Trade Media
     

ଚେଟିକୁଲାଙ୍ଗାରା ଭରଣୀ


Event date:
ସ୍ଥାନ: ଚେଟିକୁଲାଙ୍ଗାରା ଭଗବତୀ ମନ୍ଦିର, କାୟାମକୁଲମ୍, ଆଲପୁଜା ଜିଲ୍ଲା ।

ଏହି ବାର୍ଷିକ ଉତ୍ସବ ମାଲାୟାଲମ୍ ମାସ କୁମ୍ଭମ୍ ମାସରେ ଅନୁଷ୍ଠିତ ହୋଇଥାଏ । ଏହା ହେଉଛି କେରଳର ସବୁଠାରୁ ଅଧିକ ଲୋକପ୍ରିୟ ଉତ୍ସବ ମଧ୍ୟରୁ ଗୋଟିଏ । ଏହି ଉତ୍ସବ ଏବଂ ମନ୍ଦିର ମାଆ ଭଗବତୀଙ୍କ ପ୍ରତି ସମର୍ପିତ । ଦକ୍ଷିଣ କେରଳର ଅଧିକାଂଶ ଲୋକକଳା ଏହି ମନ୍ଦିରରେ ଉପସ୍ଥାପନ କରାଯାଇଥାଏ । ରାତିସାରା କଥାକଳି ନୃତ୍ୟ ପ୍ରଦର୍ଶନ କଥାକଳି ପ୍ରେମୀଙ୍କ ପାଇଁ ଏକ ଅନନ୍ୟ ଆକର୍ଷଣ ହୋଇଥାଏ ।

ଅନ୍ୟ କେତେକ ଆକର୍ଷଣୀୟ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରେ ଏକ କେଟୁକାଜଚା ଶୋଭାଯାତ୍ରା, କୁଥିୟୋଟାମ୍, ପାଦାୟନୀ, କୋଲକାଲି, ଏବଂ ଅମନକୁଡମ୍ । କେଟୁକାଜଚା, ଏକ ଉତ୍ସବମୁଖର ଶୋଭଯାତ୍ରାରେ ବହୁ ଜନସମାଗମ ଦେଖାଦେଇଥାଏ । ବହୁ ସଂଖ୍ୟକ ଭକ୍ତଙ୍କ ମଧ୍ୟରେ ରହିଥାଏ ଉଜ୍ଜ୍ୱଳ ଭାବରେ ସଜ୍ଜିତ ବିଭିନ୍ନ ଜିନିଷ, ଲମ୍ବା ଏବଂ ବଡ଼ଗୁଡିକୁ ଘୋଡା ଭାବରେ ଧରିନିଆଯାଏ ଏବଂ ଛୋଟ ଛୋଟଗୁଡିକୁ ରଥ ଭାବରେ ଧରିନିଆଯାଇଥାଏ । ଏହି ଆକର୍ଷଣୀୟ ଶୋଭାଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଦଳମାନ ମଧ୍ୟ ରହିଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ:  କାୟାକୁଲମ୍, ପ୍ରାୟ 5 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର:  କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ଆଲାପୁଜା ଠାରୁ 85 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia