|
|
|
|
|
|
|
|
|
|
ପିରମେଡ |
|
|
ସ୍ଥାନ: କୁମିଲି, ଇଡୁକି ଜିଲ୍ଲା, କେନ୍ଦ୍ରୀୟ କେରଳ ଠାରୁ ପ୍ରାୟ 40 କିଲୋମିଟର ।
ପିରମେଡେ ହେଉଛି ଏକ ସୁନ୍ଦର ଶୈଳନିବାସ, ଯାହାକି ସମୁଦ୍ର ପତନ ଠାରୁ 915 ମିଟର ଉଚ୍ଚରେ ରହିଛି । ଏହା ପଶ୍ଚିମଘାଟ ପର୍ବତ ପାଇଁ ଏକ ଆଦର୍ଶ ସ୍ଥାନ ଏବଂ ପେରିୟାର ବ୍ୟାଘ୍ର ଅଭୟାରଣ୍ୟକୁ ଯାଉଥିବା ବାଟରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ନେବା ପାଇଁ ଏକ ଉପଯୁକ୍ତ ସ୍ଥାନ।
ବିସ୍ତୀର୍ଣ୍ଣ ଚା’, କଫି, ଅଳେଇଚ, ରବର ଏବଂ ୟୁକାଲିପଟାସ୍ ଉଦ୍ୟାନ ପାର୍ଶ୍ୱରେ ରହିଛି ପ୍ରାକୃତିକ ଘାସଭୂଇଁ, ପାଇନ ଜଂଗଲ ଏବଂ ଜଳପ୍ରପାତ ଯାହାକି ଏହାକୁ ଏକ ଆଦର୍ଶ ଗ୍ରୀଷ୍ମ ରିସର୍ଟରେ ପରିଣତ କରିଛି । ରାଜାମାନଙ୍କର ଏହି ଗ୍ରୀଷ୍ଣକାଳୀନ ରାଜପ୍ରାସାଦ ଟ୍ରାଭାନକୋର୍ ଆଜି ଏଠାକାର ଏକ ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିସ୍ତମ୍ଭ୍ ପାଲଟିଛି ।
ପିରମେଡେ ଏବଂ ଏହାର ଚାରିପଟ ଅଂଚଳ ଟ୍ରେକିଙ୍ଗ୍, ସାଇକେଲ ଚାଳନା ଏବଂ ଘୋଡା ଚାଳନା ପାଇଁ ଉପଯୁକ୍ତ ହୋଇଥାଏ। କୁଟିକାଣମ ହେଉଛି ଆଡଭେନଞ୍ଚର ଟ୍ୟୁରିଜିମ୍ ଏବଂ ଟ୍ରେକିଙ୍ଗ୍ ପାଇଁ ଏକ ଉପଯୁକ୍ତ ସ୍ଥାନ, ଯାହାକି ପିରମେଡେ ଠାରୁ ମାତ୍ର 3 କିଲୋମିଟର ଦୂର ।
ଏଠାକାର ଆଉ ଏକ ଆକର୍ଷଣ ହେଉଛି ତ୍ରିଶଙ୍କୁ ପାହାଡ, ଯାହାକି ପ୍ରାୟ 4 କିଲୋମିଟର ଦୂର। ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ପାହାଡ, ସୁନ୍ଦର ପ୍ରାକୃତିକ ଦୃଶ୍ୟ ଓ ପବନର ମୃଦୁ ଦୃଶ୍ୟ ଯୋଗୁଁ ଏଠାରେ ବହୁ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଦେଖିବାକୁ ଇଛା ହୁଏ । ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରେ ଏହି ପର୍ବତ ଅତ୍ୟନ୍ତ ମନୋରମ ଦିଶେ ।
|
|
|
|
|
|
|
|
|
|
|
|
|
|
|
|
|