Trade Media
     

ପରିୟାନମପେଟା ପୁରମ୍

Event date:
ସ୍ଥାନ: ପରିୟାନମପେଟା ଭଗବତୀ ମନ୍ଦିର, କାଟୁକୁଲମ, ପଲକଡ ଜିଲ୍ଲା ।

ଏକ ସାତ-ଦିନ ବ୍ୟାପି ବାର୍ଷିକ ଉତ୍ସବ ଭଗବତୀ କିମ୍ବା ଦେବୀଙ୍କ ପ୍ରତି ସମର୍ପିତ ପରିୟାନମ ପେଟା ମନ୍ଦିରରେ ପାଳିତ ହୋଇଥାଏ । ପୁରମ୍, ଏହି ଉତ୍ସବର ଉଦ୍‌ଯାପନୀ ଦିବସରେ 21ଟି ହାତୀର ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥାଏ ।

କଲମେଝୁଟୁ ପଟୁ (ଚଟାଣ ଉପରେ ଦେବୀମାନଙ୍କର ପାରମ୍ପରିକ ଚିତ୍ରାଙ୍କନ, ଏକ ସଂଗୀତ ସହିତ) ସମସ୍ତ ଉତ୍ସବ ଦିବସରେ ପ୍ରଦର୍ଶିତ ହୋଇଥାଏ । ଉଦ୍‌ଯାପନୀ ଦିବସରେ ଧାର୍ମିକ ଏବଂ ଲୋକକଳାଗୁଡିକ ଯେପରି କି କାଲବେଲା (ମଇଁଷି ଚିତ୍ର) ଏବଂ ପୁଥିରାବେଲା (ଆକର୍ଷଣୀୟ ଘୋଡା ଚିତ୍ର), ପୁଥାନମ ଥିରାୟାମ ଇତ୍ୟାଦି  ଶୋଭାଯାତ୍ରାରେ ସାମିଲ୍ ହୋଇଥାଏ ।

ଉତ୍ସବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ଅନ୍ତର୍ଭୁକ୍ତ କରେ କଥାକଳି ଏବଂ ଚକ୍ୟରକୂଠୁ, ପ୍ରାଚୀନ ଲୋକକଳା, ଛାୟା କଣ୍ଢେଇ ନୃତ୍ୟ ଯାହାର ନାମ ଥୋଲାପଭକୁଠୁ ସମସ୍ତ ଉତ୍ସବ ଦିବସରେ ରାତ୍ରିରେ ପ୍ରଦର୍ଶିତ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ପଲକଡ଼, ପ୍ରାୟ 45 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର, ପଡୋଶୀ ରାଜ୍ୟ ତାମିଲନାଡୁର କୋଇମ୍ବାଟୁର, ପଲକଡ଼ ଠାରୁ ପ୍ରାୟ 55 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia