Trade Media
     

ଅଗସ୍ତ୍ୟକୁଡାମ


ସ୍ଥାନ: ତିରୁବନନ୍ତପୁରମ୍ ଠାରୁ 70 କିଲୋମିଟର ।

ଆକର୍ଷଣଗୁଡିକ: ବିରଳ ଗୁଳ୍ମ ଓ ଔଷଧୀୟ ବୃକ୍ଷମାନ।

ଅଗସ୍ତ୍ୟ ଜଂଗଲକୁ ମହର୍ଷି ଅଗସ୍ତ୍ୟଙ୍କର ବାସଭୂମି ବୋଲି ବିଶ୍ୱାସ କରାଯାଏ। ମହର୍ଷି ଅଗସ୍ତ୍ୟ ହେଉଛନ୍ତି ପୁରାଣରେ ବର୍ଣିତ ଜଣେ ଋଷି । ଏହା ଚାରିପଟେ ରହିଛି ଘଂଚ ଜଂଗଲ ଓ ଟ୍ରେକିଂ ଟ୍ରେଲମାନ ।

ଅଗସ୍ତ୍ୟକୋଡାମ, ପଶ୍ଚିମଘାଟ ପର୍ବତମାଳାର ଏକ ଦର୍ଶନୀୟ ଶୃଙ୍ଗ, ଯାହାକି 1890 ମିଟର ଉଚ୍ଚତାରେ ଏକ ତୀକ୍ଷ୍ଣ କୋନ୍ ସୃଷ୍ଟି କରିଛି । ଏହା ହେଉଛି ବିରଳ ଗୁଳ୍ମ ଓ ଔଷଧୀୟ ବୃକ୍ଷଗୁଡିକର ଭଣ୍ଡାର, ଏହାର ଗଡାଣିରେ “ନୀଳ କୁରିଞ୍ଜି”ର ରଂଗିନ୍ ଚମକ ଦର୍ଶକଙ୍କୁ ଅଭିଭୂତ କରିଦିଏ । ନୀଳ କୁରିଞ୍ଜି ହେଉଛି ଏପରି ଏକ ଭୁଲ  ଯାହାକି 12 ବର୍ଷରେ ଥରେ ଫୁଟିଥାଏ ।

ମହିଳାମାନଙ୍କୁ ଶୃଙ୍ଗରେ ଚଢ଼ିବା ପାଇଁ ଅନୁମତି ଦିଆଯାଏ ନାହିଁ। ବିଶ୍ୱାସ କରାଯାଏ ଯେ ମହର୍ଷି ଅଗସ୍ତ୍ୟ ବ୍ରହ୍ମଚାରୀ ଥିଲେ । ସେ ଅପରିଚିତ ମହିଳାଙ୍କର ଉପସ୍ଥିତିକୁ ପସନ୍ଦ କରନ୍ତି ନାହିଁ । ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଟ୍ରେକିଙ୍ଗ୍ ପାଇଁ ଅନୁମତି ଦିଆଯାଇଥାଏ । ଏଥିପାଇଁ ବନ୍ୟପ୍ରାଣୀ ୱାଡେନ୍, ଜଂଗଲ ବିଭାଗ, ପି.ଟି.ପି. ନଗର, ତିରୁବନନ୍ତପୁରମରୁ ଜଂଗଲ ପାସ ହାସଲ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତିରୁବନନ୍ତପୁରମ୍ ସେଣ୍ଟ୍ରାଲ, ବୋନାକଉଡ ଠାରୁ ପ୍ରାୟ 61 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ବୋନାକଉଡ ଠାରୁ ପ୍ରାୟ 69 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia