Trade Media
     

ମାଛ ମାପାସ୍

 
 
ଏହି ଭିଡିଓ ମାଛ ମାପାସ୍ ପ୍ରସ୍ତୁତିର ପଦ୍ଧତି ଦର୍ଶାଏ ।

500ରୁ 800 ଗ୍ରାମ୍ ମାଂସଳ ମାଛଖଣ୍ଡ ପରିଷ୍କାର କରି ଅଲଗା ରଖନ୍ତୁ ।

ଏଥିରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ:

  • ଲଙ୍କାଗୁଣ୍ଡ- 1 ½ ରୁ 2 ଚାଆ ଚାମଚ
  • ଧନିଆଗୁଣ୍ଡ- 1 ½ ରୁ 2 ଚାଆ ଚାମଚ
  • ହଳଦିଗୁଣ୍ଡ- ½  ଚାଆ ଚାମଚ

4ରୁ 5 ଟେବୁଲ୍ ଚାମଚ ନଡିଆ ତେଲ ଗରମ କରନ୍ତୁ ଏବଂ ଏକ ଚାଆ ଚାମଚ ସୋରିଷ ଫୁଟାଇ ଦିଅନ୍ତୁ । ତାହା ପରେ ଏଥିରେ ଏକ ଏକ ଚାଆ ଚାମଚ ମେଥି ମିଶାନ୍ତୁ ଏବଂ ମଧ୍ୟ:

  • ପିଆଜ- 2 (ପତଳା କଟା ହୋଇଥିବା)
  • ଅଦା- 2ରୁ 3 ଇଞ୍ଚ୍ ଖଣ୍ଡ
  • ରସୁଣ- 8ରୁ 10 କୋଲା କଟା ହୋଇଥିବା
  • କଞ୍ଚା ଲଙ୍କା- 4ରୁ 5 ଖଣ୍ଡ
  • ଅଳ୍ପ ଧନିଆପତ୍ର

ପିଆଜ ସିଝିଯିବା ଯାଏଁ ଭାଜନ୍ତୁ । ଏହା ପରେ ମସଲା ବଟା ପକାନ୍ତୁ ଏବଂ ଭଲରେ କଷି ହୋଇଯିବାର ବାସ୍ନା ହେବା ଯାଏଁ ଭାଜନ୍ତୁ । ତାହା ପରେ ଦୁଇ ଖଣ୍ଡ ଟମାଟୋ ପକାଇ ଆଉ ଟିକେ କଷି ଦିଅନ୍ତୁ ।

ଏକ କପ୍ ପାଣି ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଫୁଟିବାକୁ ଦିଅନ୍ତୁ । ଯେତେବେଳେ ପାଣି ଫୁଟିଯାଏ ମାଛଖଣ୍ଡଗୁଡିକ ପକାନ୍ତୁ । ଢ଼ାଙ୍କୁଣୀ ବନ୍ଦ କରିଦିଅନ୍ତୁ ଏବଂ କମ୍ ଆଂଚରେ ଝୋଳ ମୋଟା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଶେଷରେ, ଏକ କପ୍ ନଡିଆ କ୍ଷୀର ମିଶାନ୍ତୁ ଏବଂ କ୍ଷୀର ଉଷୁମ ହେବା ମାତ୍ରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia