Trade Media
     

ଚିକେନ ଥୋରାନ୍

 
 
ଉପାଦାନଗୁଡିକ
  • କୁକୁଡା ମାଂସ ବା ଚିକେନ୍ ଖଣ୍ଡ (ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା)- 1/2 କି.ଗ୍ରା. (ହାଡ ବ୍ୟତୀତ)
  • ପିଆଜ (କଟା ଯାଇଥିବା)- 2 କପ୍
  • ରସୁଣ (ଚୁନା ଚୁନା କଟାଯାଇଥିବା)- 2 ଚାଆ ଚାମଚ
  • ଅଦା (ଚୁନା ଚୁନା କଟାଯାଇଥିବା)- 2 ଚାଆ ଚାମଚ
  • କଞ୍ଚା ଲଙ୍କା (ଚୁନା ଚୁନା କଟାଯାଇଥିବା)- 8ଟି
  • ଚିକେନ୍ ମସଲା ଗୁଣ୍ଡ- 2 ଚାଆ ଚାମଚ
  • ଗୋଲମରିଚ (ଗୁଣ୍ଡ ହୋଇଥିବା)- 1 ଚାଆ ଚାମଚ
  • ଜିରା- 1 ଚାଆ ଚାମଚ
  • ନଡିଆ (କୋରା ହୋଇଥିବା)- 1 କପ୍
  • ଭୃଷଙ୍ଗ ପତ୍ର
  • ଧନିଆ ପତ୍ର- 1/2 କପ୍
  • ଲୁଣ
  • ତେଲ
  • ସୋରିଷ- 1 ଚାଆ ଚାମଚ
  • ବିରିଡାଲି- 1 ଚାଆ ଚାମଚ
  • ତେଜପତ୍ର 
ପ୍ରସ୍ତୁତି ପଦ୍ଧତି
ଗୋଟିଏ କଡେଇ (ବଡ଼ ବାସନ)ରେ ତିନି ଚାଆ ଚାମଚ ତେଲ ଗରମ କରନ୍ତୁ । ସୋରିଷ ମଞ୍ଜି, ବିରି ଡାଲି, ଜିରା, ଭୃଷଙ୍ଗ ପତ୍ର, ଅଦା ଏବଂ ରସୁଣ ପକାନ୍ତୁ । ଏବେ କଞ୍ଚା ଲଙ୍କା ଓ ବଡ଼ ପିଆଜ ପକାନ୍ତୁ । ଭଲ ଭାବରେ ଗୋଳାଇ ଭାଜନ୍ତୁ ଏବଂ ଚିକେନ ଖଣ୍ଡ ପକାନ୍ତୁ । ଧୀରେ ଧୀରେ ଗୋଳାନ୍ତୁ । ଚିକେନ ମସଲା, ଗୋଲମରିଚ ଗୁଣ୍ଡ, ହଳଦି ଗୁଣ୍ଡ ଏବଂ ଲୁଣ ମିଶାନ୍ତୁ ।

ଆପଣ ଏବେ ଦୁଇ କପ୍ ପାଣି ମିଶାଇପାରିବେ । ତେଜ ପତ୍ର ପକାନ୍ତୁ । ପାତ୍ରକୁ ଢ଼ାଙ୍କି ଦେଇ ଭଲ ଭାବରେ ରାନ୍ଧନ୍ତୁ । ଯେତେବେଳେ ସବୁ ପାଣି ଶୋଷି ହୋଇଯାଏ, କୋରା ହୋଇଥିବା ନଡିଆ ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । କିଛି ଅଧିକ ସମୟ ପାଇଁ ରାନ୍ଧନ୍ତୁ । ଚୁନା ଚୁନା କଟା ହୋଇଥିବା ଧନିଆପତ୍ର ପକାଇ ଆଉ ଟିକେ ଗୋଳାଇ ଦିଅନ୍ତୁ ।

ସ୍ୱାଦିଷ୍ଟ ଏବଂ ମସଲାଦାର ଚିକେନଥୋରାନ୍ ଏବେ ଆପଣଙ୍କ ପାଇଁ ପ୍ରସ୍ତୁତ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia