ଅବସ୍ଥିତି: କୋଲମ- ସେନକୋଟା ରୋଡରେ କୋଲମ ଠାରୁ ପ୍ରାୟ 75 କିଲୋମିଟର ।
ପାଲରୁବି- ଆକ୍ଷରିକ ଭାବରେ କହିଲେ- ଦୁଗ୍ଧର ଝରଣା- ହେଉଛି କେରଳର ସବୁଠାରୁ ସୁନ୍ଦର ଜଳପ୍ରପାତ ଯାହାକି 300 ଫୁଟ୍ ଉଚ୍ଚରୁ ନିକ୍ଷେପିତ ହେଉଛି । ଏହା ସମଗ୍ର ଦକ୍ଷିଣ ଭାରତର ବହୁ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରିୟ ବଣଭୋଜି ସ୍ଥଳ ହୋଇଥାଏ । ପାଲରୁବିର ଘଂଚ ଗ୍ରୀଷ୍ଣମଣ୍ଡଳୀୟ ଅରଣ୍ୟରେ ଯାତ୍ରା କରିବା ଏକ ସ୍ମରଣୀୟ ଅନୁଭୂତି ହୋଇଥାଏ ।
ପାଲରୁବି ଯାହାର ଅର୍ଥ ଦୁଗ୍ଧର ଝରଣା ଏହା 300 ଫୁଟ୍ ଉଚ୍ଚରୁ ପାହାଡ ଉପରେ ଖସିପଡ଼ିଛି । ଏହା ଏକ ସୁନ୍ଦର ବଣଭୋଜି ସ୍ଥଳ । ଏହି ପିଡବ୍ଲୁଡି ଇନସ୍ପିକେସନ ବଙ୍ଗଳା ଏବଂ କେଟିଡିସି ମୋଟେଲ ଆରାମଦାୟକ ରହିବା ସୁବିଧା ପ୍ରଦାନ କରେ ।
ଚାରିପଟେ ରହିଛି ମେଘାଛନ୍ନ ପାହାଡ ଓ ସବୁଜ ଉପତ୍ୟକା । ତାହା ମଧ୍ୟ ଦେଇ ବୋହି ଯାଇଛି ଦୁଗ୍ଧ ପରି ଧଳା ଫେଣର ଝରଣା । ଜଂଗଲର ନୀରବତାକୁ ବିଦୀର୍ଣ୍ଣ କରି ଗର୍ଜିଉଠୁଛି ଏହି ଜଳପ୍ରପାତ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କୋଲାମ ପ୍ରାୟ 75 କି.ମି.
- ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଲାମ ସହର ଠାରୁ ପ୍ରାୟ 72 କି.ମି. ଦୂର ।