବିଦେଶରେ ଏକ ସମୃଦ୍ଧ ବାଣିଜ୍ୟ କେନ୍ଦ୍ର ଭାବରେ ଆଦୃତ ହେଲା, ଏହା ଥିଲା ପ୍ରମୁଖ ସେନାବାହିନୀ ବେସ୍ ଏବଂ ଏକ ସମୃଦ୍ଧ ସାଂସ୍କୃତିକ କେନ୍ଦ୍ର, ଏକ ବିଶାଳ ଜାହାଜ ନିର୍ମାଣ କେନ୍ଦ୍ର, ଖ୍ରୀଷ୍ଟିଆନ୍ ଧର୍ମର କେନ୍ଦ୍ର ଓ ଅନ୍ୟାନ୍ୟ । ଆଜି ଶହ ଶହ ବର୍ଷ ପରେ ଏହି ସହରରେ ଏବେ ବି ପ୍ରାୟ ତେରଟି ଧର୍ମର ଲୋକେ ବାସ କରନ୍ତି ।

କୋଚିର କେତେକ ଆକର୍ଷଣୀୟ ସ୍ଥାନ ହେଉଛି ଭାସ୍କୋଡାଗାମା ସ୍କୋୟାର, ସାନ୍ତାକୁଜ୍ ବାସିଲିକା, ସେଣ୍ଟ ଫ୍ରାନ୍ସିସ୍ ଚର୍ଚ, ଭିଓସିଗେଟ୍, ବାଷ୍ଟିଓନ ବଙ୍ଗଲୋ ଇତ୍ୟାଦି ।

ଏହି ଚାଇନିଜ୍ ଫିସିଙ୍ଗନେଟ୍ ସନ୍ତୁଳିତ ଶାଳ କାଠର ଖମ୍ବ ଓ ବାଉଁଶ ଉପରେ ଲଗାଯାଇଛି । ରେକର୍ଡରୁ ଜଣାପଡ଼ିଛି ଯେ ଏଗୁଡିକ ଏଠାରେ 1350 ଏବଂ 1450 ମସିହା ମଧ୍ୟରେ ଏଠାରେ ଲଗାଯାଇଥିଲା। ଭାସ୍କୋଡାଗାମା ସ୍କୋୟାର, ଅଣଓସାରିଆ କ୍ରୋମେନାଡ, ଯାହାକି ସମୁଦ୍ର ସହିତ ସମାନ୍ତରାଳ ଭାବରେ ରହିଛି, ସେହି ସ୍ଥାନ ହେଉଛି ଫେସିଙ୍ଗନେଟ୍ ଦେଖିବା ପାଇଁ ଶ୍ରେଷ୍ଠ ସ୍ଥାନ, ଯାହାକି ସମୁଦ୍ର ଭିତରୁ ନୁଆଁଣିଆ ହୋଇ ବାହାରିଆସିଛି ।

ଏହି ସାନ୍ତା କ୍ରୁଜ୍ ବାସିଲିକା, ହେଉଛି ଏକ ଚର୍ଚ ଯାହାକି ପ୍ରାଥମିକ ଭାବରେ ପର୍ତ୍ତୁଗିଜମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। 1558 ମସିହାରେ ପୋପ୍ ପର୍ଲ 4ଙ୍କ ଦ୍ୱାରା ଏକ କ୍ୟାଥେଡ୍ରାଲ୍ ଭାବରେ ପରିବର୍ଦ୍ଧିତ କରାଯାଇଥିଲା। ଡଚ୍ ଯୋଦ୍ଧାମାନେ, ଯେଉଁମାନେ କ୍ୟାଥଲିକ୍ ସୌଧ ଧ୍ୱଂସ କରିଦେଇଥିଲେ ସେଥିରୁ ବଂଚି ଯାଇଥିଲା । ପରବର୍ତ୍ତୀ ସମୟରେ ବ୍ରିଟିଶମାନେ ଏହାକୁ ଧ୍ୱଂସ କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିସପ୍ ଡୋମ୍ ଗୋମେଜ୍ ଭେରେଇରା 1887ରେ ଏକ ନୂଆ ସୌଧ ନିର୍ମାଣ କରିଥିଲେ । 1905ରେ କନ୍ସେକ୍ରେଟ୍ ହୋଇଥିଲା, 1984ରେ ପୋପ୍ ଜନ୍ ପଲ୍ 2ଙ୍କ ଦ୍ୱାରା ବାସିଲିକା ଭାବରେ ଆଦୃତ ହୋଇଥିଲା।

ଫୋର୍ଟ କୋଚିରେ ରହିଛି ଭାରତର ପ୍ରାଚୀନ ଚର୍ଚଗୁଡିକ ମଧ୍ୟରୁ ଗୋଟିଏ- ଏହି ସେଣ୍ଟ ଫ୍ରାନ୍ସିସ୍ ଚର୍ଚ । ଏହା ପର୍ତ୍ତୁଗିଜ୍ ଶାସନ ସମୟରେ 1503 ରୁ1663 ପର୍ଯ୍ୟନ୍ତ ଏକ ରୋମାନ୍ କ୍ୟାଥୋଲିକ୍ ଚର୍ଚ ଥିଲା,  1664 ରୁ 1804 ପର୍ଯ୍ୟନ୍ତ ଏକ ଡଚ୍ ରିଫର୍ମିଷ୍ଟ ଚର୍ଚ ଥିଲା, 1804 ରୁ 1947 ପର୍ଯ୍ୟନ୍ତ ଏକ ଆଙ୍ଗିଲକାନ୍ ଚର୍ଚ ଥିଲା। ଆଜି ଏହା ଦକ୍ଷିଣ ଭାରତ (ସିଏସଆଇ)ର ଚର୍ଚ ଦ୍ୱାରା ପରିଚାଳିତ ହେଉଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଭାସ୍କୋଡାଗାମା ଯେ କି 1524ରେ ମୃତ୍ୟୁବରଣ କରିଥିଲେ ତାଙ୍କର ମୃତଦେହକୁ 14 ବର୍ଷ ପରେ ପର୍ତ୍ତୁଗାଲକୁ ଫେରାଇ ଦେବା ପୂର୍ବରୁ ଏଠାରେ ପୋତି ଦିଆଯାଇଥିଲା । ଫୋର୍ଟ କୋଚିରେ ରହିଥିବା ପ୍ରତ୍ୟେକଟି ନିର୍ମାଣ ସୌଧ ଗଳି, କବାଟ, ଝରକା ଏବଂ ଇଟା ଯେମିତି ଅନେକ କାହାଣୀ କହିବାକୁ ଅପେକ୍ଷା କରିଛି ।

ବହୁ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ବ୍ୟତୀତ, କୋଚିରେ ମଧ୍ୟ ଅନେକ ରେଷ୍ଟୁରାଣ୍ଟର ଧାଡି ରହିଛି, ଯେଉଁଠାରେ ତାଜା ସାମୁଦ୍ରିକ ଖାଦ୍ୟ ପରଷା ଯାଇଥାଏ । ଏଗୁଡିକ ପର୍ଯ୍ୟଟକ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି ।

ଏଠାରେ ପହଂଚିବା ପାଇଁ:

ବସ୍ କିମ୍ବା ଫେରିରେ ଫୋର୍ଟ କୋଚିରେ ପହଂଚି ହୋଇଥାଏ । ପ୍ରାୟ 13 କିଲୋମିଟର ଦୂରରେ ରହିଥିବା ଏର୍ଣ୍ଣାକୁଲମରୁ ଏହି ବସ୍ ଯାତ୍ରା ପ୍ରାୟ ଏକ ଘଣ୍ଟା ଲାଗିଥାଏ ଏବଂ ମେନ୍ ବୋଟ୍ ଜେଟିରୁ ଏର୍ଣ୍ଣାକୁଲମ୍ ପର୍ଯ୍ୟନ୍ତ ଫେରିରେ ଯାତ୍ରା କରିବା ପାଇଁ ପ୍ରାୟ 20 ମିନିଟ୍ ଲାଗିଥାଏ ।
  • ନିକଟତମ ରେଳଷ୍ଟେସନ: ଏର୍ଣ୍ଣାକୁଲମ୍ ମେନ୍ ବୋଟ୍ ଜେଟି ଠାରୁ ପ୍ରାୟ 13 କିଲୋମିଟର
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 20 କିଲୋମିଟର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia