ସ୍ଥାନ: ମନନ୍ଥାବାଡିର ପୂର୍ବକୁ, ୱୟାନାଡ ଜିଲ୍ଲା, ଉତ୍ତର କେରଳରେ ପ୍ରାୟ 20 କିଲୋମିଟର ଦୂରରେ ଅବସ୍ଥିତ ।
ୱୟାନାଡ ଜିଲ୍ଲାର ଏହି ଅଂଚଳ ପଶ୍ଚିମଘାଟର ପାର୍ବତ୍ୟ ସମତଳ ଅଂଚଳର ମନୋରୋମ ସ୍ଥାନରେ ଅବସ୍ଥିତ । ଐତିହାସିକମାନେ ମତ ଦିଅନ୍ତି ଯେ କେରଳରେ ସଂଗଠିତ ମାନବ ଜୀବନ ଏହି ଅଂଶରେ ଖ୍ରୀଷ୍ଟଙ୍କ ପୂର୍ବରୁ ଅତି କମ୍ରେ ଦଶ ଶତାଦ୍ଦୀ ପୂର୍ବରୁ ରହିଥିଲା।
ବେଗୁର ହେଉଛି ଏକ ନିର୍ଜନ ସ୍ଥାନ, ଏଠାରେ ପରବର୍ତ୍ତୀ ସମୟରେ ବିଶେଷ ଜନବସତି ଦେଖାଯାଇନଥିଲା। ଏହାର ଜଂଗଲଗୁଡିକ କେରଳର ସୁନ୍ଦର ଜଂଗଲଗୁଡିକ ମଧ୍ୟରୁ ଅନ୍ୟତମ । ଏହି ଅଂଚଳରେ ବିଭିନ୍ନ ଜାତିର ପଶୁପକ୍ଷୀ ଓ ବୃକ୍ଷଲତା ଦେଖାଯାଏ । ତେଣୁ ପ୍ରକୃତିପ୍ରେମୀମାନଙ୍କୁ ଏହା ଅଧିକ ଆକୃଷ୍ଟ କରିଥାଏ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କନ୍ନୁର ଜିଲ୍ଲାର ଥଲସେରି ହେଉଛି ମନନ୍ଥବଦି ଠାରୁ ପ୍ରାୟ 80 କି.ମି. ଦୂର ।
- ନିକଟତମ ବିମାନ ବନ୍ଦର: କାରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଜିକୋଡେ ପ୍ରାୟ 106 କି.ମି. ଦୂର ।