Trade Media
     

ପକ୍ଷୀପଥଲାମ୍: ବନ୍ୟପ୍ରାଣୀ ପ୍ରେମୀଙ୍କ ପା


ପକ୍ଷୀପଥଲମ୍, ଓୟାନାଡ

ସ୍ଥାନ: ଥିରୁନେଲିର ଉତ୍ତର ପୂର୍ବରେ 7 କିଲୋମିଟର, ଯାହାକି ମନନ୍ଥାଭାଡି ଠାରୁ 32 କିଲୋମିଟର ଦୂରରେ ରହିଥାଏ ଏବଂ ଉତ୍ତର କେରଳର କାଲପେଟା, ଓୟାନାଡ ଜିଲ୍ଲା ଠାରୁ ପ୍ରାୟ 66 କିଲୋମିଟର ଦୂରରେ ରହିଥାଏ ।

ଅକ୍ଷାଂଶ: ସମୁଦ୍ର ପତନ ଠାରୁ 1740 ମିଟର ଉପରେ ।

ୱୟାନାଡ ହେଉଛି କେରଳର ଉତ୍ତର ପାହାଡୀ ଜିଲ୍ଲା । ଏହା ଚାରିପଟେ ରହିଛି, ଘଂଚ, ସନ୍ତସନ୍ତିଆ ପତ୍ରଝଡା ଦେଉଥିବା ଅରଣ୍ୟ । ଏଠାରେ ହାତୀ, ବାଘ, ଚିତାବାଘ, ଜଂଗଲୀ ବିଲେଇ, ସିଭେଟ୍, ବାଇସନ୍, ମୟୂର, ଅନ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିପାରିବେ । ଏହି ଭୂମିର ନିକଟରେ ସମୁଦ୍ର ପତନ ଠାରୁ 1740 ମିଟର ଉଚ୍ଚରେ ରହିଛି ପକ୍ଷୀପଥଲାମ୍, ଯାହା ଏକ ଗଡାଣିଆ ଛୋଟିଆ ସ୍ଥାନ ।

ପକ୍ଷୀପଥଲାମ୍- ନାମରୁ ଜଣାପଡୁଛି ଯେ ବିଭିନ୍ନ ପ୍ରକାରର ପକ୍ଷୀରେ ଭରପୂର । ଏଠାରେ ଅଗମ୍ୟ ଜଂଗଲ, ଉପନଦୀ ଏବଂ ତୀଖ ପାହାଡ ଏକାଠି ମିଶି ପାହାଡ ଚଢ଼ିବା ପାଇଁ ଏକ ଆହ୍ୱାନପୂର୍ଣ୍ଣ କ୍ଷେତ ପ୍ରସ୍ତୁତ କରୁଅଛି । ଏହି ଅଂଚଳରେ ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥାଏ ଗୋଟିଏ ଗୁମ୍ଫା । ବିଶ୍ୱାସ କରାଯାଏ ଯେ ପ୍ରାଚୀନ କାଳରେ ଋଷିମାନେ ଏଠାରେ ତପସ୍ୟା କରୁଥିଲେ ।

ଏହା ନିକଟରେ ରହିଛି କୁରୁବ ଦ୍ୱୀପ, ଏକ ଦ୍ୱୀପ ଯାହାର ବିରଳ ପରିସଂସ୍ଥାନ ବହୁ ଚର୍ଚ୍ଚିତ । ଏହା ମନନ୍ଥବାଡି ଠାରୁ 17  କିଲୋମିଟର ଦୂରରେ ଅବସ୍ଥିତ । କୁରୁବ ଦ୍ୱୀପ 950 ଏକର ଚିରହରିତ ଜଂଗଲରେ କାବାଣି ନଦୀ କୂଳରେ ବ୍ୟାପି ରହିଛି ଏବଂ ଏଥିରେ ବହୁ ବିରଳ ପ୍ରଜାତିର ପକ୍ଷୀ, ଅର୍ଚିଡ ଓ ଗୁଳ୍ମ ଦେଖିବାକୁ ମିଳେ ।

ଏଠାରେ ପହଂଚିବା ପାଇଁ:
ପକ୍ଷୀପଥଲମ୍ ହେଉଛି ଥିରୁନେଲି ଠାରୁ ପ୍ରାୟ 7 କିଲୋମିଟର ଦୂର ଏବଂ ଏହି ସ୍ଥାନରେ ପହଂଚିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ପାହାଡ ଚଢ଼ିବା । ଥିରୁନେଲି ମନନ୍ଥାବାଡି ଠାରୁ ପ୍ରାୟ 32 କିଲୋମିଟର ଦୂର ।
  • ନିକଟତମ ରେଳ ଷ୍ଟେସନ:  କୋଜିକୋଡେ, ମନନ୍ଥାବାଡି ଠାରୁ ପ୍ରାୟ 106 କି.ମି. ଦୂର ।
  • ନିକଟତମ ବିମାନ ବନ୍ଦର:  କରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଜିକୋଡେ କୋଜିକୋଡେ ସହର ଠାରୁ ପ୍ରାୟ 23 କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia