Trade Media
     

ପେପାରା ବନ୍ୟପ୍ରାଣୀ ଅଭୟାରଣ୍ୟ


ଅବସ୍ଥିତି: ତିରୁବନନ୍ତପୁରମ୍ ସହରରୁ ପୋନମୁଡି ରାସ୍ତା ଦେଇ ପ୍ରାୟ 50 କିଲୋମିଟର, ତିରୁବନନ୍ତପୁରମ୍ ଜିଲ୍ଲା, ଦକ୍ଷିଣ କେରଳ ।

ରାଜଧାନୀ ସହରର ତଳି ଅଂଚଳରେ ଅବସ୍ଥିତ ପେପାର ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରାୟ 53 ବର୍ଗକିଲୋମିଟର ଅଂଚଳରେ ପଶ୍ଚିମଘାଟ ପର୍ବତମାଳାରେ ରହିଛି । ଏହା 1938 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଏହି ସ୍ଥାନରେ ରହିଛି, ଆକର୍ଷଣୀୟ ନଦୀବନ୍ଧର ଦୃଶ୍ୟ, ଘଂଚ ଜଂଗଲ ଅଂଚଳ ଓ କାଚୁକେନ୍ଦୁ ପାଣିରେ ଭରପୂର ଝରଣା ଓ ପାହାଡ ଚଢିବା ପାଇଁ ଛୋଟ ବଡ଼ ପାହାଡ ।

ଏହି ଅଭୟାରଣ୍ୟରେ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳନ୍ତି, ଯାହାକି ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଓ ପକ୍ଷୀ ବିଜ୍ଞାନୀଙ୍କ ପାଇଁ ଏକ ବଡ଼ ଆକର୍ଷଣ ହୋଇଥାଏ । ଏଠାରେ ମଧ୍ୟ ଏସୀୟ ହାତୀ, ସମ୍ବର, ଚିତାବାଘ, ସିଂହ ଲାଞ୍ଜିଆମାକାକ୍ୟୁ ଦେଖାଯାଆନ୍ତି । ପକ୍ଷୀମାନଙ୍କ ମଧ୍ୟରେ ରହିଛି ଏହି ଅଂଚଳର ମାଲବାର ଗ୍ରେ, ହର୍ନ ବିଲ୍, କୁମ୍ଭାଟୁଆ, ଛୋଟିଆ ସନବାର୍ଡ ଇତ୍ୟାଦି  ଦେଖାଯାଆନ୍ତି ।

ନିକଟରେ, କେରଳ ପର୍ଯ୍ୟଟନ ସହିତ ରାଜ୍ୟ ଜଂଗଲ ବିଭାଗ ଓ କେରଳର ଜଳ କର୍ତ୍ତୃପକ୍ଷଙ୍କର ଏକ ମିଳିତ ଉଦ୍ୟମରେ ଏହି ନଦୀବନ୍ଧ ଅଂଚଳକୁ ଅଧିକ ସୁନ୍ଦର କରିବା ପାଇଁ ଓ ମନୋରଂଜନ/ ଅବସରବିନୋଦନର ଅଧିକ ସୁବିଧା ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଇଛି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ତିରୁବନନ୍ତପୁରମ୍,  ଅଭୟାରଣ୍ୟ ଠାରୁ ପ୍ରାୟ 50  କି.ମି. ଦୂର
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଅଭୟାରଣ୍ୟ ଠାରୁ 56କିଲୋମିଟର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia