ସ୍ଥାନ: ପଲକଡ ଜିଲ୍ଲା ପଟାମ୍ବି ସହରର ମୁଖ୍ୟ ରାସ୍ତା ଉପରେ ପଟାମ୍ବି ମସଜିଦ୍ ।
ପଟାମ୍ବି ନେର୍ଚା ହେଉଛି ମାଲବାରର ମୁସଲମାନ ସନ୍ଥ ଆଲୁରବାଲିଆ ପୁକୁଞ୍ଜିକୋୟା ଥାଙ୍ଗଲଙ୍କର ସ୍ମୃତିରେ ଅନୁଷ୍ଠିତ ଏକ ଉତ୍ସବ । ଏହି ଉତ୍ସବ ଶେଷରେ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପ୍ରାୟ 100 ସୁସଜ୍ଜିତ ଦନ୍ତା ହାତୀ, ରଙ୍ଗିନ ମେଢ଼, ମ୍ୟୁଜିକ୍ କନସର୍ଟ ଯେପରି କି ପଞ୍ଚ ବାଦ୍ୟମ୍ (ପାଞ୍ଚୋଟି ତୁରୀ ଏବଂ ଢ଼ୋଲର ସମ୍ମିଶ୍ରଣ) ଏବଂ ଥାୟାମ୍ବକ (ଡ୍ରମ୍ର ସମାହାର) ଏବଂ ବିଭିନ୍ନ ଲୋକକଳା ସାମିଲ୍ ହୋଇଥାଏ । ଏହି ଶୋଭାଯାତ୍ରା ବିଳମ୍ବିତ ରାତିରେ ଭାରତ ପୂଜା ନଦୀ କୂଳରେ ଶେଷ ହୋଇଥାଏ । ଯେଉଁଠାରେ ପଞ୍ଚବାଦ୍ୟମ୍ ଏବଂ ବିଭିନ୍ନ କଳାକୃତିର ଆକର୍ଷଣୀୟ ପ୍ରଦର୍ଶନରେ ଗଗନ ପବନ ମୁଖରିତ ହୋଇଥାଏ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: ପିତାମ୍ବରୀ ରେଳଷ୍ଟେସନ ମସଜିଦ୍ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ।
- ନିକଟତମ ବିମାନ ବନ୍ଦର: କୋଇମ୍ବାଟୁର, ପଡୋଶୀ ରାଜ୍ୟ ତାମିଲନାଡୁ ଠାରୁ ଏହା ପ୍ରାୟ 55 କିଲୋମିଟର ଦୂର ।