ଆପଣ ସୁନ୍ଦର ଭାଗାମନ ପର୍ଯ୍ୟଟନ କରିଛନ୍ତି କି, ଆପଣ ଭାବୁଛନ୍ତି କି “ଏତେ ଘଂଚ ସବୁଜ ରାଜ୍ୟରେ, ଆଉ ଏକ ସବୁଜ କ୍ଷେତ୍ରର ଆକର୍ଷଣ କଣ” ଠିକ୍ ଅଛି ଭାଗାମନ୍ ଅନ୍ୟ ଘଂଚ ସବୁଜ ସ୍ଥାନ ପରି ଏକ ଆକର୍ଷଣୀୟ ସ୍ଥାନ କିନ୍ତୁ ଏଠାରେ ଅଛି ଘାସଭରା ପର୍ବତ, ମଖମଲି ଘାସର ଲନ୍ ଏବଂ ଶାନ୍ତ ଶୀତଳ ପାହାଡୀ ପବନ, ଯାହାକି ୱାଗମନକୁ ଭିନ୍ନ କରି ତୋଳେ । ଏହା କେବଳ ଧାର୍ମିକ ଭାବନା ଓ ୟୁରୋପିଆନ୍ ସଂସ୍କୃତିର ଏକ ଆକର୍ଷଣୀୟ ମିଶ୍ରଣ ନୁହେଁ ।
ଜୀବନର ଅନ୍ୟ ଅନେକ ସୁନ୍ଦର ଜିନିଷ ପରି ଭାଗାମନରେ ମଧ୍ୟ ଆପଣ ଅନେକ କିଛି ଅନୁଭବ କରିବେ, ଯାହାକି ଆପଣ କେବେ ପଢ଼ିନଥିବେ, ଶୁଣିନଥିବେ, ବା ଦେଖିନଥିବେ । ଏପରି ଅନନ୍ୟ ଅନୁଭବ ପାଇବାକୁ ହେବ, କିଛି ପରିବହନ ବ୍ୟବସ୍ଥା ଦେଖନ୍ତୁ ଏବଂ ସିଧାସଳଖ ଇଡୁକି ଜିଲ୍ଲାକୁ ଯାଆନ୍ତୁ ଏବଂ ସେଠାରୁ ଭାଗାମନ ଯାଆନ୍ତୁ । ସେଠାରେ ପହଂଚିଗଲା ପରେ ଜୋତା ଖୋଲି ଦିଅନ୍ତୁ, ଆଖି ବନ୍ଦ କରି କେବଳ ଭାଗାମନକୁ ଶୁଣନ୍ତୁ ।
ଆପଣ କେମିତି ଏକ ବିସ୍ମୟ ରାଜ୍ୟରେ ହଜିଯିବେ । ତିନୋଟି ପର୍ବତର ଶୃଙ୍ଖଳ- ଏହି ଥାଙ୍ଗାଲ ପର୍ବତ, ମୁରୁଗାନ ପର୍ବତ ଏବଂ କୁରୁସିମାଲା ପର୍ବତ, ଯାହାକି ଯଥାକ୍ରମେ ମୁସଲମାନ, ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ ତାହା ଚଢ଼ି ଦେଖିପାରିବେ ।
କୁରିସୁମାଲା ମଙ୍କ୍ ବା ସାଧୁମାନଙ୍କର ଛୋଟିଆ ସୁନ୍ଦର ଡାଇରୀ ଫାର୍ମ ବୁଲି ଦେଖିବାକୁ ଭୁଲନ୍ତୁ ନାହିଁ ।
ଏଠାରେ ପହଂଚିବା ପାଇଁ:
- ରାଜପଥରେ: ପ୍ରସିଦ୍ଧ ଉଦ୍ୟାନର ସହର ପିରମେଡେ ଠାରୁ 25 କିଲୋମିଟର ।
- ନିକଟତମ ରେଳ ଷ୍ଟେସନ: କୋଟାୟମ ଯାହାକି ପିରମେଡେ ଠାରୁ ପ୍ରାୟ 75 କିଲୋମିଟର ଦୂର ।
- ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ପିରମେଡେ ଠାରୁ ପ୍ରାୟ 150 କିଲୋମିଟର ।