Trade Media
     

କାଇ ମେଜୁକୁପୁରାତି

 
 
ଏହି ଭିଡିଓ କାଇ ମେଜୁକୁପୁରାତି ବା ଅଳ୍ପ ଭଜା ହୋଇଥିବା କଦଳୀର ପ୍ରସ୍ତୁତି ଦେଖାଏ ।

ଉପାଦାନଗୁଡିକ
  • କଞ୍ଚା କଦଳୀ- 3 (ପତଳା ଚାରିକୋଣିଆ ଖଣ୍ଡରେ କଟାଇଯାଇଥାଏ)
  • ଶୁଖିଲା ନଡିଆ- ½ କପ୍
  • କଞ୍ଚା ଲଙ୍କା – 6 (ଦୈର୍ଘ୍ୟ ଅନୁଯାୟୀ କଟା ହୋଇଥାଏ)
  • ଲଙ୍କା ଗୁଣ୍ଡ – 1 ଚାଆ ଚାମଚ
  • ହଳଦି ଗୁଣ୍ଡ- ½ ଚା ଚାମଚ
  • ଲୁଣ- ସ୍ୱାଦ ଅନୁଯାୟୀ
  • ତେଲ
  • ସୋରିଷ- 1 ଚା ଚାମଚ
  • ଭୃଷଙ୍ଗ ପତ୍ର
  • ବିରି ଡାଲି- 1ଚା ଚାମଚ

ପ୍ରସ୍ତୁତିବିଧି
ଗୋଟିଏ କଡାଇରେ ତିନି ଚାମଚ ତେଲ ଗରମ କରନ୍ତୁ । ଏଥିରେ ସୋରିଷ, ହରଡଡାଲି ଏବଂ ନଡିଆ ଖଣ୍ଡ ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଭୃଷଙ୍ଗ ପତ୍ର ପକାନ୍ତୁ । ଟିକିଏ ଗୋଳାଇ ଦିଅନ୍ତୁ ଓ କଞ୍ଚା ଲଙ୍କା ପକାନ୍ତୁ ଓ କିଛି ସମୟ ପାଇଁ ଏପଟ ସେପଟ କରନ୍ତୁ। ତାହା ପରେ ପତଳା ଚାରିକଣିଆ ଆକାରରେ କଟା ଯାଇଥିବା କଞ୍ଚା କଦଳୀଖଣ୍ଡ ପକାନ୍ତୁ । ଟିକେ ଗୋଳାନ୍ତୁ, ତାହା ପରେ ଲୁଣ, ହଳଦିଗୁଣ୍ଡ ଏବଂ ଲଙ୍କାଗୁଣ୍ଡ ପକାନ୍ତୁ। ଏବେ ଗୋଟିଏ କପ୍ ପାଣି ଢ଼ାଳନ୍ତୁ । ଅଳ୍ପ ଗୋଳାଇ ଦେଇ ପାତ୍ରକୁ ଢ଼ାଙ୍କି ଦିଅନ୍ତୁ । ସବୁତକ ପାଣି  ଅବଶୋଷିତ ହୋଇଯିବା ପରେ, ଆଞ୍ଚ କମ୍ କରିଦେଇ ଏହି ଖଣ୍ଡଗୁଡିକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଗରମ ଗରମ ପରଷନ୍ତୁ ଏବଂ କାଇମେଜୁକୁପୁରାତି ସହିତ ଆପଣଙ୍କ ମଧ୍ୟାହ୍ନ ଭୋଜନର ଆନନ୍ଦ ନିଅନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia