Trade Media
     

ଆର୍ତ୍ତୁପୁଜା ପୁରମ୍


Event date:
ସ୍ଥାନ: ଆର୍ତ୍ତୁପୂଜା ମନ୍ଦିର, ତ୍ରିଶୁର ।

ଆର୍ତ୍ତୁପୂଜା ହେଉଛି ଏକ ସାଂସ୍କୃତିକ ଦୃଷ୍ଟିକୋରରୁ ଗୁରୁତ୍ୱପୂର୍ଣ୍ଣ ଗ୍ରାମ, ଯାହାକି କେରଳର ତ୍ରିଶୁର ଜିଲ୍ଲାରେ ଅବସ୍ଥିତ । ଏହି ଗ୍ରାମ ତ୍ରିଶୁର ସହରଠାରୁ ପ୍ରାୟ 15 କିଲୋମିଟର ଦୂରରେ ଅବସ୍ଥିତ । ଏହା ବାର୍ଷିକ ଉତ୍ସବ ଆର୍ତ୍ତୁପୁଜା ପୁରମ୍ ପାଇଁ ପ୍ରସିଦ୍ଧ । ଏହି ଉତ୍ସବ ଶ୍ରୀ ଷଷ୍ଠ ମନ୍ଦିରରେ ପ୍ରଭୁ ଆୟାପାଙ୍କ ଉଦ୍ଦେଶ୍ୟ ସମର୍ପିତ । ବିଶ୍ୱାସ କରାଯାଏ ଯେ ଉତ୍ସବ ଅବଧିରେ ଶ୍ରୀ ଷଷ୍ଠ ମନ୍ଦିରର ଆରାଧ୍ୟ ଦେବତା ପ୍ରଭୁ ଆୟାପା ପଡୋଶୀ ଗ୍ରାମଗୁଡିକର ଦେବଦେବୀଙ୍କ ସହିତ ଏହି ମନ୍ଦିର ପରିଦର୍ଶନରେ ଆସିଥାନ୍ତି ।

ବାର୍ଷିକ ଉତ୍ସବ ଆର୍ତ୍ତୁପୂଜାକୁ କେରଳର ସମସ୍ତ ପୁରମ୍ ଉତ୍ସବଗୁଡିକର ଜନନୀ କୁହାଯାଏ, କାରଣ ହେଉଛି ଏହା ଆଡମ୍ବରପୂର୍ଣ୍ଣ ଭାବରେ ବିଶାଳ ଭାବରେ ଆୟୋଜିତ ହୋଇଥାଏ । ଶ୍ରୀ ଷଷ୍ଠ ମନ୍ଦିର, ଯାହାକୁ କି 3000 ବର୍ଷରୁ ଅଧିକ ପ୍ରାଚୀନ ବୋଲି ବିଶ୍ୱାସ କରାଯାଏ ଏବଂ ଏହାର ପରିସର ଏହି ଉତ୍ସବସ୍ଥଳୀ ହୋଇଥାଏ ।

ଆଖପାଖ ଅଂଚଳରୁ ଓ କାହିଁ କେତେ ଦୂରରୁ ଲୋକେ ଉତ୍ସବ ଦିନଗୁଡିକରେ ଏହି ମହାନ୍ ଉତ୍ସବରେ ଭାଗ ନେବା ପାଇଁ ଏକାଠି ହୋଇଥାନ୍ତି । ଏହି ସାତ ଦିନିଆ ଉତ୍ସବରେ ଭକ୍ତିଭାବରେ ଲୋକେ ହଜିଯାଇଥାନ୍ତି ଏବଂ ଶେଷ ଦୁଇ ଦିନ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ଉଦ୍‌ଯାପନୀ ଦିବସର ପୂର୍ବ ସନ୍ଧ୍ୟାରେ ସୁସଜ୍ଜିତ ବା କାପାରିଜନଡ୍ ହାତୀ ସମବେତ ହୋଇଥାନ୍ତି । ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ଉତ୍ସବ ସମୟରେ ଏକାଠି ହେବା ଉତ୍ସବକୁ କୁହାଯାଇଥାଏ ଷଷ୍ଠଭିନଣ୍ଟେ ମେଲାମ୍ ।

ଷଷ୍ଠଭିଣ୍ଟେ ମେଲାମ ସମୟରେ ବହୁ ସଂଖ୍ୟକ ଉଜ୍ଜ୍ୱଳ ଆଲୋକିତ ଦୀପ ଓ ଏହି ଶିଖାକୁ ଧାରଣ କରିଥିବା କର୍ମଚାରୀ ଏହାକୁ ଅଧିକ ଆକର୍ଷଣୀୟ କରିଥାଏ । ସ୍ଥାନୀୟ ଲୋକମାନେ ଏହାକୁ କହନ୍ତି ଥିବେଟି । ଥରେ ଏହି ଉତ୍ସବ ଶେଷ ହେଲା ପରେ, ଆଖପାଖ ଅଂଚଳର ଦେବଦେବୀଙ୍କୁ ପିଠିରେ ବସାଇ ଆଣିଥିବା ହାତୀଗୁଡିକ ନିକଟସ୍ଥ ଧାନକ୍ଷେତକୁ ଯାଇଥାନ୍ତି । ଉତ୍ସାହରେ କୋଳାହଳ କରୁଥିବା ଜନଗହଳି ମଧ୍ୟରେ 61ଟି ହାତୀ ଧାଡ଼ିରେ ଠିଆ ହୋଇଥାନ୍ତି । ସକାଳୁ ସକାଳୁ ବିଭିନ୍ନ ପାରମ୍ପରିକ ବାଦ୍ୟ ସହିତ ପଞ୍ଚବାଦ୍ୟମ୍, ପଚାରିମେଲମ୍, ଏବଂ ପାଣ୍ଡିମେଲମ୍ ବାଦନକାରୀମାନେ ଯଥାସମ୍ଭବ ମନଖୋଲି ବାଜା ବଜାଇଥାନ୍ତି । ଯେମିତି ସାରା ପରିବେଶ ସଂଗୀତମୟ ହୋଇଯାଏ, ଯେତେବେଳେ କି ସୁସଜ୍ଜିତ ହାତୀମାନେ ମୁଥୁକୁଡା (ସୁସଜ୍ଜିତ ଉଜ୍ଜ୍ୱଳ ଛତା ଧାରଣ କରିଥାନ୍ତି) ଏବଂ ବେଞ୍ଚା ମରମସ (ଧଳା ହୁଇସ୍କ) ଏକ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ। ସେମାନେ ମଧ୍ୟ ଧୈର୍ଯ୍ୟର ସହ ଠିଆ ହୋଇଥାନ୍ତି ଓ ଦର୍ଶକମାନଙ୍କର ମନୋରଂଜନ କରିଥାନ୍ତି ।

ଆଖପାଖ ଅଂଚଳର ମନ୍ଦିରରୁ ଦେବଦେବୀଙ୍କୁ ବୋହିଆଣିଥିବା ହାତୀମାନେ ଶ୍ରୀ ଷଷ୍ଠ ମନ୍ଦିରରେ ଏକତ୍ରିତ ହୋଇଥାନ୍ତି, ସୂର୍ଯ୍ୟୋଦୟ ବେଳକୁ ସେମାନେ ଆର୍ତ୍ତୁ ଉତ୍ସବ ପାଇଁ ନିକଟସ୍ଥ ନଦୀ କୂଳକୁ ଯାଇଥାନ୍ତି ।

ଏହା ହେଉଛି ପାରମ୍ପରିକ ଭାବରେ ଶୁଦ୍ଧି ପ୍ରକ୍ରିୟା । ନଦୀ ଜଳରେ ମନ୍ତ୍ର ଉଚ୍ଚାରଣ ଓ ପୁଷ୍ପ ପ୍ରଦାନ ସହିତ ମୂର୍ତ୍ତିଗୁଡିକୁ ସ୍ନାନ କରାଯାଇଥାଏ । ଶେଷରେ ଆର୍ତ୍ତୁ ପାଇଁ ଯାଇଥାନ୍ତି ଆର୍ତ୍ତୁ ପୂଜାର ଆରାଧ୍ୟ ଦେବତା ପ୍ରଭୁ ଆୟାପାନ ।

ଏହି ଆର୍ତ୍ତୁ ପୂଜାପୁରମ୍ ଦେବଦେବୀଙ୍କର ଏକତ୍ର ଆଗମନକୁ ଦର୍ଶାଇବା ପାଇଁ ପାଳିତ ହୋଇଥାଏ ଏବଂ ଏହି ଉତ୍ସବର ବିଭିନ୍ନ ବିଧିବିଧାନ ଓ ଆଡମ୍ବର କାରଣରୁ ବହୁ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତ୍ରିଶୁର ପ୍ରାୟ 14 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia