Trade Media
     

କଦଳୀ ପତ୍ରରେ ଗୁଡା ହୋଇଥିବା ମାଛ ମସଲା

 
 
ଏହି ଭିଡିଓ କଦଳୀ ପତ୍ରରେ ଗୁଡାଯାଇଥିବା ମାଛ ମସଲା ପ୍ରସ୍ତୁତି ପଦ୍ଧତି ଦର୍ଶାଏ ।

ଏକ କିଲୋଗ୍ରାମ୍ ପରିଷ୍କାର କରାଯାଇଥିବା ସିର୍ ମାଛ, ପର୍ଲ ସ୍ପଟ୍ କିମ୍ବା ପମ୍ଫ୍ରେଟ୍ ପ୍ରସ୍ତୁତ ରଖନ୍ତୁ ।

ତିନିରୁ ଚାରି ଟେବୁଲ୍ ଚାମଚ ନଡିଆ ତେଲରେ ନିମ୍ନଲିଖିତଗୁଡିକ ଫୁଟାଇ ଦିଅନ୍ତୁ:
  • ପତଳା ଭାବରେ କଟାଯାଇଥିବା ପିଆଜ- 4ରୁ 5ଟି
  • ପତଳା ଭାବରେ କଟାଯାଇଥିବା ଅଦା- 2ରୁ 3 ଇଞ୍ଚ
  • ପତଳା ଭାବରେ କଟାଯାଇଥିବା ରସୁଣ- 10ରୁ 12 କୋଲା 
ଯେତେବେଳେ ଫୁଟା ଯାଇଥିବା ମିଶ୍ରଣ ହାଲ୍କା ବାଦାମୀ ରଂଗର ହୋଇଯାଏ, ନିଆଁରୁ କାଢ଼ି ଦିଅନ୍ତୁ ଏବଂ ଏହି ମିଶ୍ରଣକୁ ଅନ୍ୟ ଏକ ପାତ୍ରରେ କାଢ଼ି ରଖନ୍ତୁ ।

ବର୍ତ୍ତମାନ, ସେହି ପାତ୍ରରେ ଦୁଇ ଟେବୁଲ୍ ଚାମଚ ତେଲ ପକାନ୍ତୁ ଏବଂ ତଳେ ଦିଆଯାଇଥିବା ଜିନିଷରୁ ପ୍ରସ୍ତୁତ ପେଷ୍ଟ୍ ପକାଇ କଷନ୍ତୁ ।
  • ଲଙ୍କାଗୁଣ୍ଡ- 4 ଚାଆ ଚାମଚ
  • ହଳଦିଗୁଣ୍ଡ- ½ଚାଆ ଚାମଚ
  • ମେଥିଗୁଣ୍ଡ- 1/2 ଚାଆ ଚାମଚ 
ଏହି ବଟା ଖୁବ୍ କମ୍ ପାଣିରେ ଦୁଇ ତିନିଟି ପାଉଡର ଗୋଳାଇ କିମ୍ବା ଏ ସବୁ ମସଲାକୁ ଏକାଠି ବାଟି ପ୍ରସ୍ତୁତ କରାଯାଇଥାଏ ।

ମସଲା କଷି ହେବା ବାସ୍ନା ଆସିବା ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ । ତାହା ପରେ 250 ମିଲିଗ୍ରାମ୍ କଟା ହୋଇଥିବା ଟମାଟୋ ପକାନ୍ତୁ । ଟମାଟୋ ନରମ ହେବା ଯାଏଁ ରାନ୍ଧନ୍ତୁ । ଏବେ କଷା ହୋଇଥିବା ପିଆଜ- ରସୁଣ- ଅଦା ମିଶ୍ରଣ ପକାନ୍ତୁ । ଏକ ଚାମଚ ଭିନେଗାର ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ସବୁ ଜିନିଷ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଯେତେବେଳେ ସମସ୍ତ ଉପାଦାନ ଭଲ ଭାବରେ ମିଶିଯାଏ, ନିଆଁରୁ କଡାଇ ଓହ୍ଲାଇ ଦେଇ ରଖନ୍ତୁ ।

ଗୋଟିଏ କଦଳୀ ପତ୍ର ନିଅନ୍ତୁ ଓ ନରମ କରିବା ପାଇଁ ନିଆଁରେ ଦେଖାନ୍ତୁ । ତାହା ପରେ କଦଳୀ ପତ୍ର ଉପରେ ଟିକିଏ ତେଲ ଲେପ ଦିଅନ୍ତୁ ଓ ଟିକେ ମସଲା ଲଗାଇ ଦିଅନ୍ତୁ । ମସଲା ଉପରେ ମାଛ ଖଣ୍ଡଟିଏ ରଖନ୍ତୁ । ମାଛ ଉପରେ ଆଉ ଟିକେ ମସଲା ଦେଇ ମାଛକୁ କଦଳୀ ପତ୍ରରେ ଗୁଡାଇ ଭଲ ଭାବରେ କଷି ବାନ୍ଧି ଦିଅନ୍ତୁ ।

ମୋଟା ତଳ ଥିବା କଡେଇକୁ ଗରମ କରନ୍ତୁ ଏବଂ ମାଛ ପ୍ୟାକେଟକୁ କଡେଇରେ କିଛି ତେଲ ଢ଼ାଳି ସେଥିରେ ଭାଜିବାକୁ ପକାଇ ଦିଅନ୍ତୁ । କମ୍ ଆଞ୍ଚରେ ଏହାକୁ ଢ଼ାଙ୍କି ରାନ୍ଧନ୍ତୁ । ମାଛକୁ ମଝିରେ ମଝିରେ ଓଲଟାଇ ଦିଅନ୍ତୁ ।

ରନ୍ଧନବିଧି ପ୍ରସ୍ତୁତି: ଶ୍ରୀମତୀ ଲେଲୁ ରଏ (ଦ୍ରଷ୍ଟବ୍ୟ: ଲୋନଲି ପ୍ଲାନେଟ୍ ଆଣ୍ଡ୍ ରଫ୍ ଗାଇଡ୍)
ଇ-ମେଲ୍: simonroy@hotmail.com
ଟେଲିଫୋନ୍: +91 471 2215377 


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia