Trade Media
     

ନିଲାମ୍ବୁର: ମାଲାପୁରମର ଶାଳ ବଗିଚା


ସ୍ଥାନ: ମାଲାପୁରମ୍ ସହର ଠାରୁ 40 କିଲୋମିଟର, ମାଲାପୁରମ୍ ଜିଲ୍ଲା, ଉତ୍ତର, କେରଳ ।

ନିଲାମ୍ବୁର ପୃଥିବୀର ସବୁଠାରୁ ପ୍ରାଚୀନ ଶାଳ ବଗିଚା, କନୋଲିସ୍ ପ୍ଲଟ୍ ପାଇଁ ପ୍ରସିଦ୍ଧ, ସହରଠାରୁ ମାତ୍ର 2 କିଲୋମିଟର ଦୂର । ଏହି ସ୍ଥାନ ମଧ୍ୟ ଆଦିବାସୀ ଜନବସତି ପାଇଁ ଜଣାଶୁଣା। ପୃଥିବୀର ପ୍ରଥମ ଶାଳ ସଂଗ୍ରହଳାୟ, ବିଶାଳ ଚିରହରିତ ଅରଣ୍ୟ, ଜଳପ୍ରପାତ ଏବଂ ପ୍ରାଚୀନ କୋବିଲାକୋମ୍ସ- ମହାରାଜାଙ୍କର ବାସସ୍ଥାନ ପାଇଁ ପ୍ରସିଦ୍ଧ ।

ଏହି ଶାଳ ଜଂଗଲକୁ ଏଚ୍.ଭି. କେନୋଲି, ବ୍ରିଟିଶ ଶାସନ ସମୟରେ ଯେ କି ମାଲବାର ଜିଲ୍ଲାର କଲେକ୍ଟର ଥିଲେ ତାଙ୍କର ନାମରେ ନାମିତ କରାଯାଇଛି । ସେ ସଂପୂର୍ଣ୍ଣ ନିଲାମ୍ବୁର ଅଂଚଳରେ ଶାଳ ବଗିଚା ରୋପଣ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କନୋଲିଙ୍କ ଅଧିନରେ କାର୍ଯ୍ୟରତ ଜଣେ ଜଂଗଲ ଅଧିକାରୀ ଛାଟୁମେନନ ଚାରା ରୋପଣ କରିବାର ଗୁରୁ ଦାୟିତ୍ୱ ବହନ କରିଥିଲେ । ଛାଟୁମେନନଙ୍କର ଅନ୍ତିମ ସଂସ୍କାର କନୋଲିସ୍ ପ୍ଲଟର ଶାଳ ଉଦ୍ୟାନରେ କରାଯାଇଥିଲା।

ସବୁଠାରୁ ପ୍ରାଚୀନ ଶାଳ ଗଛ, କନିମାରି, ହେଉଛି କନୋଲି ପ୍ଲଟର ଏକ ବିରଳ ଆକର୍ଷଣ । ଏହି ପ୍ଲଟ୍ ପ୍ରାୟ 2.31 ହେକ୍ଟର ଅଂଚଳ ବ୍ୟାପି ରହିଛି, ଏହା ନିକଟରେ ଆରୁଭାକୋଡରେ ରହିଛି ଚାଲିୟାର ନଦୀ, ଯେଉଁଠାରେ ପର୍ଯ୍ୟଟକମାନଙ୍କ ପାଇଁ ନଦୀ ପାରି ହେବାକୁ ଦେଶୀ ଡଙ୍ଗା ମିଳିଥାଏ ।

ସହର ଠାରୁ ଚାରି କିଲୋମିଟର ଦୂର, ନିଲାମ୍ବୁର- ଗୁଡାଲୁର ରୋଡରେ ରହିଛି ବିଶ୍ୱର ପ୍ରଥମ ଶାଳ ସଂଗ୍ରହାଳୟ ବା ଟିକ୍ ମ୍ୟୁଜିଅମ୍ । ଏହି ସଂଗ୍ରହାଳୟ ହେଉଛି କେରଳର ଜଂଗଲ ଗବେଷଣା ଅନୁଷ୍ଠାନର ଉପକେନ୍ଦ୍ର । ଏହି ଦୁଇ ମହଲା ଗୃହରେ ରହିଛି ଐତିହାସିକ, କଳାତ୍ମକ ଏବଂ ବୈଜ୍ଞାନିକ ଗୁଣବତ୍ତାଯୁକ୍ତ ବିଭିନ୍ନ ସାମଗ୍ରୀ, ଯାହାକି ଶାଳ ଗଛର ବିଭିନ୍ନ ଦିଗ ବିଷୟରେ ଦର୍ଶକମାନଙ୍କୁ ସୂଚନା ପ୍ରଦାନ କରିଥାଏ ।

ନେଡୁକାୟମ ହେଉଛି ନିଲାମ୍ବୁର ସହର ଠାରୁ ମାତ୍ର 18 କିଲୋମିଟର । ଏହା ଘଂଚ ଚିରହରିତ ଅରଣ୍ୟ ପାଇଁ ଜଣାଶୁଣା। କାଠରୁ ବ୍ରିଟିଶମାନଙ୍କ ଦ୍ୱାରା ଏଠାରେ ରେଷ୍ଟ୍ ହାଉସ୍ ବା ବିଶ୍ରାମ ଗୃହ ତିଆରି କରାଯାଇଥିଲା। ହାତୀ ଓ ଘୋଡା ମଧ୍ୟ ଦେଖିପାରିବେ । ଜଂଗଲ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ଜଂଗଲ ବିଭାଗରୁ ଅନୁମତି ନେବାକୁ ହୋଇଥାଏ। ରହିଥିବା ଜଂଗଲ ଭୂମିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ କଡାକଡ଼ି ବ୍ୟସସ୍ଥା ଗ୍ରହଣ କରାଯାଇଛି । ଘଂଚ ଜଂଗଲ ମଧ୍ୟରେ ଆପଣ ଅଧଘଣ୍ଟା ଯାତ୍ରା କରିବା ପରେ, ଜିପ୍‌ରେ ଚୋଲାଇ ନାଇକାର୍ସ-ଏକ ଆଦିମ ଜନଜାତି ରହିଥିବା ସ୍ଥାନ ମାଞ୍ଚେରିକୁ ଯାଇପାରିବେ ।

ଆଉ ଏକ ଆଦିବାସୀ ଗ୍ରାମ ହେଉଛି ଏହି ଅଂଚଳର ପର୍ବତ ଶିଖରରେ ରହିଥିବା ବଲମଥୋଡେ, ଯେଉଁ ସ୍ଥାନରେ ଆପଣ ଆରିକୋଡେ- ମୁକାମ ରୋଡ୍ ଦେଇ କାଜିଖୋଡରୁ ଯାଇପାରିବେ । ଭଲମଥୋଡେ ହେଉଛି ନିଲାମ୍ବୁର, ଚେଲିଆର ନଦୀ ଠାରୁ 27 କିଲୋମିଟର ଦୂର ।

ନିଲାମ୍ବୁର ସହର ପୂର୍ବେ ଏଠାରେ ରହିଥିବା ସ୍ଥାନୀୟ ରାଜା ବା ଶାସକମାନଙ୍କର ବାସସ୍ଥାନ କୋବିଲାକୋମ୍ସଗୁଡିକ ପାଇଁ ଲୋକପ୍ରିୟ। ଏହି ପ୍ରାସାଦଗୁଡିକର ସୂକ୍ଷ୍ମ କାଠ କାମ ଓ ସୁନ୍ଦର କାରୁକାର୍ଯ୍ୟ ବେଶ୍ ପ୍ରସିଦ୍ଧ । ନିଲାମ୍ବୁର ପଟୁ ହେଉଛି ଏପରି ଏକ ପ୍ରାଚୀନ ଉତ୍ସବ ଯାହାକି ଫେବୃଆରୀ ମାସରେ ଚଟାଣ ଉପରେ ପବିତ୍ର ଗୁଣ୍ଡ କଲମପଟୁରେ ଚିତ୍ର ଆଙ୍କିବା ପାଇଁ ପ୍ରସିଦ୍ଧିଲାଭ କରିଛି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ:  ନିଲାମ୍ବୁର ହେଉଛି ସୋରନୁର- ନିଲାମ୍ବୁର ରେଳପଥର ଟର୍ମିନସ୍
  • ନିକଟତମ ବିମାନ ବନ୍ଦର: କୋଜିକାଡୋ, ମାଲାପୁରମ ସହର ଠାରୁ ପ୍ରାୟ 26 କିଲୋମିଟର ଦୂର।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia