Trade Media
     

ଆଭିଆଲ୍

 
 
ଆଭିଆଲ୍ ହେଉଛି ଏପରି ଏକ ବ୍ୟଞ୍ଜନ ଯେଉଁଥିରେ ସ୍ଥାନୀୟ ଭାବରେ ଉପଲବ୍ଧ ସମସ୍ତ ପରିବାରୁ ତିଆରି ହୋଇଥାଏ । ତେଣୁ ଜଣେ ନୂଆ ରାନ୍ଧୁଣିଆ ଏହାର ମୂଲ୍ୟ ଓ ନାମ ବିଷୟରେ ନିଶ୍ଚିତ ହୋଇନଥାନ୍ତି । କିନ୍ତୁ ତାଙ୍କୁ ପରିବା କିଣିବାକୁ ଯାଇ ସୁରକ୍ଷିତ ଭାବରେ ଆଭିଆଲ୍ କୋଟୁ (ଏକ ଆଭିଆଲ୍ ମିଶ୍ରଣ) ମାଗିପାରିବେ, ଧରିନିଆଯାଉ, ପଚାଶ କିମ୍ବା ଷାଠିଏ ଟଙ୍କା ଏବଂ ସୁନିଶ୍ଚିତ ହୋଇପାରିବେ ଯେ ସପ୍ତାହକ ପାଇଁ ପରିବା ଆସିଛି । ଏଗୁଡିକ ଅବଶ୍ୟ କୌଣସି ପତ୍ର ଜାତୀୟ ପରିବାକୁ ଅନ୍ତର୍ଭୁକ୍ତ କରେ ନାହିଁ ।

ପ୍ରକୃତରେ, ଏହି ଆଭିଆଲର ରାନ୍ଧିବା ପାଇଁ ତଳେ ଦିଆଯାଇଥିବା ତୁଳନାରେ ଅଧିକ ବା କମ୍ ପନିପରିବା ବ୍ୟବହାର କରିପାରିବେ ।

ମୂଳ ପନିପରିବାଗୁଡିକ ଅନ୍ତର୍ଭୁକ୍ତ କରେ:
  • 1 ଗାଜର
  • 3ଟି ବିନ୍
  • 2 ଟି କଞ୍ଚା କଦଳୀ
  • 1 ଟି ମଧ୍ୟମ- ଆକାରର ବାଇଗଣ
  • 100 ଗ୍ରାମ୍ କାକୁଡି
  • 100 ଗ୍ରାମ୍ ଛଚିନ୍ଦ୍ରା
  • 100 ଗ୍ରାମ୍ ଦେଶୀ ଆଳୁ
  • ଏବଂ ଗୋଟିଏ ସଜନା ଛୁଇଁ

ଆପଣଙ୍କୁ ମଧ୍ୟ ଦୁଇ କପ୍ ନଡିଆ କୋରା, ଏକ ଚାମଚ ଜିରା ଏବଂ ଛଅଟି କଞ୍ଚା ଲଙ୍କା ସହିତ ନଡିଆ କୋରା ମିଶାଇ ଦୁଇ କପ୍ ବଟା ତିଆରି କରିବା ଆବଶ୍ୟକ ହେବ ।
  • 2 କପ୍ ନଡିଆ କୋରା
  • 1 ଚାଆ ଚାମଚ ଜିରା
  • 6ଟି କଞ୍ଚା ଲଙ୍କା 
ରନ୍ଧନ କରାଯାଇଥିବା ମିଶ୍ରଣରେ ଶେଷ ସ୍ପର୍ଶ ଦେବା ପାଇଁ ଆପଣ ଦହି ଏବଂ ନଡିଆ ତେଲ ମିଶାଇବା ଆବଶ୍ୟକ ହେବ । ତେଣୁ ଦୁଇ ଚାମଚ ଦହି ଏବଂ 1/4 କପ୍ ନଡିଆ ତେଲ ପ୍ରସ୍ତୁତ ରଖନ୍ତୁ ।
  • 2 ଚାମଚ ଦହି
  • 1/4 କପ୍ ନଡିଆ ତେଲ 
ଏହା ବ୍ୟତୀତ, ଆପଣ ଲୁଣ, ଅଧ ଚାମଚ ହଳଦିଗୁଣ୍ଡ ଏବଂ କିଛି ଭୃଷଙ୍ଗ ପତ୍ର ଦରକାର କରିବେ ।
  • ଲୁଣ
  • 1/2 ଚାମଚ ହଳଦିଗୁଣ୍ଡ
  • 1 ପାଖୁଡା ଭୃଷଙ୍ଗ ପତ୍ର 
ପ୍ରସ୍ତୁତି ପଦ୍ଧତି
ପରିବାଗୁଡିକୁ ଛୋଟ ଛୋଟ କାଟି ଦିଅନ୍ତୁ । ସେଗୁଡିକୁ ହଳଦି ଓ ଆବଶ୍ୟକ ପାଣି ଦେଇ ସିଝାନ୍ତୁ । ଏଥିରେ ଭଲ ଭାବରେ ବଟା ଯାଇଥିବା ନଡିଆ ବଟା ମିଶାନ୍ତୁ । ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଲୁଣ ପକାନ୍ତୁ ।

ନିଆଁରୁ ବାହାର କରିଦିଅନ୍ତୁ ଏବଂ ଗୋଳା ଯାଇଥିବା ଦହି ଓ ନଡିଆ ତେଲ ପକାଇ ଗୋଳାଇ ଦିଅନ୍ତୁ । ଭଲ ଭାବରେ ମିଶାଇ ଗରମ ଗରମ ପରଷନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି ଶ୍ରୀମତୀ ଲିଲା ବେଣୁ କୁମାର
ଟେଲିଫୋନ୍: +919895534383
ଇ-ମେଲ୍: devoo_07@yahoo.co.in  


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia