Trade Media
     

ପୁଲିକାଲି


Event date:
ସ୍ଥାନ: ସ୍ୱରାଜ  ରାଉଣ୍ଡ୍, ତ୍ରିଶୁର

ଯେତେବେଳେ ବାଘମାନଙ୍କର ମନଖୁସି ଥାଏ ସେମାନେ ନାଚନ୍ତି ! କିନ୍ତୁ ଜଂଗଲ ଭିତରେ, କେହି ଶୁଣିନାହାନ୍ତି କିମ୍ବା ଦେଖିନାହାନ୍ତି । କିନ୍ତୁ ତ୍ରିଶୁର ଜିଲ୍ଲାର ସ୍ୱରାଜ ରାଉଣ୍ଡରେ ଗଳି ଗଳିରେ ସ୍ପଷ୍ଟ ଦିବାଲୋକରେ ଏହା ଘଟିଥାଏ । ଓନାମ ଆସିଲେ କେରଳ ଉତ୍ସବ ପାଳିବା ପାଇଁ ବହୁ ପାରମ୍ପରିକ କାର୍ଯ୍ୟକ୍ରମରେ ହଜିଯାଏ । ଓନାମ;ହେଉଛି କେରଳର ସବୁଠାରୁ ବଡ଼ ଉତ୍ସବ । ଏହି ଅବସରରେ ପୁଲିକାଲି ବା ବାଘନାଚ ଦର୍ଶକମାନଙ୍କୁ ମନୋରଂଜନ ଯୋଗାଇବା ସହିତ ସେମାନଙ୍କୁ ମୁଗ୍ଧ କରେ ।

ଯଦିଓ କେରଳର ବିଭିନ୍ନ ଅଂଶରେ ଓନାମ ସମୟରେ ପୁଲିକାଲି ପ୍ରଦର୍ଶିତ ହୋଇଥାଏ କିନ୍ତୁ ତ୍ରିଶୁର ଏ କ୍ଷେତ୍ରରେ ବିଶେଷ ପ୍ରସିଦ୍ଧି ଲାଭ କରିଛି, କାରଣ ତ୍ରିଶୁରରେ ବିପୁଳ ସଂଖ୍ୟାରେ ପ୍ରଦର୍ଶନକାରୀ ଓ ଦର୍ଶକ ସମବେତ ହୋଇଥାନ୍ତି । ପ୍ରଦର୍ଶନ ପାଇଁ, ପୁରୁଷ, ଲୋକକଳାକାରମାନେ ସେମାନଙ୍କ ଶରୀର ଓ ମୁହଁକୁ ସୂକ୍ଷ୍ମ ଭାବରେ ଠିକ୍ ବାଘ ପରି ଚିତ୍ରିତ କରିଥାନ୍ତି । ସେମାନେ ଦଳ ଦଳ ହୋଇ ଆଗେଇ ଆସିଥାନ୍ତି ଓ ଢ଼ୋଲ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ନାଚିଥାନ୍ତି । ବନ୍ଧୁକଧାରୀ ଶିକାରୀ ସହିତ ଚୋରପୁଲିସ ଖେଳିଥାନ୍ତି । ସାଧାରଣ କଳା ଓ ହଳଦିଆ ରଂଗର ବାଘ ସହିତ ପ୍ରଦର୍ଶନକାରୀମାନେ ଅନ୍ୟ ରଂଗର ମେକଅପ୍ ନେଇ ବିଭିନ୍ନ ରଂଗରେ ରଂଗିନ୍ ରଥରେ ବସି ଦର୍ଶକମାନଙ୍କର ମନମୁଗ୍ଧ କରିବା ପାଇଁ ଉଦ୍ୟମ କରିଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତ୍ରିଶୁର, ଏକ କିଲୋମିଟର ମଧ୍ୟରେ
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 40 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia