Trade Media
     

ଥିଆଲ୍

 
 
ଏହି ଭିଡିଓ ଥିୟାଲର ପ୍ରସ୍ତୁତି ଦର୍ଶାଉଛି ।

ଉପାଦାନଗୁଡିକ

  • ବାଇଗଣ (ଛୋଟ)- 4ଟି
  • ଓଲିପିଆଜ (ଛୋଟ ପିଆଜ)- 10ଟି
  • ଶୁଖିଲା ଲଙ୍କାଗୁଣ୍ଡ- 1 ଚାଆ ଚାମଚ
  • ଧନିଆଗୁଣ୍ଡ- 2 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଗୋଲମରିଚ ଗୁଣ୍ଡ-  1/2 ଚାଆ ଚାମଚ
  • ତେନ୍ତୁଳି ପାଣି- 1/2 ଚାଆ ଚାମଚ
  • ସୋରିଷ- 1 ଚାଆ ଚାମଚ
  • ନଡିଆ (କୋରା ହୋଇଥିବା)- 1 କପ୍
  • ମେଥି- 1 ଚାଆ ଚାମଚ
  • ନଡିଆ ତେଲ- 1 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଲୁଣ- ସ୍ୱାଦ ଅନୁଯାୟୀ
  • ଲାଲ ଲଙ୍କା

ପ୍ରସ୍ତୁତି ପଦ୍ଧତି
ଗୋଟିଏ କଡ଼ାଇରେ, କିଛି ତେଲ ଗରମ କରନ୍ତୁ । କୋରା ହୋଇଥିବା ନଡିଆ ପକାନ୍ତୁ । ସାମାନ୍ୟ ବାଦାମୀ ହେବା ପରେ ସେଥିରେ ମେଥି ପକାନ୍ତୁ । ବାରମ୍ବାର ଗୋଳାନ୍ତୁ । ଏବେ ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ଗୋଲମରିଚଗୁଣ୍ଡ, ହଳଦିଗୁଣ୍ଡ ପକାନ୍ତୁ। ଭଲ ଭାବରେ ଗୋଳାଇ ଭାଜନ୍ତୁ । ଛୋଟ ପିଆଜ ପକାନ୍ତୁ ପୁଣି ଭାଜନ୍ତୁ । ଏହି ଉପାଦାନଗୁଡିକୁ ବାଟି ଦେଇ ଅଲଗା ରଖନ୍ତୁ ।

ଆଉ ଗୋଟିଏ କଡାଇରେ ଦୁଇ ଚାଆ ଚାମଚ ତେଲ ନିଅନ୍ତୁ । ସେଥିରେ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ବାଇଗଣ ଓ ଛୋଟ ପିଆଜ ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ପାତ୍ରଟି ଢ଼ାଙ୍କି ଦିଅନ୍ତୁ ଓ କିଛି ସମୟ ପାଇଁ ରାନ୍ଧନ୍ତୁ ।

ଆପଣ ଏବେ ଢ଼ାଙ୍କୁଣୀ କାଢ଼ି ଦେଇପାରିବେ, ଟିକେ ଗୋଳାଇ ଦେଇ ପୁଣି ଥର ପାତ୍ରଟିକୁ ଢ଼ାଙ୍କି ଦେଇ ଆଉ କିଛି ସମୟ ପାଇଁ ରାନ୍ଧିପାରିବେ । ପୁଣି ଥରେ ଢ଼ାଙ୍କୁଣୀ କାଢ଼ି ଦିଅନ୍ତୁ । ସେଥିରେ ତେନ୍ତୁଳି ପାଣି ମିଶାନ୍ତୁ । ଆରମ୍ଭରୁ ପ୍ରସ୍ତୁତ କରାଯାଇଥିବା ବଟା ଢ଼ାଳି ଦିଅନ୍ତୁ । ଏହାକୁ ଫୁଟିବାକୁ ଦିଅନ୍ତୁ । ଏଥିରେ ଆଉ ଟିକେ ପାଣି ମିଶାନ୍ତୁ । ଧୀରେ ଧୀରେ ଗୋଳାଇ ଲୁଣ ପକାନ୍ତୁ । ପୁଣି ଗୋଳାଇ ଦିଅନ୍ତୁ ।

ଏବେ ଥିଆଲ୍ ପାଇଁ ସିଜନିଙ୍ଗ୍ ବା ଫୁଟଣ ପ୍ରସ୍ତୁତ କରନ୍ତୁ । ଟିକେ ତଲ ଗରମ କରନ୍ତୁ ଏବଂ ସେଥିରେ ସୋରିଷ, ଶୁଖିଲା ଲଙ୍କା ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ । ଏହାକୁ ଥିଆଲରେ ଢ଼ାଳି ଦିଅନ୍ତୁ ।

ଗରମ ଗରମ ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia