Trade Media
     

ମଟନ ଷ୍ଟୁ

 
 
ଏହି ଭିଡିଓ ମଟନ୍ ଷ୍ଟୁ ପ୍ରସ୍ତୁତିର ପଦ୍ଧତିଗୁଡିକ ଦର୍ଶାଇଥାଏ ।

ଏକ କିଲୋଗ୍ରାମ୍ ମଟନ୍ ଧୋଇ ଅଲଗା କରି ରଖନ୍ତୁ, ମଧ୍ୟମ ଆକାରର ଖଣ୍ଡରେ କାଟି ଦିଅନ୍ତୁ ।

ତିନିରୁ ଚାରି ଟେବୁଲ୍ ଚାମଚ ତେଲ ନେଇ ତଳେ ଦିଆଯାଇଥିବା ଜିନିଷଗୁଡିକ ଫୁଟାଇ ଦିଅନ୍ତୁ:
  • ମଧ୍ୟମ- ଆକାରର ପିଆଜ- 2ଟି (କଟା ଯାଇଥିବା)
  • ଅଦା- 2 ଇଞ୍ଚ
  • ରସୁଣ- 8ରୁ 10 ପୋଲା
  • କଞ୍ଚା ଲଙ୍କା- 2ରୁ 3 (କଟା ହୋଇଥିବା) 
ତାହା ପରେ ଦୁଇରୁ ତିନି ଖଣ୍ଡ ଡାଲ୍‌ଚିନି ପକାନ୍ତୁ; ଆଠରୁ ଦଶଟି ଲବଙ୍ଗ; ତିନିରୁ ଚାରିଟି ଗୁଜୁରାତି ଏବଂ ଏକ ଚାମଚ ଗୋଲମରିଚ ପକାଇ ଭାଜି ଦିଅନ୍ତୁ ।

ଏବେ କିଛି ଟମାଟୋ ଖଣ୍ଡ; ଗୋଟିଏ ବଡ଼ ଆଳୁ, ଗୋଟିଏ କିମ୍ବା ଦୁଇଟି ଗାଜରକୁ ଛୋଟ ଛୋଟ କ୍ୟୁବ୍ ଆକାରରେ କାଟି ପକାନ୍ତୁ ଓ ସ୍ୱାଦ ଅନୁଯାୟୀ ଲୁଣ ଦିଅନ୍ତୁ ।

ଆଉ ଥରେ ଫୁଟଣ ଫୁଟାନ୍ତୁ । କଟା ହୋଇଥିବା ମଟନକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତିନିରୁ ଚାରି କପ୍ ଦ୍ୱିତୀୟ ଥର ବାହାର କରାଯାଇଥିବା ନଡିଆ କ୍ଷୀର ମିଶାନ୍ତୁ ।

ମାଂସ ନରମ ହେବା ପର୍ଯ୍ୟନ୍ତ ଢ଼ାଙ୍କୁଣୀ ଦେଇ ସିଝାନ୍ତୁ । ତାହା ପରେ ଥଣ୍ଡା ପାଣିରେ ଦୁଇ ଚାଆ ଚାମଚ କନ୍‌ଫ୍ଲୋର ଗୋଳାଇ ଏହି ଝୋଳରେ ଦେଇ ଝୋଳକୁ ମୋଟା କରିଦିଅନ୍ତୁ ।

ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ତାହା ପରେ, ପ୍ରଥମ ଥର ବାହାର କରାଯାଇଥିବା ମୋଟା ନଡିଆ ରସ ମିଶାନ୍ତୁ । ଗରମ କରନ୍ତୁ ଏବଂ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ପିଆଜ କାଟି ଘିଅରେ ଭାଜି ସଜାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia