Trade Media
     

କୁକୁଡା ମାଂସ ତରକାରି

 
 
ଏହି ଭିଡିଓ କୁକୁଡା ମାଂସ ତରକାରି ପ୍ରସ୍ତୁତି ପଦ୍ଧତି ଦର୍ଶାଉଛି ।

ଏକ କିଲୋଗ୍ରାମ୍ କୁକୁଡାକୁ ମଧ୍ୟମ ଆକାରର ଖଣ୍ଡରେ କାଟନ୍ତୁ ଏବଂ ଅଲଗା ରଖନ୍ତୁ ।

3ରୁ 4 ଟେବୁଲ୍ ଚାମଚ ତେଲ ନିଅନ୍ତୁ ଏବଂ ସେଥିରେ ତଳେ ଦିଆଯାଇଥିବା ଜିନିଷଗୁଡିକ ଭାଜି ଦିଅନ୍ତୁ:
  • ପିଆଜ- 2ଟି
  • ଅଦା- 2 ଇଞ୍ଚ
  • ରସୁଣ- 8- 10 କୋଲା
  • କଞ୍ଚା ଲଙ୍କା- 2ରୁ 3

ତାହା ପରେ ଏଗୁଡିକୁ ଏକାଠି ବାଟି କିମ୍ବା ଅଳ୍ପ ପାଣି ମିଶାଇ ତଳେ ଦିଆଯାଇଥିବା ଅନୁଯାୟୀ ମସଲା ତିଆରି କରନ୍ତୁ:

  • ଧନିଆଗୁଣ୍ଡ- 2ରୁ 3 ଟେବୁଲ୍ ଚାମଚ
  • ଲଙ୍କା ଗୁଣ୍ଡ- 1½ ଚାଆ ଚାମଚ
  • ହଳଦିଗୁଣ୍ଡ- ½ ଚାଆ ଚାମଚ
  • ଗରମ ମସଲା- 1½ ରୁ 2 ଚାଆ ଚାମଚ 

ଭଲ ଭାବରେ ଭାଜି ହେବାଯାଏଁ ମସଲାକୁ ଭାଜନ୍ତୁ ଏବଂ ତେଲ ଅଲଗା ହୋଇଗଲା ପରେ ବାହାର କରି ଆଣନ୍ତୁ । ତାହା ପରେ କୁକୁଡା ମାଂସଖଣ୍ଡ ଏବଂ ଗୋଟିଏ ବା ଦୁଇଟି ଛୋଟ ଛୋଟ କଟା ହୋଇଥିବା ଆଳୁ, ଗୋଟିଏ କଟା ହୋଇଥିବା ଟମାଟୋ ଏବଂ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ । ଭଲ ଭାବରେ ଗୋଳାନ୍ତୁ ଏବଂ ସେଥିରେ ଦେଢ଼ ଗ୍ଲାସ ପାଣି ମିଶାନ୍ତୁ । ପାତ୍ରକୁ ଢ଼ାଙ୍କି ଦିଅନ୍ତୁ ଏବଂ ମାଂସ ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଯଦି ଅଧିକ ଝୋଳ ରହିଥାଏ, ଢ଼ାଙ୍କୁଣୀ ଖୋଲି ଦିଅନ୍ତୁ ଏବଂ କିଛି ଅଧିକ ସମୟ ପାଇଁ ରାନ୍ଧନ୍ତୁ । ଭୃଷଙ୍ଗ ପତ୍ର ଦେଇ ସଜାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia