Trade Media
     

ନେୟାର ବନ୍ୟପ୍ରାଣୀ ଅଭୟାରଣ୍ୟ


ଅବସ୍ଥିତି: ଏହା ତିରୁବନନ୍ତପୁରମରୁ ପ୍ରାୟ 32 କିଲୋମିଟର ଦୂର ।

ବିଭିନ୍ନ ବିରଳ ଔଷଧୀୟ ଗୁଳ୍ମରେ ଭରପୂର ଏହି ଅଂଚଳ, ନେୟାର ଡ୍ୟାମ୍ ହେଉଛି ଏକ ଲୋକପ୍ରିୟ ବଣଭୋଜି ସ୍ଥଳ । ଏହା ନିକଟରେ ରହିଛି ଏକ ସୁନ୍ଦର ଡ୍ୟାମ୍ ଓ ହ୍ରଦ । ନେୟାର ନଦୀରେ ଏହି ବନ୍ଧଯୋଗୁଁ ଯେଉଁ ହ୍ରଦ ସୃଷ୍ଟି ହୋଇଛି ତାହାର ଜଳ ଅତ୍ୟନ୍ତ ନୀଳ । ଏହି ନୀଳ ଜଳରେ ପର୍ଯ୍ୟଟକ ନୌଚାଳନ କରିବାର ଇଛା ସମ୍ବରଣ କରିପାରନ୍ତି ନାହିଁ ।

ନେୟାର ବନ୍ୟପ୍ରାଣୀ ଅଭୟାରଣ୍ୟ ଯାହାର ଅଂଶ ହେଉଛି ଏହି ଡ୍ୟାମ୍ । ସେଠାରେ 100ରୁ ଅଧିକ ପ୍ରଜାତିର ବୃକ୍ଷଲତା ସହ ଏସୀୟ ହାତୀ, ବାଘ, ଚିତାବାଘ, ସ୍ଲେଣ୍ଡର ଲୋରିସ୍ ଏବଂ ବିଭିନ୍ନ ସରିସୃପ ଯେପରି କି ନାଗ, ଟ୍ରାଭେନକୋର୍, କଇଁଛ ଇତ୍ୟାଦି ବାସ କରନ୍ତି । ଏହି ବନ୍ଧ ପାର୍ଶ୍ୱରେ ଏକ କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ସିଂହ ସଫାରୀ ଉଦ୍ୟାନ ମଧ୍ୟ ରହିଛି ।

ଏଠାରେ ପହଂଚିବା ପାଇଁ:
ଏହି ନଦୀବନ୍ଧ ସ୍ଥାନକୁ ମୋଟର ଯାନରେ ଯାଇହୁଏ । ତିରୁବନନ୍ତପୁରମ୍ ସହରରୁ ନିୟମିତ ବସ୍ ସେବା ଦ୍ୱାରା ଉତ୍ତମ ଗମନାଗମନ ସୁବିଧା ରହିଛି ।
  • ନିକଟତମ ରେଳଷ୍ଟେସନ: ତିରୁବନନ୍ତପୁରମ୍, ପ୍ରାୟ 32 କି.ମି. ଦୂର ।
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 38 କି.ମି.


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia