Trade Media
     

ବିଫ୍ ଫ୍ରାଏ

 
 
ଏହି ଭିଡିଓ ବିଫ୍ ଫ୍ରାଏ ପ୍ରସ୍ତୁତିର ପଦ୍ଧତିଗୁଡିକ ଦର୍ଶାଉଛି ।

ଏକ କିଲୋଗ୍ରାମ୍ ପରିଷ୍କାର ହୋଇଥିବା ହାଡ ନ ଥିବା ଗୋମାଂସକୁ ଛୋଟ ଛୋଟ ଭାବରେ କାଟି ନିମ୍ନଲିଖିତ ଉପାଦାନ ସହ ମାରିନେଟ୍ କରନ୍ତୁ:

  • ପତଳା ପତଳା କଟା ହୋଇଥିବା ନଡିଆ- 1/2 କପ୍
  • ଦୁଇ ଖଣ୍ଡରେ କଟା ହୋଇଥିବା ସାଲଟ୍- 1 କପ୍
  • ଧନିଆ ଗୁଣ୍ଡ- 3 ଟେବୁଲ ଚାମଚ
  • ଲଙ୍କା ଗୁଣ୍ଡ- 2 ଚାଆ ଚାମଚ
  • ଗୋଲମରିଚ ଗୁଣ୍ଡ- 2 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଗରମ ମସଲା- 2-3 ଚାଆ ଚାମଚ
  • ତାଜା ଅଦା, ଛୋଟ ଛୋଟ କଟା ହୋଇଥିବା- 4-5 ସେ.ମି.
  • ରସୁଣ କୋଲା, ଛୋଟ ଛୋଟ କଟା ହୋଇଥିବା- 10ଟି
  • ଲୁଣ- ସ୍ୱାଦ ଅନୁଯାୟୀ

ଯେତେବେଳେ ବିଫ୍ ଭଲ ଭାବରେ ମାରିନେଟ୍ ହୋଇଯାଏ, ପ୍ରେସରକୁକରରେ 200 ମି.ଲି.ପାଣି ଦେଇ ନରମ ହେବା ପର୍ଯ୍ୟନ୍ତ (ପ୍ରାୟ 15-20 ମିନିଟ୍) ସିଝାନ୍ତୁ ।

ଯଦି ମାଂସ ସିଝିଯିବା ପରେ ପାଣି ରହିଯାଇଥାଏ, ଢ଼ାଙ୍କୁଣୀ ଖୋଲି ଅଧିକ ଆଞ୍ଚରେ ପାଣି ସଂପୂର୍ଣ୍ଣ ଶୁଖିଯିବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ ।

ତିନିରୁ ଚାରି ଟେବୁଲଚାମଚ ନଡିଆ ତେଲ ପକାନ୍ତୁ ଏବଂ ଦୁଇଟି ମଧ୍ୟମ- ଆକାରର ପିଆଜ କାଟି ଭୃଷଙ୍ଗ ପତ୍ର ସହିତ ଭାଜି ଦିଅନ୍ତୁ । ତାହା ପରେ ସେଥିରେ ସିଝା ଗୋମାଂସ ପକାନ୍ତୁ । ମାଂସଗୁଡିକ ବାଦାମୀ ରଂଗର ହେବା ପର୍ଯ୍ୟନ୍ତ ମଧ୍ୟମ ଆଂଚରେ ଭାଜନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia