Trade Media
     

ତ୍ରିଶୁର ପୁରମ୍


Event date:
ସ୍ଥାନ: ଠେକିଙ୍କକାଡୁ ମଇଦାନମ୍, ତ୍ରିଶୁର ଜିଲ୍ଲାର କେନ୍ଦ୍ର ସ୍ଥଳରେ ।

ଏହି ବିଶ୍ୱପ୍ରସିଦ୍ଧ ତ୍ରିଶୁର ପୁରମ୍ ନିଃସର୍ତରେ କେରଳର ସବୁଠାରୁ ପ୍ରସିଦ୍ଧ ଉତ୍ସବ । ଏହା ହେଉଛି ବହୁ ଆଡମ୍ବର ଓ ସାଜସଜ୍ଜାର ସମାହାର । ସମସ୍ତ ବର୍ଗର ଲକ୍ଷ ଲକ୍ଷ ଲୋକ ପୁରମ୍ ବା ଉତ୍ସବ ପାଳନ କରିବା ପାଇଁ ତ୍ରିଶୁର ଠେକିଙ୍କକାଡୁ ମଇଦାନମ୍‌ରେ ଏକତ୍ରିତ ହୋଇଥାନ୍ତି । ଏହି ଉତ୍ସବ ବଡ଼କୁମ୍‌ନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଥାଏ । ଏହି ମନ୍ଦିର ହେଉଛି କେରଳ କଳାକୃତି ଶୈଳୀର ନିଦର୍ଶନ । ଏହି ଉତ୍ସବର ବିଶେଷତ୍ୱ ହେଉଛି 30ଟି ସୁସଜ୍ଜିତ ହାତୀଙ୍କର ଆକର୍ଷଣୀୟ ଶୋଭାଯାତ୍ରା ଏବଂ କୁଡମମାଟୋମ୍, ଉଜ୍ଜ୍ୱଳ ଭାବରେ ରଂଗିନ୍ ଏବଂ ସିକ୍ୟୁଇନ୍ ପାରାସୋଲଗୁଡିକର ତାଳ ଅନୁଯାୟୀ ଧୀରେ ପରିବର୍ତ୍ତନ କରିବାର ପ୍ରତିଯୋଗିତା । ଚେଣ୍ଡାମେଲମ୍ ଏବଂ ପଞ୍ଚବାଦ୍ୟମ୍ ବାଦନ କରିଥାନ୍ତି ସଂଗୀତର ଜାଦୁକରମାନେ, ଯାହାକି ଦର୍ଶକମାନଙ୍କ ପାଇଁ ମନଛୁଆଁ ହୋଇଥାଏ । ଚମକପ୍ରଦ ଆତସବାଜି ଆକାଶରେ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିବା ସହିତ ଏହି ଦୁଇ ଦିନର ମହୋତ୍ସବ ଓ ମନୋରଂଜନ ଶେଷ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତ୍ରିଶୁର, ପ୍ରାୟ ଏକ କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର: କୋଚିନ୍ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia