Trade Media
     

ୱୟାନାଡ ବନ୍ୟପ୍ରାଣୀ ଅଭୟାରଣ୍ୟ


1973  ମସିହାରେ ପ୍ରତିଷ୍ଠିତ ୱୟାନାଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଉତ୍ତରପୂର୍ବରେ କର୍ଣ୍ଣାଟକର ନାଗରହୋଲ୍ ଓ ବନ୍ଦୀପୁରର ସଂରକ୍ଷିତ ଅଂଚଳ ନେଟୱାର୍କ ଓ ଦକ୍ଷିଣ ପୂର୍ବରେ ତାମିଲନାଡୁର  ମୁଣ୍ଡୁମଲାଇ ସହିତ ସଂଯୁକ୍ତ ହୋଇ ବ୍ୟାପି ରହିଛି । ନୀଳଗିରି ବାୟୋସ୍ପିୟର ରିଜର୍ଭର ଏହି ଅଭୟାରଣ୍ୟ ହେଉଛି ଏକ ମହତ୍ୱପୂର୍ଣ୍ଣ ଅଂଶ, ଯାହାକି ଏହି ଅଂଚଳର ଜୈବିକ ପରମ୍ପରାର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା। ଏହି ଅଭୟାରଣ୍ୟରେ ବିଭିନ୍ନ ଜାତିର ବୃକ୍ଷଲତା ଓ ବନ୍ୟପ୍ରାଣୀ ଦେଖାଯାଆନ୍ତି । ଏହାର ପରିଚାଳନା କର୍ତ୍ତୃପକ୍ଷ ଜନଜାତିଙ୍କର ସାଧାରଣ ଜୀବନଶୈଳୀ ଓ ଜଂଗଲ ଅଂଚଳ ଚାରିପଟେ ବାସ କରୁଥିବା ବାସିନ୍ଦାମାନଙ୍କ ଜୀବନକୁ ଧ୍ୟାନରେ ରଖି ବିଜ୍ଞାନ ଭିତ୍ତିକ ସଂରକ୍ଷଣ ଉପରେ ଜୋର୍ ଦେଉଛନ୍ତି ।

ଅନୁମତି ପ୍ରଦାନ କରୁଥିବା କର୍ତ୍ତୃପକ୍ଷ: ବନ୍ୟପ୍ରାଣୀ ୱାଡେନ, ୱୟାନାଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ମୁଥାଙ୍ଗା, ସୁଲତାନ ବାଥେରି,

ଏଠାରେ ପହଂଚିବା ପାଇଁ:
  • ନିକଟତମ ବିମାନ ବନ୍ଦର: କାଲିକଟ ଆନ୍ତର୍ଜାତୀୟ ବିମାନ ବନ୍ଦର, କରିପୁର ।
  • ନିକଟତମ ରେଳଷ୍ଟେସନ: କୋଜିକୋଡେ, ପ୍ରାୟ 110  କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia