Trade Media
     

ଅରଣମୂଳା ବଲମକାଳି


Event date:
ଏକ ସୁନ୍ଦର ଦୃଶ୍ୟ, ଅରଣମୂଳା ବଲମକାଳି (ସ୍ନେକ୍ ବୋଟ୍ ରେସ୍) ହେଉଛି ଏକ ଧାର୍ମିକ ନୌକା କାର୍ନିଭାଲ୍, ଏହାକୁ ଯିଏ ଦେଖିଛି ବିସ୍ମୟରେ ବାକ୍ ଶୂନ୍ୟ ହୋଇପଡ଼ିଛି । ଏହା ଉତ୍ସବର ଋତୁ ଓନାମ ସମୟରେ ଆୟୋଜିତ ହୋଇଥାଏ । ସୁସଜ୍ଜିତ ଆକର୍ଷଣୀୟ ସ୍ନେକ୍ ବୋଟଗୁଡିକ ପାମ୍ବା ନଦୀର ସ୍ଥିର ଜଳରେ ଗତି କରୁଥିବା ସମୟରେ ଦର୍ଶକ ମୁଗ୍ଧ ହୋଇ ଚାହିଁ ରହିଥାନ୍ତି ।

ଏହି ଉତ୍ସବ ଅରଣମୂଳା ପାର୍ଥସାରଥୀ ମନ୍ଦିର ଓ ଏହାର ଧାର୍ମିକ ଆଧାର ସହିତ ବିଶେଷ ଭାବରେ ସଂପର୍କିତ । ପ୍ରାଚୀନ କାଳରେ ତିରୁବୋନସାଦ୍ୟ (ଭବ୍ୟ ଓନାମ ମହୋତ୍ସବ) ଯାହାକି ଅରଣମୂଳାର ଶ୍ରୀ ପାର୍ଥସାରଥୀ ମନ୍ଦିରରେ ଭୋଗ ଭାବରେ ଅର୍ପଣ କରାଯାଇଥାଏ, ସେଥିପାଇଁ ପନିପରିବା, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଏହି ସ୍ନେକ୍ ବୋଟର ଶୋଭାଯାତ୍ରା କରି ଅଣାଯାଉଥିଲା। ଏହା ପ୍ରସିଦ୍ଧ ଅରଣମୂଳା ବଲମକାଳିର ଧାର୍ମିକ ଯାତ୍ରାକୁ ମନେ ପକାଇ ଦେଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଚେନଗନ୍ନୁର, ପ୍ରାୟ 10 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  ଥିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 117 କି.ମି. ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia