Trade Media
     

ବେପୁର


ବେପୁର, କୋଜିକୋଡେ ସହରର ଦକ୍ଷିଣରେ 10 କିଲୋମିଟର ଦୂରରେ ଚାଲିଆର ନଦୀ ମୁହାଣରେ ଅବସ୍ଥିତ। ଐତିହାସି ଦୃଷ୍ଟିକୋଣରୁ ଏହା ହେଉଛି ଏକ ସ୍ୱତନ୍ତ୍ର ସ୍ଥାନ। କାରଣ ଏଠାରେ ରହିଥିଲା ଏକ ମୁଖ୍ୟ ବନ୍ଦର ଏବଂ ମାଛଧରା ପୋତାଶ୍ରୟ। ବାରିଜ୍ୟ ଓ ମନୋରଂଜନ କେନ୍ଦ୍ର ଭାବରେ ମଧ୍ୟ ଆରବ ଓ ଚାଇନିଜ୍‌ ପର୍ଯ୍ୟଟକଙ୍କ ମଧ୍ୟରେ ଏହା ପ୍ରସିଦ୍ଧି ଲାଭ କରିଥିଲା ଏବଂ ୟୁରୋପୀୟମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା। ଖୁବ୍‌ଶୀଘ୍ର ଏକ ବନ୍ଦର ଓ ବାଣିଜ୍ୟକେନ୍ଦ୍ର ଭାବରେ ଲୋକପ୍ରିୟତା ଲାଭ କରି ଧୀରେ ଧୀରେ ବେପୁର ଏକ ଜାହାଜ ନିର୍ମାଣ କେନ୍ଦ୍ର ଭାବରେ ବିକଶିତ ହେଲା। କାରଣ ସେତେବେଳେ ପଶ୍ଚିମ ଏସିଆରୁ ବାଣିଜ୍ୟ ପାଇଁ ଜାହାଜର ଯଥେଷ୍ଟ ଚାହିଦା ରହିଥିଲା। ବେପୁରର ଏହି ଜାହାଜ ନିର୍ମାଣ ପରିସର ପାରମ୍ପରିକ ଉରୁ ବା ଆରବର ବାଣିଜ୍ୟ ଜାହାଜ ନିର୍ମାଣ ପାଇଁ ପ୍ରସିଦ୍ଧ। ଏହି ଜାହାଜ ନିର୍ମାଣର ପରମ୍ପରା ପ୍ରାୟ 1500 ବର୍ଷ ପୁରୁଣା ଏବଂ ଏଠାକାର କାରିଗରି ଅନନ୍ୟ।
 
ପାରମ୍ପରିକ ଭାବରେ ଆରବୀୟମାନେ ମୁଖ୍ୟ କ୍ରେତା ଥିଲେ। ସେମାନେ ତାଙ୍କର ଚାହିଦା ଓ ନିର୍ଦ୍ଧାରଣ ଗୁଡିକ ସହିତ ଜାହାଜ ବରାଦ ଦେଉଥିଲେ। ଆଧୁନିକ ଦିନର ଜାହାଜ ନିର୍ମାଣ କରି ବ୍ଲୁ ପ୍ରିଣ୍ଟର ବିକାଶ ଏବଂ ଜାହାଜ ତିଆରି ପାଇଁ ଯନ୍ତ୍ରପାତିର ବ୍ୟବସ୍ଥା ନଥିଲା। ଏଠାରେ ବେପୁରରେ କାରିଗରମାନେ ସବୁକିଛି ମନେ ରଖୁଥିଲେ ଏବଂ ସେମାନଙ୍କର ଗୋଟିଏ ଦଳ ସୂକ୍ଷ୍ମ କାଠକାମ ସୁନ୍ଦର ଭାବରେ କାର୍ଯ୍ୟକାରୀ କରୁଥିଲେ। ଯଦି ଆପଣ ଦେଖିବେ ଯେ ଉରୁ କିପରି ସୂକ୍ଷ୍ମ ଭାବରେ ରୂପ ନେଉଛି ତେବେ ଆପଣ ନିଶ୍ଚୟ ଚମତ୍କୃତ ହେବେ। ସଂପୂର୍ଣ୍ଣ ଦଳଟି କାର୍ଯ୍ୟକ୍ଷେତ୍ରରେ ନୈତିକତା ଓ ସର୍ବୋଚ୍ଚ ଶୃଙ୍ଖଳା ଅବଲମ୍ବନ କରିଥାନ୍ତି। ଏହି ଐତିହାସିକ ସ୍ଥାନରେ ବୁଲି ଦେଖିଲେ ଆପଣ କଳା କାରିଗରି ଓ ଜାହାଜ ନିର୍ମାଣ ଦକ୍ଷତା ଦେଖି ଚମତ୍କୃତ ହେବେ।

ବେପୁରର ନିକଟରେ ଅନ୍ୟ ଆକର୍ଷଣଗୁଡିକ ମଧ୍ୟରେ ରହିଛି ମାଛଧରା ପୋତାଶ୍ରୟ ଯାହାକି ଜାହାଜ ନିର୍ମାଣ ପରିସର ଠାରୁ ଅତି ବେଶିରେ 1 କିଲୋମିଟର ହେବ ଏବଂ କଡ଼ାଲୁଣ୍ଡି ପକ୍ଷୀ ଅଭୟାରଣ୍ୟ ବେପୁର ଠାରୁ ପ୍ରାୟ 7 କିଲୋମିଟର ଦୂର। ଏହି କଡ଼ାଲୁଣ୍ଡି ଏସ୍ତୁଆରୀକୁ ପକ୍ଷୀ ଅନୁଧ୍ୟାନକାରୀଙ୍କ ପାଇଁ ସ୍ୱର୍ଗ ଭାବରେ ବିଚାର କରାଯାଏ କାରଣ ଏଠାରେ ବିଭିନ୍ନ ପ୍ରକାରର ସ୍ଥାନୀୟ ପକ୍ଷୀଙ୍କ ସହିତ ବିଦେଶାଗତ ପକ୍ଷୀ ଦେଖାଯାନ୍ତି। ଫେବୃୟାରୀ-ମାର୍ଚ୍ଚ ମାସ ସମୟରେ ବହୁ ସଂଖ୍ୟକ ବିଦେଶାଗତ ପକ୍ଷୀଦଳ ଏଠାରେ ପହଞ୍ଚିଥାନ୍ତି।
 
ଏହି ଅଭୟାରଣ୍ୟ  କେତୋଟି ଦ୍ୱୀପକୁ ନେଇ ଗଠିତ, ଯାହା ଚାରିପଟେ ରହିଛି ଛୋଟଛୋଟ ପାହାଡ଼, ଯେଉଁଠାରେ କଡ଼ାଲୁଣ୍ଡି ନଦୀ ଆରବସାଗରକୁ ବହିଯାଇଛି। ଏହି ସ୍ଥାନକୁ ସ୍ଥାନୀୟ ଭାବରେ କଡ଼ାଲୁଣ୍ଡି ନଗରମ୍‌ କୁହାଯାଏ।
 
ଏଠାରେ ପହଞ୍ଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଜିକୋଡେ ସହର ଠାରୁ ପ୍ରାୟ 10 କିଲୋମିଟର
  • ନିକଟତମ ବିମାନବନ୍ଦର: କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, କୋଜିକୋଡେ ସହର ଠାରୁ ପ୍ରାୟ 23 କିଲୋମିଟର।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia