Trade Media
     

ମାଛ ମୋଇଲି

 
 
ଏହି ଭିଡିଓ ମାଛ ମୋଇଲି ପ୍ରସ୍ତୁତି ଦର୍ଶାଏ ।

500- 800 ଗ୍ରାମ୍ ପମ୍ଫ୍ରେଟ୍, ପର୍ଲ ସ୍ପଟ୍, ମୁଲେଟ୍ କିମ୍ବା ସିର୍ ମାଛ ପରିଷ୍କାର କରି ରଖନ୍ତୁ ।

ମାଛରେ କିଛି ଲୁଣ, ହଳଦିଗୁଣ୍ଡ, ଏବଂ ଗୋଲମରିଚ ଗୁଣ୍ଡ ପକାଇ 15- 30 ମିନିଟ୍ ପର୍ଯ୍ୟନ୍ତ ଗୋଳାଇ ରଖନ୍ତୁ । ଅଳ୍ପ ଆଞ୍ଚରେ ଭାଜି ଦେଇ ଅଲଗା କରି ରଖନ୍ତୁ ।

ଏକ ଚାଆ ଚାମଚ ସୋରିଷକୁ ତିନିରୁ ଚାରି ଟେବୁଲ୍ ଚାମଚ ତେଲରେ ଫୁଟାଇ ନିମ୍ନଲିଖିତଗୁଡିକ ଭାଜି ଦିଅନ୍ତୁ:
  • ପିଆଜ- 2 (ପତଳା ଭାବରେ କଟା ହୋଇଥିବା)
  • ଅଦା-  2 ଇଞ୍ଚ (ପତଳା କଟା ଯାଇଥିବା)
  • ରସୁଣ- 10ରୁ 12 କୋଲା (କଟା ଯାଇଥିବା)
  • କଞ୍ଚା ଲଙ୍କା- 2ରୁ 3 ଖଣ୍ଡ କରାଯାଇଥିବା ଦୁଇଟି
ଯେତେବେଳେ ପିଆଜ ଭାଜି ହୋଇଯାଏ, କଟା ହୋଇଥିବା ଟମାଟୋ ପକାନ୍ତୁ ।

ଆଉ ଟିକେ ଭାଜି ଦିଅନ୍ତୁ ଏବଂ ତାହା ପରେ ମସଲାଗୁଣ୍ଡଗୁଡିକୁ ଏକାଠି ପାଣିରେ ମିଶାଇ କିମ୍ବା ବାଟି ତଳେ ଦିଆଯାଇଥିବା ଜିନିଷଗୁଡିକରେ ପ୍ରସ୍ତୁତ କରି ପକାନ୍ତୁ: 
  • ଧନିଆଗୁଣ୍ଡ- 2½ ଚାଆ ଚାମଚ
  • ମେଥିଗୁଣ୍ଡ- ½  ଚାଆ ଚାମଚ
  • ହଳଦିଗୁଣ୍ଡ- ½  ଚାଆ ଚାମଚ
ମସଲା କଷି ହୋଇଯିବାର ବାସ୍ନା ଆସିବା ଯାଏଁ ଗୋଳାନ୍ତୁ । ତାହା ପରେ ଦୁଇରୁ ତିନି କପ୍ ନଡିଆ କ୍ଷୀର (ଗୋଟିଏ ନଡିଆରୁ ଦୁଇ ଥର ଚିପୁଡି ବାହାର କରାଯାଇଥିବା ରସ) ମିଶାନ୍ତୁ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ ।

କମ୍ ଆଞ୍ଚରେ ଭଜା ଯାଇଥିବା ମାଛକୁ ଫୁଟୁଥିବା ନଡିଆ ରସରେ ପକାନ୍ତୁ । 15 ମିନିଟ୍ ପର୍ଯ୍ୟନ୍ତ ଢ଼ାଙ୍କି ସିଝିବାକୁ ଦିଅନ୍ତୁ ।

ତାହା ପରେ ନଡିଆର ପ୍ରଥମ ରସ (ମୋଟା ନଡିଆ ରସ) ମିଶାନ୍ତୁ । (ଝୋଳକୁ ବହଳିଆ କରିବା ପାଇଁ ପାଣିରେ ଦୁଇ ଚାମଚ କନ୍‌ଫ୍ଲୋର ଗୋଳାଇ ମିଶାଇ ଦିଅନ୍ତୁ) ।

ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ ଏବଂ ଚୁଲିରୁ ଓହ୍ଲାଇ ଆଣନ୍ତୁ । କିଛି ତାଜା ଧନିଆପତ୍ର ଉପରେ ଛିଞ୍ଚି ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia