ଅବସ୍ଥିତି: ସୁଲତାନ ବାଥେରି, ୱୟାନାଡ ଜିଲ୍ଲା, ଉତ୍ତର କେରଳ ଠାରୁ ପୂର୍ବରେ 16 କିଲୋମିଟର ଦୂରରେ ଅବସ୍ଥିତ ।
ଭ୍ରମଣ କରିବା ପାଇଁ ଶ୍ରେଷ୍ଠ ସମୟ: ଜୁନରୁ ଅକ୍ଟୋବର ।
ଆକର୍ଷଣଗୁଡିକ: ମୁକ୍ତ ଭାବରେ ବୁଲୁଥିବା ହାତୀ, ହରିଣ, ଇତ୍ୟାଦି
ବଣୁଆ ହାତୀମାନଙ୍କର ଦଳକୁ ଅନୁଧ୍ୟାନ କରିବା ପାଇଁ ଏକ ଆଦର୍ଶ ସ୍ଥାନ। ମୁଥାଙ୍ଗା ହେଉଛି ନାଗରହୋଲ୍ ଜାତୀୟ ଉଦ୍ୟାନର ସଂରକ୍ଷିତ ଅଂଚଳ ନେଟୱାର୍କ ସହିତ ଏବଂ ପଡୋଶୀ ରାଜ୍ୟ କର୍ଣ୍ଣାଟକର ବନ୍ଦୀପୁର ବ୍ୟାଘ୍ର ଅଭୟାରଣ୍ୟ ଏବଂ ତାମିଲନାଡୁର ମୁଣ୍ଡୁମଲାଇ ସହିତ ସଂପର୍କିତ ଅଂଚଳ । ଏହି କ୍ଷେତ୍ର ପ୍ରାୟ 345 ବର୍ଗକିଲୋମିଟର ବ୍ୟାପି ରହିଛି । ବିଭିନ୍ନ ବନ୍ୟପ୍ରାଣୀ ଓ ବୃକ୍ଷଲତାରେ ସମୃଦ୍ଧ ଅଂଚଳ ହାତୀ ପ୍ରକଳ୍ପ ଅଧିନରେ ରହିଛି ।
ହାତୀମାନେ ଏଠାରେ ମୁକ୍ତ ଭାବରେ ବୁଲୁଥାନ୍ତି ଏବଂ ବେଳେ ବେଳେ ବାଘମାନେ ଦେଖାଯାଇଥାନ୍ତି । ବିଭିନ୍ନ ପ୍ରକାରର ପ୍ରଜାତିର ହରିଣ, ମାଙ୍କଡ, ପକ୍ଷୀ ଇତ୍ୟାଦି ଏଠାରେ ବାସ କରନ୍ତି । ଏହି ଅଭୟାରଣ୍ୟରେ ରହିଥିବା ବିଭିନ୍ନ ବୃକ୍ଷଲତା, ସାଧାରଣ ଦକ୍ଷିଣ ଭାରତର ଆର୍ଦ୍ର ପତ୍ରଝଡା ଦେଉଥିବା ଜଂଗଲ ପରି ଏବଂ ପଶ୍ଚିମ ଉପକୂଳର ଅର୍ଦ୍ଧ ଚିରହରିତ ସଦୃଶ ହୋଇଥାଏ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କାଜିକୋଡେ, ସୁଲତାନ ବାଥେରି ଠାରୁ ପ୍ରାୟ 97 କି.ମି. ରାସ୍ତାର ଦୂରତା ।
- ନିକଟତମ ବିମାନ ବନ୍ଦର: କାରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କାଜିକୋଡେ, ସୁଲତାନ ବାଥେରି ଠାରୁ ପାଖାପାଖି 120 କି.ମି. ଦୂରତା ।