Trade Media
     

ଚିନାର ବନ୍ୟପ୍ରାଣୀ ଅଭୟାରଣ୍ୟ


ଅବସ୍ଥିତି: ଇଡୁକି ଜିଲ୍ଲାର ମୁନାର ଠାରୁ 60 କି.ମି. ।

ଏକ ସ୍ୱତନ୍ତ୍ର କଣ୍ଟାଯୁକ୍ତ ଜଂଗଲ ସହିତ ବିଭିନ୍ନ ଜିରୋ ଫାଇଟ୍ ପ୍ରଜାତି ସହ ଚିନାରରେ ମଧ୍ୟ ଭାରତର ବିପନ୍ନ ପ୍ରଜାତି ଜ୍ୟାଣ୍ଟ ଗ୍ରିଜିଲ୍ଡ ସ୍କ୍ୟୁରେଲ ପ୍ରଜାତି ବାସ କରନ୍ତି । ଏଠାରେ ସେଗୁଡିକର ସମୁଦାୟ ସଂଖ୍ୟା 200 ରୁ କମ୍ ହେବ । ପଶ୍ଚିମଘାଟ ପର୍ବତମାଳାର ଛାୟାବୃଷ୍ଟି ଅଂଚଳରେ ଅବସ୍ଥିତ ହୋଇଥିବାରୁ କେରଳର ଅନ୍ୟ ଅଭୟାରଣ୍ୟ ତୁଳନାରେ ଚିନାର ପ୍ରତିବର୍ଷ ୨ ମାସରୁ କମ୍ ସମୟ ପର୍ଯ୍ୟନ୍ତ କେବଳ ବୃଷ୍ଟିପାତ ଲାଭ କରିଥାଏ । ବନ୍ୟପ୍ରାଣୀରେ ଭରପୂର ଏହି ଅଂଚଳରେ ମିଶ୍ରିତ ପତ୍ରଝଡା ଦେଉଥିବା ଜଂଗଲ ରହିଛି । ଏହା ପର୍ବତାରୋହଣ ପାଇଁ ଏକ ଆଦର୍ଶ ସ୍ଥାନ ।

ଚିନାର ଆକର୍ଷଣକୁ ଆହୁରି ବଢ଼ାଇ ଦେଉଛି ନିକଟରେ ରହିଥିବା ବିଶାଳ ଚନ୍ଦନ ଜଂଗଲ । ଏହି ସ୍ଥାନ ଗୌର ଓ ହାତୀ ଦଳକୁ ଅନୁଧ୍ୟାନ କରିବା ପାଇଁ ମଧ୍ୟ ଏକ ଉପଯୁକ୍ତ ସ୍ଥାନ ହୋଇଥାଏ । ଏହି ଶୁଷ୍କ ଓ ପତ୍ରଝଡା ଦେଉଥିବା ଜଂଗଲରେ ଉଚ୍ଚ ସୋଲାସ ଏବଂ କେତେକ ଘାସ ପଡ଼ିଆ ଏହି ଅଭୟାରଣ୍ୟର ବିବିଧତାକୁ ବୃଦ୍ଧି କରୁଛି । ଜଣେ କରିମୁଠି ଠାରୁ ଚିନାରକୁ ଯାତ୍ରା କରିବା ସମୟରେ ହାତୀ, ଚିତ୍ରା ହରିଣ, ସମ୍ବର, ହନୁମାଙ୍କଡ ଏବଂ ମୟୂର ମଧ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଦେଖିପାରନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଏର୍ଣ୍ଣାକୁଲମ୍ ଯାହାକି ମୁନାର ଠାରୁ ପ୍ରାୟ 130 କିଲୋମିଟର ।
  • ନିକଟତମ ବିମାନ ବନ୍ଦର:  କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ମୁନାର ଠାରୁ ପ୍ରାୟ 150 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia