Trade Media
     

ଥାଇପୋୟା ମହୋତ୍ସବମ୍, କୁର୍କାଞ୍ଚେରି


Event date:
ସ୍ଥାନ: କୁର୍କାଞ୍ଚେରି ଶ୍ରୀ ମହେଶ୍ୱର ମନ୍ଦିର, ତ୍ରିଶୁର ଜିଲ୍ଲା ।

ଯଦିଓ ଏହି ମନ୍ଦିରର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ମହେଶ୍ୱର (ଶିବ) । ଏହି ଉତ୍ସବରେ ସାତ ଦିନ ଧରି ଆୟୋଜିତ ଥାଇପୋୟା ମହୋତ୍ସବମ୍ । ତାଙ୍କର ପୁତ୍ର ସୁବ୍ରମଣ୍ୟଙ୍କ ପ୍ରତି ସମର୍ପିତ ହୋଇଥାଏ । ଏହି ଆକର୍ଷଣୀୟ କାବାଡିୟାଟୋମ୍, ଏକ ପାରମ୍ପରିକ ନୃତ୍ୟ, ସକାଳେ ପ୍ରାୟ 10ଟି ଗୋଷ୍ଠୀକୁ ନେଇ ଆରମ୍ଭ ହୋଇଥାଏ, ପ୍ରତ୍ୟେକ ଗୋଷ୍ଠୀରେ 30 ଅମ୍ବଳାକ୍‌କାବାଡି ଏବଂ 60 ପୋକ୍‌କାବାଡି ଅଂଶଗ୍ରହଣ କରିଥାନ୍ତି । ଏକ ଅମ୍ବଳାକ୍‌କାବାଡ଼ି ମନ୍ଦିରର ମଡେଲ ଭାବରେ ସଜ୍ଜିତ ହୋଇଥାଏ, ଯାହାକି 6ରୁ 10 ଫୁଟ୍ ଉଚ୍ଚ ହୋଇଥାଏ । ଜଣେ ପୁରୁଷ ଭକ୍ତ ଏହାକୁ କାନ୍ଧରେ ଧରିଥାନ୍ତି । ପୋକ୍‌କାବାଡି ଧନୁ ଆକାରର ହୋଇଥାଏ ଏବଂ ଏହାକୁ ବିଭିନ୍ନ ଫୁଲରେ ସଜାଇ ଦିଆଯାଇଥାଏ । ଏହି କାବାଡିୟାଟୋମ୍ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲେ, ତାହା ପରେ ପରେ ରହିଥାଏ ଏକ ହାତୀ ଶୋଭାଯାତ୍ରା । ପରେ ଏହା ପୁଣି ରାତିରେ ଆରମ୍ଭ ହୋଇ ସୁର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଚାଲୁ ରହିଥାଏ । ଏକ ଚମକ୍‌ପ୍ରଦ ଆତସବାଜି ଏହି ଉତ୍ସବ ଶେଷ ହେବାକୁ ସୂଚାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତ୍ରିଶୁର, ପ୍ରାୟ 2 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia