Trade Media
     

ପର୍କ ପେରାଲାନ୍

 
 
ଏହି ଭିଡିଓ ପର୍କ ପେରାଲାନ୍ର ରନ୍ଧନ ପଦ୍ଧତି ଦର୍ଶାଏ ।

ଏକ କିଲୋଗ୍ରାମ୍ ପର୍କ ବା ଘୁଷୁରୀ ମାଂସକୁ ମଧ୍ୟମ ଆକାର ଖଣ୍ଡରେ କାଟି ପରିଷ୍କାର କରିଦିଅନ୍ତୁ ଏବଂ ନିମ୍ନଲିଖିତ ଜିନିଷ ସହିତ ମାରିନେଟ୍ କରିଦିଅନ୍ତୁ:
  • ଧନିଆଗୁଣ୍ଡ- 5-6 ଟେବୁଲ୍ ଚାମଚ
  • ଲଙ୍କା ଗୁଣ୍ଡ- 1 ଟେବୁଲ୍ ଚାମଚ (1-2 ମିନିଟ୍ ପର୍ଯ୍ୟନ୍ତ ଏହି ଗୁଣ୍ଡକୁ ଭାଜନ୍ତୁ)
  • ଗୋଲ ମରିଚଗୁଣ୍ଡ- 1 ଟେବୁଲ୍ ଚାମଚ (1-2 ମିନିଟ୍ ପର୍ଯ୍ୟନ୍ତ ଏହି ଗୁଣ୍ଡକୁ ଭାଜନ୍ତୁ)
  • ହଳଦିଗୁଣ୍ଡ- ½ ଚାଆ ଚାମଚ
  • ଧଳା ଭିନେଗାର- 2 ଟେବୁଲ୍ ଚାମଚ
  • ଲୁଣ- ସ୍ୱାଦ ଅନୁଯାୟୀ 
ଅଧଘଣ୍ଟା ପରେ, ଅଧ କପ୍‌ ପାଣି ଦେଇ 20ରୁ 25 ମିନିଟ୍ ପର୍ଯ୍ୟନ୍ତ ପ୍ରେସରକୁକରରେ ରାନ୍ଧନ୍ତୁ । ଏକ ଟାୱାରେ ତିନିରୁ ଚାରି ଟେବୁଲ୍ ଚାମଚ ତେଲ ଓ 10ରୁ 12 ପାଖୁଡା ରସୁଣ ଛେଚା ଫୁଟାଇ ଦିଅନ୍ତୁ ।

ଦୁଇ ଇଞ୍ଚର ଖଣ୍ଡେ ଅଦା ଏବଂ ଦୁଇଟି ପିଆଜ କାଟି ପକାନ୍ତୁ । ପିଆଜ ରଂଗହୀନ ହୋଇ ନରମ ହେବା ଯାଏ ଗୋଳାନ୍ତୁ । ଭୃଷଙ୍ଗ ପତ୍ର ଓ ପୂର୍ବରୁ ସିଝା ଯାଇଥିବା ପର୍କ ମିଶାଇ ଦିଅନ୍ତୁ ।

ଢ଼ାଙ୍କୁଣୀ ଦେଇ ଝୋଳ ମୋଟା ହେବା ପର୍ଯ୍ୟନ୍ତ ଆଉ କିଛି ମିନିଟ୍ ରାନ୍ଧନ୍ତୁ । ଭଲ ଭାବରେ ଗୋଳାନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia