Trade Media
     

ଇଡୁକି ବନ୍ୟପ୍ରାଣୀ ଅଭୟାରଣ୍ୟ


ଅବସ୍ଥିତି: ଥୋଡୁପୁଜା, ଇଡୁକି ଜିଲ୍ଲା, କେନ୍ଦ୍ର କେରଳ ଠାରୁ ପ୍ରାୟ 40 କିଲୋମିଟର ।

ଏକ ଚାରିପଟେ ଭୂମି ଦ୍ୱାରା ଆବଦ୍ଧ ଜିଲ୍ଲା ଇଡୁକି ହେଉଛି କେରଳର ପ୍ରାକୃତିକ ଶୋଭାରେ ସମୃଦ୍ଧ କ୍ଷେତ୍ରଗୁଡିକ ମଧ୍ୟରୁ ଗୋଟିଏ । ଇଡୁକି ବନ୍ୟପ୍ରାଣୀ ଅଭୟାରଣ୍ୟ ଏହି ଜିଲ୍ଲାର ଥୋଡୁପୁଜା ଏବଂ ଉଦୁମପାଞ୍ଚୋଲା ତାଲୁକରେ ପ୍ରାୟ 77 ବର୍ଗ କିଲୋମିଟର ଅଂଚଳରେ ବ୍ୟାପିରହିଛି । ଏହା ସମୁଦ୍ର ପତନ ସ୍ତର ଠାରୁ ଉଚ୍ଚରେ 450-748 ଅକ୍ଷାଂଶରେ ଅବସ୍ଥିତ । ଏହି ଅଭୟାରଣ୍ୟ ଚେରୁଥୋଣି ଏବଂ ପେରିୟାର ନଦୀ ମଧ୍ୟରେ ରହିଥିବା ଜଂଗଲକୁ ଆବୃତ୍ତ କରୁଛି । ଏହି ଅଭୟାରଣ୍ୟ ଚାରିପଟେ ଏକ ମନୋରମ ହ୍ରଦ ରହିଛି । ଏହି ହ୍ରଦ ନିକଟରେ ରହିଛି ସୁନ୍ଦର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ ଏବଂ ପତ୍ରଝଡା ଦେଉଥିବା ବିଭିନ୍ନ ବୃକ୍ଷ । ଏଠାରେ ମଧ୍ୟ ନୌକା ବିହାରର ସୁବିଧା ଯୋଗାଇ ଦିଆଯାଇଥାଏ ।

ହାତୀ, ମଇଁଷି, ସମ୍ବର, ହରିଣ, ବଣୁଆ କୁକୁର, ବଣଭୁଆଁ, ବାଘ, ଜଂଗଲୀ ବୋର୍ ଇତ୍ୟାଦି ସହିତ ବିଭିନ୍ନ ପ୍ରକାରର ସାପ, ଏପରି କି ନାଗ, ଅହିରାଜ, କ୍ରେଟ୍ ଓ ଅଗଣିତ ବିଷାକ୍ତ ହୋଇନଥିବା ସାପ ମଧ୍ୟ ଦେଖାଯାଆନ୍ତି । ବିଭିନ୍ନ ପକ୍ଷୀମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରେ ଜଂଗଲ ଫାଉଲ, ମାଲବାର ଗ୍ରେ ହର୍ନ ବିଲ୍, ଏକାଧିକ ପ୍ରଜାତିର କାଠହଣା ଚଡେଇ, ବୁଲବୁଲ୍, ଫ୍ଲାଏ କାଚର ଇତ୍ୟାଦି । ଏଠାକାର ବନ୍ୟପ୍ରାଣୀମାନଙ୍କର ଉପସ୍ଥିତି ତେକାଡି ସଦୃଶ ହୋଇଥାଏ। ଏହି ଅଭୟାରଣ୍ୟ ବିଶ୍ୱର ପ୍ରସିଦ୍ଧ ଇଡୁକି ଅର୍ଚ ନଦୀବନ୍ଧ ନିକଟରେ ଅବସ୍ଥିତ ।

ଏଠାରେ ପହଂଚିବା ପାଇଁ: 
ଥୋଡୁପୁଜା- କୋଚି ପ୍ରାୟ 58 କିଲୋମିଟର
  • ନିକଟତମ ରେଳଷ୍ଟେସନ: କୋଟାୟମ ପ୍ରାୟ 114 କିଲୋମିଟର: ଚଙ୍ଗନସେରି ପ୍ରାୟ 114 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ପଡୋଶୀ ରାଜ୍ୟ ତାମିଲନାଡୁର ମଦୁରାଇ, 140 କିଲୋମିଟର ଦୂର; କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାୟ 190 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia