Trade Media
     

ପିଚି- ବାଜହାନି ବନ୍ୟପ୍ରାଣୀ ଅଭୟାରଣ୍ୟ


ତ୍ରିଶୁର ଜିଲ୍ଲାର ପିଚି- ବାଜହାନି ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଭଲ ସ୍ଥାନ ।

1958  ମସିହାରେ ପ୍ରତିଷ୍ଠିତ ଏହି 125  ବର୍ଗ କିଲୋମିଟରର ଅଭୟାରଣ୍ୟ ତ୍ରିଶୁର ପୂର୍ବପଟେ 20  କିଲୋମିଟର ଦୂରରେ ରହିଛି । ଏହା ହେଉଛି ପିଚି ଓ ବାଜହାନୀ ନଦୀବନ୍ଧର ଜଳ ଜମି ରହୁଥିବା ଅଂଚଳ । ଏହି ଅଭୟାରଣ୍ୟ ପାଲାପିଲି ନେଲିୟାମପାଥି ଜଂଗଲର ଏକ ଅଂଶ ହୋଇଛି ଏବଂ ଏହା ଚିମିନି ଅଭୟାରଣ୍ୟର ଉତ୍ତର ସୀମା ସୃଷ୍ଟି କରୁଛି ।

ଚାରିପଟେ ରହିଛି ବିଭିନ୍ନ ପ୍ରକାରର ବୃକ୍ଷଲତା । ଆପଣ ନୌକାରେ ଚଢ଼ି ଏହି ସ୍ଥାନରେ ବୁଲିପାରିବେ । ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ । ଏଠାରେ 50 ରୁ ଅଧିକ ପ୍ରକାରର ଅରଚିଡ୍, ଅସଂଖ୍ୟ ବିରଳ ଔଷଧୀୟ ବୃକ୍ଷ, ଶାଳ, ରୋଜଉଡ୍, ଏବଂ ଏହିପରି ଅନେକ ବୃକ୍ଷଲତା ରହିଛି । ଏହି ବୃକ୍ଷଲତାର ବିବିଧତା ଅନ୍ତର୍ଭୁକ୍ତ କରେ 25  ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀଙ୍କ ସହିତ ମାଂସଭୋଜୀ ପ୍ରାଣୀ ଯେପରି କି ଚିତାବାଘ, ବାଘ, ବଣଘୁଆ ଏବଂ ତୃଣଭୋଜୀ ଯେପରି କି ସମ୍ବର, ହରିଣ, ଭୁକୁଥିବା ହରିଣ, ଚିତ୍ରିତ ହରିଣ, ଭାରତୀୟ ମଇଁଷି, ଏସୀୟ ହାତୀ । 100 ରୁ ଅଧିକ ପ୍ରଜାତିର ପକ୍ଷୀ ଏବଂ ଏକାଧିକ ପ୍ରକାରର ସାପ ଏବଂ ଝିଟିପିଟି ମଧ୍ୟ ଏଠାରେ ଦେଖିବାକୁ ମିଳେ ।

ଏହି ଅଭୟାରଣ୍ୟର ବୃହତମ ଶୃଙ୍ଗ ହେଉଛି 923  ମିଟର ଉଚ୍ଚ ପୁନମୁଡି । ଏଠାରେ ବାର୍ଷିକ ହାରାହାରି 3000 ମିଲିମିଟର ବୃଷ୍ଟିପାତ ହୋଇଥାଏ ।

ପର୍ଯ୍ୟଟକଙ୍କ ପାଇଁ ରେଷ୍ଟ୍ ହାଉସରେ ଏବଂ ପିଚିର ସୂଚନା କେନ୍ଦ୍ରରେ ରହିବା ବ୍ୟବସ୍ଥା ଉପଲବ୍ଧ ରହିଛି ।

ଏଠାରେ ପହଂଚିବା ପାଇଁ:
ରାଜରାସ୍ତାରେ: ତ୍ରିଶୁରରୁ ପିଚି ପର୍ଯ୍ୟନ୍ତ ସିଧାସଳଖ ବସ ରହିଛି ।
  • ନିକଟତମ ରେଳଷ୍ଟେସନ: ତ୍ରିଶୁର,
  • ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, 98 କିଲୋମିଟର ଦୂର ।

ଅଧିକ ବିବରଣୀ ପାଇଁ ଯୋଗାଯାଗ କରନ୍ତୁ:
ଚିଫ୍ କଞ୍ଜରଭେଟର ଅଫ୍ ଫରେଷ୍ଟ (ୱାଇଲଡଲାଇଫ୍)
ତିରୁବନନ୍ତପୁରମ୍ 696014
ଟେଲିଫ୍ୟାକ୍ସ: + 91 471 322217

ଦ ୱାଇଲ୍ଡଲାଇଫ୍ ୱାର୍ଡେନ
ପିଚି ୱାଇଲ୍ଡଲାଇଫ୍ ଅଭୟାରଣ୍ୟ, ପିଚି ପିଓ
ତ୍ରିଶୁର ଜିଲ୍ଲା
ଫୋନ୍: + 91 487 2282017


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia