ସ୍ଥାନ: ଶ୍ରୀ ରୁଥିରା ମହାକାଳିକାବୁ ମନ୍ଦିର, ପାରୁଥିପ୍ରା, ବଡ଼କାନଚେରି, ତ୍ରିଶୁର ଜିଲ୍ଲା ।
ଶ୍ରୀ ରୁଥିରା ମହାକାଳିକାବୁ ମନ୍ଦିରର ଏହି ବାର୍ଷିକ ଉତ୍ସବ ଦେବୀ କାଳୀଙ୍କ ପ୍ରତି ସମର୍ପିତ । ଏହା ହେଉଛି ଏହି ଅଂଚଳର ସବୁଠାରୁ ପ୍ରସିଦ୍ଧ କାର୍ଯ୍ୟକ୍ରମ ଏବଂ ଏହାକୁ କୁହାଯାଏ ଉଥ୍ରାଲିକାବୁ ପୁରମ୍ । ଏହି ଆଠ ଦିନର ଉତ୍ସବର ସବୁଠାରୁ ଆକର୍ଷଣୀୟ ଅଂଶ ହୋଇଥାଏ ଦିବାରାତି ହାତୀ ଶୋଭାଯାତ୍ରା । ଏହି ଉତ୍ସବର ଉଦ୍ଯାପନୀ ଦିବସ ପୁରମ୍ ଦିବସ ଭାବରେ ପାଳିତ ହୋଇଥାଏ। ଯେତେବେଳେ କି 21ଟି ହାତୀ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ରଂଗିନ୍ ପାରାସୋଲ୍ ସହିତ ବଞ୍ଚେମର୍ମସ (ଧଳା ଟଫ୍ଟ ପରି ଜିନିଷ ଯାହାକି ଅଭିବାଦନ ଜଣାଇବା ପାଇଁ ବ୍ୟବହାର କରାଯାଇଥାଏ ) ଏବଂ ଆଲାଭତମ୍ସ (ମୟୂର ପୁଛର ବିଂଚଣା) ହଲାଇଥାନ୍ତି । ପାରମ୍ପରିକ ସଂଗୀତ ପଞ୍ଚବାଦ୍ୟମ୍ ଏବଂ ପାଣ୍ଡି ମେଲମର ସମ୍ମେଳନ ଏବଂ ତାଳ ଯେପରି ପରିବେଶକୁ ଅଧିକ ମନୋରମ କରି ତୋଳେ । ଉତ୍ସବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ଦିର ଓ ଲୋକକଳା ପ୍ରଦର୍ଶନ ଅନ୍ତର୍ଭୁକ୍ତ ହୋଇଥାଏ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: ତ୍ରିଶୁର, ପ୍ରାୟ 20 କିଲୋମିଟର ଦୂର ।
- ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ।