Trade Media
     

ସପୁରୀ ମଧୁର ପାଚେଡି

 
 
ଏହି ଭିଡିଓ ସପୁରୀ ମଧୁର ପାଚେଡିର ପ୍ରସ୍ତୁତି ଦର୍ଶାଉଛି ।

ଉପାଦାନଗୁଡିକ
  • ସପୁରୀ ଖଣ୍ଡ- 1 କପ୍
  • ତେନ୍ତୁଳି- ଲେମ୍ବୁ- ଆକାରର
  • ଗୁଡ- 1 ଛୋଟ ଖଣ୍ଡ
  • ନଡିଆ (କୋରା ହୋଇଥିବା)- 1/2 କପ୍
  • ଲଙ୍କାଗୁଣ୍ଡ- -1/2 ଚା ଚାମଚ
  • କଞ୍ଚା ଲଙ୍କା (ଛୋଟ ଛୋଟ କଟା ହୋଇଥିବା)- 1 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ସୋରିଷ- 1 ଚାଆ ଚାମଚ
  • ଶୁଖିଲା ଲଙ୍କା- 3ଟି
  • ତେଲ
  • ଲୁଣ- ସ୍ୱାଦ ଅନୁଯାୟୀ 

ପ୍ରସ୍ତୁତି ପଦ୍ଧତି
ସପୁରୀ ଖଣ୍ଡଗୁଡିକୁ ରନ୍ଧନ ପାତ୍ରରେ ପକାନ୍ତୁ । ସେଥିରେ ତେନ୍ତୁଳି ପାଣି ପକାଇ ଫୁଟାନ୍ତୁ । କିଛି ଲଙ୍କାଗୁଣ୍ଡ ଓ ଲୁଣ ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ କିଛି ପାଣି ମିଶାନ୍ତୁ, ଏହି ପାତ୍ରଙ୍କୁ ଢ଼ାଙ୍କି ଦିଅନ୍ତୁ ଓ ଦୁଇ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ ।

ଢ଼ାଙ୍କୁଣୀ ଖୋଲି ଦିଅନ୍ତୁ ଓ ଏଥିରେ ଥିବା ଜିନିଷକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ନଡିଆ କୋରା ଓ କଞ୍ଚା ଲଙ୍କା ବଟାକୁ ମିଶାଇ ଦେଇ ସିଝା ସପୁରୀ ଖଣ୍ଡରେ ଗୋଳାଇ ଦିଅନ୍ତୁ । ଖଣ୍ଡେ ଗୁଡ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଏବେ ଫୁଟାଇବା ପାଇଁ ପ୍ରସ୍ତୁତ କରନ୍ତୁ । କଡାଇରେ କିଛି ତେଲ ଗରମ କରନ୍ତୁ । ଶୁଖିଲା ଲଙ୍କା, ସୋରିଷ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ । ଯେତେବେଳେ ଫୁଟଣ ପ୍ରସ୍ତୁତ ହୋଇଯାଏ, ଏହାକୁ ପାଚେଡି ରହିଥିବା ପାତ୍ରରେ ଢ଼ାଳି ଦିଅନ୍ତୁ ।

ଗରମ ଗରମ ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia