Trade Media
     

ଏରାବିକୁଲମ୍ ଜାତୀୟ ଉଦ୍ୟାନ


ଏହା ହେଉଛି ସୋଲା- ଚାରଣଭୂମି ପରିସଂସ୍ଥାନର ଉଚ୍ଚ ସ୍ଥାନରେ ଜୈବ ବିବିଧତା ଦେଖିବା ପାଇଁ ଏକ ଆଦର୍ଶ ସ୍ଥାନ । ପର୍ଯ୍ୟଟକମାନଙ୍କୁ ଜଂଗଲ ବିଭାଗର ଯାନରେ ରାଜମଲାଇକୁ ନିଆଯାଇପାରିବ । ସେଠାରେ ସେମାନଙ୍କୁ ଏ ସବୁ ଦେଖିବାର ସୁଯୋଗ ଦିଆଯାଇଥାଏ । ଘରୋଇ ଯାନଗୁଡିକୁ ଏଠାରେ ପ୍ରବେଶ କରିବାକୁ ଅନୁମତି ମିଳିନଥାଏ । ଏହି ଜାତୀୟ ଉଦ୍ୟାନ ସାଧାରଣତଃ ନୀଳଗିରି ତହରର ପ୍ରସବ ସମୟରେ ବନ୍ଦ ରହିଥାଏ । ଯାହାକି ପ୍ରତିବର୍ଷର ଆରମ୍ଭ ମାସଗୁଡିକରେ ଦେଖାଯାଇଥାଏ ।

ଅବସ୍ଥିତି: ମୁନାର ଠାରୁ 15 କିଲୋମିଟର ।

ପରିଦର୍ଶନ ସମୟ:
ସକାଳ 7ଟାରୁ ସନ୍ଧ୍ୟା 6ଟା

ଦକ୍ଷିଣ ଭାରତର ବିପନ୍ନ ପ୍ରଜାତିର ପାହାଡୀ ଛେଳି, ନୀଳିଗିରି ତହର, (ହେମିଟ୍ରାଗସ ହାଇଲୋକ୍ୟୁରିଅସ) ମାନଙ୍କ ପାଇଁ ଅଭୟାରଣ୍ୟ, ଏରାବିକୁଲମ୍ ଜାତୀୟ ଉଦ୍ୟାନର ବିସ୍ତୀର୍ଣ୍ଣ ଚାରଣଭୂମି ଏବଂ ବ୍ୟାପି ରହିଥିବା ସୋଲାର କାନନ ଦେବାନ ପାହାଡରେ 97 ବର୍ଗକିଲୋମିଟର ଯାଏଁ ଲମ୍ବିଛି ।

ଆନାମୁଡି, ହିମାଳୟର ଦକ୍ଷିଣ ସର୍ବୋଚ୍ଚ ଶୃଙ୍ଗ (2695 ମିଟର), ଜାତୀୟ ଉଦ୍ୟାନର ମୁଖ୍ୟ କ୍ଷେତ୍ରରେ ଦଣ୍ଡାୟମାନ ରହିଛି । ଏହି ପାହାଡର ଗଡାଣିରେ ବିଭିନ୍ନ ପ୍ରକାରର ବିରଳ ବୃକ୍ଷଲତା ଦେଖିବାକୁ ମିଳେ । ସେଗୁଡିକ ମଧ୍ୟରେ ରହିଛି ବିରଳ ଟ୍ରେରିଷ୍ଟ୍ରିଆଲ ଏବଂ ଇପିଫାଇଟିକ୍ ଅର୍ଚିଟ୍ ଏବଂ ସୁନ୍ଦର ବଣୁଆ ବଲସମ୍ । ଏଠାକାର ଗୁରୁତ୍ୱପୂର୍ଣ୍ଣ ପ୍ରାଣୀଗୁଡିକ ହେଉଛନ୍ତି ନୀଳଗିରି ତହର, ନୀଳଗିରି ମାଙ୍କଡ, ଚିତାବାଘ, ବାଘ, ଭାରତୀୟ ବଣୁଆ ମଇଁଷି ଇତ୍ୟାଦି ।

ରାଜମଲାଇ ହେଉଛି ଜାତୀୟ ଉଦ୍ୟାନର ପର୍ଯ୍ୟଟନ କ୍ଷେତ୍ର, ଯେଉଁଠାରେ ପର୍ଯ୍ୟଟକମାନଙ୍କୁ ଜଂଗଲ ବିଭାଗର ଯାନରେ ବସାଇ ଏହି ଅଂଚଳର ସ୍ୱତନ୍ତ୍ର ପରିସଂସ୍ଥାନର ବିସ୍ତୀର୍ଣ୍ଣ ସୋଲା- ଘାସ ଜଂଗଲ ସହିତ ପରିଚିତ କରାଯାଇଥାଏ । ଏହା ହେଉଛି ରାଜମଲାଇର ଅତ୍ୟନ୍ତ ସୂଚାନତ୍ମକ ବ୍ୟାଖ୍ୟା କେନ୍ଦ୍ର ।

ଏକ ସଂରକ୍ଷିତ ଅଂଚଳ, ଏହି ଅଭୟାରଣ୍ୟକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି- ଆଭ୍ୟନ୍ତରୀଣ ଅଂଚଳ, ବଫର ଅଂଚଳ ଏବଂ ପର୍ଯ୍ୟଟନ ଅଂଚଳ । ପର୍ଯ୍ୟଟକମାନଙ୍କୁ କେବଳ ପର୍ଯ୍ୟଟନ କ୍ଷେତ୍ର- ରାଜମଲାଇ- ଯେଉଁ ଅଂଚଳ ଏରାବିକୁଲମରେ ପ୍ରବେଶ କରିବାର ରାସ୍ତାର ତଳକୁ ରହିଥାଏ ସେହି ଅଂଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥାଏ । ଏଠାରୁ ଜଣେ ନିକଟରୁ ନୀଳଗିରି ତହରଙ୍କୁ ଅନୁଧ୍ୟାନ କରିପାରିବ ।

ଏହି ଅଂଚଳକୁ ବର୍ଷର ପ୍ରଥମ ମାସଗୁଡିକରେ ଯିବାକୁ ଯୋଜନା କରନ୍ତୁ ନାହିଁ । ଏହି ସମୟ ପ୍ରଜନନ ଋତୁ ହୋଇଥିବାରୁ ଉଦ୍ୟାନ ବନ୍ଦ ରହିପାରେ ।

ଏଠାରେ ପହଂଚିବା ପାଇଁ: 
ମୁନାର ଠାରୁ ଏଭାରିକୁଲମ୍ 15 କିଲୋମିଟର ।
  • ନିକଟତମ ରେଳଷ୍ଟେସନ: କୋଟାୟାମ, ମୁନାର ଠାରୁପ୍ରାୟ 142 କିଲୋମିଟର; ଏର୍ଣ୍ଣାକୁଲମ୍ ମୁନାର ଠାରୁ ପ୍ରାୟ 130 କିଲୋମିଟର ।
  • ନିକଟତମ ବିମାନ ବନ୍ଦର: ମଦୁରାଇ (ତାମିଲନାଡୁ) ପ୍ରାୟ 142 କିଲୋମିଟର; କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 150 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia