ପଟୁମାଲା କିମ୍ବା ସିଲ୍କରେ ଆବୃତ ଏହି ପର୍ବତକୁ ସେମାନେ ଏକ ଆକର୍ଷଣୀୟ ସ୍ଥାନ ବୋଲି କହିଥାନ୍ତି । ଏହି ମାସରେ ଆମ୍ଭମାନେ ଆପଣଙ୍କ ପାଇଁ ଏହାର ବୈଶିଷ୍ଟ୍ୟ ପ୍ରଦର୍ଶନ କରୁଛୁ ।
ଏହି ସିଲକେନ ହିଲ୍ ବା ପଶମର ପାହାଡ, ପିରମେଡେରେ ଇଡୁକିରେ ଅତ୍ୟନ୍ତ ରୋମାଂଚକର ହୋଇଥାଏ। ଏହାର ସୁନ୍ଦରତା ଆଉ କେଉଁଠି ଦେଖିବାକୁ ମିଳେ ନାହିଁ। ଗଡାଣିଆ ଶୃଙ୍ଗ, ଛୋଟ ଛୋଟ ଝରଣା ଏବଂ ଚା’ ବଗିଚାର ସବୁଜିମା ଏହି ପାହାଡକୁ ସ୍ୱର୍ଗୀୟ ସୌନ୍ଦର୍ଯ୍ୟରେ ଭରିଦେଇଛି। ସକାଳୁ ସକାଳୁ ଏହି ରାସ୍ତାରେ ଚାଲିଗଲେ ଏହାର ସୁନ୍ଦରତା ଦେଖି ମନେହୁଏ ଏହା ଯେମିତି ସ୍ୱର୍ଗ। ମନୁଷ୍ୟର ଜୀବନୀଶକ୍ତି ତୀବ୍ର ହୋଇଉଠେ । ପାହାଡ ଶୀର୍ଷରେ ବେଲାନକାଣିମାଥା ଚର୍ଚ ରହିଛି, ଏହା ହେଉଛି ଏକ ପ୍ରସିଦ୍ଧ ତୀର୍ଥକେନ୍ଦ୍ର, ଯାହାକି ସଂପୂର୍ଣ୍ଣ ଭାବରେ ଗ୍ରାନାଇଟରେ ତିଆରି ହୋଇଛି। ଏହା ନିକଟରେ ରହିଥିବା ସୁନ୍ଦର ଫୁଲବଗିଚାକୁ ଭୁଲନ୍ତୁ ନାହିଁ । ପଟୁମାଳାରେ ଚା’ ଉତ୍ପାଦନ କ୍ଷେତ୍ର- ହାରିସନ୍ସ ମାଲାୟଲମ୍ ଏବଂ ଏଭିଥୋମାସ ଆଣ୍ଡ୍ କୋ ନାମରେ ଦୁଇଟି ବୃହତମ ଚା’ ଉତ୍ପାଦନ କ୍ଷେତ୍ର ରହିଛି ।
ଏଠାରେ ପହଂଚିବା ପାଇଁ:
ପିରମେଡେ ଠାରୁ 17 କିଲୋମିଟର ଦୂର (ପ୍ରସିଦ୍ଧ ଉଦ୍ୟାନ ସହର), ଥେକାଡି (ଏହି ପେରିୟାର ବନ୍ୟପ୍ରାଣୀ ଅଭୟାରଣ୍ୟ) ଠାରୁ 27 କିଲୋମିଟର ପଶ୍ଚିମରେ
- ନିକଟତମ ରେଳ ଷ୍ଟେସନ: କୋଟାୟମ ପ୍ରାୟ 75 କି.ମି. ଦୂର
- ନିକଟତମ ବିମାନ ବନ୍ଦର: କୋଚ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାୟ 150 କିଲୋମିଟର ଦୂର