Trade Media
     

ତାଠେକାଡ ପକ୍ଷୀ ଅଭୟାରଣ୍ୟ


ଅବସ୍ଥିତି: କୋଚି ସହର ଠାରୁ ପ୍ରାୟ 58 କିଲୋମିଟର ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାର କୋଠମଙ୍ଗଳମର ଉତ୍ତର ପୂର୍ବରେ 13କିଲୋମିଟର ଦୂରରେ; ତାଠେକାଡ କେନ୍ଦ୍ରୀୟ କେରଳର  ଇଡୁକି ଜିଲ୍ଲାର ଦେବୀକୁଲମ୍ ତାଲୁକରେ ଅବସ୍ଥିତ ।

ତାଠେକାଡ ଗ୍ରୀଷ୍ମମଣ୍ଡଳୀୟ ଚିର ହରିତ ଓ ପତ୍ର ଝଡା ଜଂଗଲ ଏବଂ କେତେକ ଘାସ ପଡ଼ିଆକୁ ନେଇ ଗଠିତ । ବିଶ୍ୱ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା ଏହି ପକ୍ଷୀ ଅଭୟାରଣ୍ୟର ଲୋକପ୍ରିୟତା ପାଇଁ ଡକ୍ଟର ସଲିମ୍ ଅଲ୍ଲୀଙ୍କର ବହୁଳ ଅବଦାନ ରହିଛି । ସେ ହେଉଛନ୍ତି ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା ଜଣେ ପକ୍ଷୀ ବିଜ୍ଞାନୀ । 1930  ଦଶକର ପ୍ରଥମ ସମୟ ବେଳେ ଟ୍ରାଭାନକୋରର ପକ୍ଷୀମାନଙ୍କ ଗବେଷଣା ବିଷୟରେ ସେ ଜାଣିବାକୁ ପାଇଥିଲେ ଯେ ଏହି ସ୍ଥାନରେ ବହୁ ବିବିଧ ପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି । ତାଙ୍କର ଏହି ଉଦ୍ୟମ ଏହି ଅଂଚଳକୁ ପକ୍ଷୀ ଅଭୟାରଣ୍ୟ ଘୋଷିତ କରିବାରେ ମୁଖ୍ୟ ଭୂମିକା ନେଇଥିଲା। ଏଠାରେ 300 ରୁ ଅଧିକ ଜାତିର ପକ୍ଷୀ ଦେଖାଯାଆନ୍ତି ।

25 ବର୍ଗକିଲୋମିଟର ଅଂଚଳରେ ବ୍ୟାପି ରହିଥିବା ଏହି ଅଭୟାରଣ୍ୟ ଅଂଚଳରେ ପେରିଆ ନଦୀର ବିଭିନ୍ନ ଉପନଦୀ ଓ ଏକ ଉପତ୍ୟକା ରହିଛି । ବିଭିନ୍ନ ପକ୍ଷୀ ଯେପରି ଶ୍ରୀଲଙ୍କା ଫ୍ରଗ୍ ମାଉଥ୍, ରାକେଟ୍ ଟେଲଡ ଡ୍ରୋଙ୍ଗୋ, ବ୍ରୋଞ୍ଜଡ ଡ୍ରୋଙ୍ଗୋ, କୁମ୍ଭାଟୁଆ, ଶାମା, ୟେଲୋ ବୋଲ୍ ବୁଲବୁଲ, ରୁଫୋଉ ବାବଲର, ମାଲବାର ପାରାକେଟ୍, ହ୍ୱାଇଟବେଲିଡ୍, ବ୍ଲୁ ଫ୍ଲାଇକାଚର, ମାଲବାର ଗ୍ରେ ହର୍ଣବିଲ ହେଉଛନ୍ତି ଏପରି କିଛି ପକ୍ଷୀ ଯାହାକି ଏଠାରେ ସହଜରେ ଦେଖିପାରିବେ ।

ଥାଠେକାଡରେ ମଧ୍ୟରେ ବ୍ୟାପକ ଭାବରେ ଶାଳ, ରୋଜଉଡ୍, ମହୋଗାନୀବୃକ୍ଷ ରୋପଣ କରାଯାଇଛି । ଏହି ଘଂଚ ଜଂଗଲରେ ପ୍ରାୟ 28 ପ୍ରକାରର ସ୍ତନ୍ୟପାୟୀ ଏବଂ 9ଟି ପ୍ରଜାତିର ସରିସୃପ ଦେଖାଯାଆନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଆଲୁଭା, ପ୍ରାୟ 48 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାୟ 44 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia