Trade Media
     

କୋଡୁଙ୍ଗାଲୁ ଭରଣୀ


Event date:
ସ୍ଥାନ: କୋଡୁଙ୍ଗାଲୁର ଭଗବତୀ ମନ୍ଦିର, କୋଡୁଙ୍ଗାଲୁର, ତ୍ରିଶୁର ଜିଲ୍ଲା ।

କୋଡୁଙ୍ଗାଲୁରର ଭଗବତୀ ମନ୍ଦିର ବାର୍ଷିକ ଭରଣୀ ଉତ୍ସବ ପାଇଁ ପ୍ରସିଦ୍ଧ । ବିଶ୍ୱାସ କରାଯାଏ ଯେ ପୂର୍ବରୁ ଏଠାରେ ଶିବ ପୂଜା ପାଉଥିଲେ । ଏବେ ବି ଭଗବତୀ (ଦେବୀ)ଙ୍କୁ ପୂଜା କରିବା ପୂର୍ବରୁ ପ୍ରଥମେ ଶିବଙ୍କୁ ପୂଜା କରାଯାଉଛି । ବିଶ୍ୱାସ କରାଯାଏ ଯେ କୋଡୁଙ୍ଗାଲୁରର ଭଗବତୀଙ୍କର ମୂର୍ତ୍ତି ପଣସ କାଠରୁ ତିଆରି ହୋଇଛି । ଦେବୀଙ୍କର ମୁହଁକୁ ଏକ ମୁଖାରେ ଆବୃତ୍ତ କରି ରଖାଯାଇଛି ଏବଂ ଏହାକୁ ବିଭିନ୍ନ ଅଳଙ୍କାରରେ ସଜାଇ ଦିଆଯାଇଛି ।

ବାର୍ଷିକ ଭରଣୀ ଉତ୍ସବରେ, କୋଡୁଙ୍ଗାଲୁର ଭଗବତୀ ମନ୍ଦିରରେ ବିଭିନ୍ନ କାର୍ଯ୍ୟକଳାପ ଦେଖିବାକୁ ମିଳେ । ସବୁଠାରୁ ଆକର୍ଷଣୀୟ ଘଟଣା ହୋଇଥାଏ କାଭୁତିଣ୍ଡାଲ ଉତ୍ସବ । ଏହି ଉତ୍ସବର ବିଶେଷତ୍ୱ ହେଉଛି ହଜାର ହଜାର ଖଣ୍ଡାଧାରୀ କାଳିସୀ ( ସ୍ଥାନୀୟ ଭାବରେ ଭେଲିଚାପଡ଼ କୁହାଯାଏ) ଉଭୟେ ପୁରୁଷ ଏବଂ ମହିଳା ଭାଗ ନେଇଥାନ୍ତି, ସେମାନଙ୍କୁ ଈଶ୍ୱରଙ୍କ ସହିତ ଯୋଗାଯୋଗ କରିବା ପାଇଁ ଭକ୍ତମାନଙ୍କ ନିମନ୍ତେ ଏକ ମାଧ୍ୟମ ଭାବରେ ବିଚାର କରାଯାଏ ।

ରକ୍ତ ଓ ବିଶ୍ୱାସର ସମାହାର କୋଡୁଙ୍ଗାଲୁରର ଭରଣୀ ଉତ୍ସବରେ ଦେଖିବାକୁ ମିଳେ । ଏହି ଉତ୍ସବ ମାଲାୟଲମ୍‌ର ମୀନମ୍ ମାସ (ମାର୍ଚ୍ଚ/ ଏପ୍ରିଲ୍) ମାସରେ ଅନୁଷ୍ଠିତ ହୋଇଥାଏ । କାଭୁଥିଣ୍ଡାଲ ହେଉଛି ମୁଖ୍ୟ ଉତ୍ସବ । ହଜାର ହଜାର ଭକ୍ତ ଏହାକୁ ଦେଖିଥାନ୍ତି । ଥେରିପଟୁ, ମନ୍ଦିରର ଦେବୀଙ୍କ ପାଇଁ ଅଶ୍ଳୀଳ ଗୀତ ଗାଇବା ମଧ୍ୟ ଏହାର ଏକ ମୁଖ୍ୟ ଅଂଶ ହୋଇଥାଏ ।

ପ୍ରତିବର୍ଷ ବହୁ ତୀର୍ଥଯାତ୍ରୀ ଓ ଉତ୍ସାହୀ ପର୍ଯ୍ୟଟକ ମାଲାୟଲମ୍ ମୀନମ୍ ମାସରେ କୋଡୁଙ୍ଗାଲ ଭଗବତୀ ମନ୍ଦିରରେ ଏହି ସାତ ଦିନିଆ ଉତ୍ସବରେ ଯୋଗ ଦେବାକୁ ଆସିଥାନ୍ତି । କାଭୁଥିଣ୍ଡାଲ ଉତ୍ସବ ହେଉଛି ଏହି ବାର୍ଷିକ ଭରଣୀ ପର୍ବର ଏକ ଅଂଶ, ଯାହାକି କୋଡୁଙ୍ଗାଲୁରର ରାଜାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବ ସମୟରେ, ଜଣେ ମନ୍ଦିର ଚାରିପଟେ ହଜାର ହଜାର କାଳିସୀ, ଭେଲିଚାପଡ଼) ଶୂନ୍ୟରେ ତରବାରି ଚଳାଇ ଦୌଡୁଥିବାର ଦେଖିପାରିବେ । ଯେତେବେଳେ କି ଲୋକେ ବୋଡ଼ିରେ ମନ୍ଦିର ଛାତକୁ ପିଟୁଥାନ୍ତି ଏବଂ ଛାତ ଉପରେ ବିଭିନ୍ନ ଜିନିଷ ଘୂରାଉଥାନ୍ତି ।

ଏହି ଉତ୍ସବ ପରେ ଏହି ମନ୍ଦିର ସପ୍ତାହେ ପାଇଁ ବନ୍ଦ ରହିଥାଏ । ଏହାର ଦ୍ୱାରଗୁଡିକ ଶୁଦ୍ଧିକରଣ ବିଧି ଶେଷ ହେବା ପରେ ଖୋଲିଥାଏ । ଏହା କାଭୁଥିଣ୍ଡଲର ଦାଗ ପରିଷ୍କାର କରିବା ପାଇଁ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଇରିଞ୍ଜାଲାକୁଡା, ପ୍ରାୟ 20 କିଲୋମିଟର ଦୂର
  • ନିକଟତମ ବିମାନବନ୍ଦର: କୋଚିନ ଆନ୍ତରର୍ଜାତୀୟ ବିମାନ ବନ୍ଦର ପ୍ରାୟ 30 କିଲୋମିଟର ଦୂର

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia