Trade Media
     

ଚିଙ୍ଗୁଡି ଶୁଖୁଆ ବନ୍ଧାକୋବି

 
 
ଉପାଦାନଗୁଡିକ
  • ଚିଙ୍ଗୁଡି ଶୁଖୁଆ (ଛୋଟ ଆକାରର)- 1 କପ୍
  • ବନ୍ଧାକୋବି (ପତଳା କଟାଯାଇଥିବା)- 2 କପ୍
  • ପିଆଜ (ପତଳା କଟାଯାଇଥିବା)- 1 କପ୍
  • କୋରା ନଡିଆ- 1 କପ୍
  • କଞ୍ଚା ଲଙ୍କା (ଛୋଟ କଟାଯାଇଥିବା)- 5ଟି
  • ଗରମ ମସଲା- 1/2 ଚାଆ ଚାମଚ
  • ରସୁଣ- 4 କୋଲା
  • ଜିରା- 1 ଚାଆ ଚାମଚ
  • ଅଦା (ଛୋଟ କଟା ହୋଇଥିବା)- 1/2 ଚାଆ ଚାମଚ
  • ଗୋଲମରିଚ ଗୁଣ୍ଡ- 1/2 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଲୁଣ
  • ତେଲ
  • ଧନିଆପତ୍ର 
ସଜାଇବା ପାଇଁ ଉପାଦାନଗୁଡିକ
  • ସୋରିଷ- 1 ଚାଆ ଚାମଚ
  • ବିରି (ଫାଳ)- 1 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଶୁଖିଲା ଲଙ୍କା- 3ଟି

ପ୍ରସ୍ତୁତି ପଦ୍ଧତି

କଡାଇ (ବଡ଼ ପାତ୍ରରେ) ତିନି ଚାଆ ଚାମଚ ତେଲ ନେଇ ଗରମ କରନ୍ତୁ । ଏଥିରେ ସୋରିଷ ପକାନ୍ତୁ । ଯେତେବେଳେ ଫୁଟିବାକୁ ଆରମ୍ଭ ହୁଏ, ବିରିଡାଲି, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର, ଅଦା ଏବଂ ରସୁଣ ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । ବର୍ତ୍ତମାନ, ଜିରା, କଞ୍ଚାଲଙ୍କା, ଚିଙ୍ଗୁଡି ଶୁଖୁଆ, ହଳଦିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା ପକାନ୍ତୁ । ଅଳ୍ପ ପାଣି ଦେଇ ଲୁଣ ପକାନ୍ତୁ । ପାତ୍ରକୁ ଢ଼ାଙ୍କି 8 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଏବେ ପାତ୍ରର ଢ଼ାଙ୍କୁଣୀ ବାହାର କରିଦିଅନ୍ତୁ । ଅଳ୍ପ ଟିକେ ଗୋଳାଇ ବଡ଼ ପିଆଜ, ବନ୍ଧାକୋବି ଏବଂ କୋରା ହୋଇଥିବା ନଡିଆ ପକାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ । ପାତ୍ରକୁ ଢ଼ାଙ୍କି ଦିଅନ୍ତୁ ଏବଂ ଆଉ କିଛି ସମୟ ପାଇଁ ରାନ୍ଧନ୍ତୁ । ସବୁ ପାଣି ମରିଯାଇଛି କି ନା ଦେଖିବା ପାଇଁ ଢ଼ାଙ୍କୁଣୀ ଖୋଲି ଦେଖନ୍ତୁ । ପାତ୍ରକୁ ଢ଼ାଙ୍କି ଦେଇ ଆଉ କିଛି ସମୟ ରାନ୍ଧନ୍ତୁ ।

ଚୁନା ଚୁନା କଟା ହୋଇଥିବା ଧନିଆ ପତ୍ରରେ ସଜାଇବା ପରେ ଗରମ ଗରମ ଚିଙ୍ଗୁଡି ଶୁଖୁଆ ବନ୍ଧାକୋବି ତରକାରି ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia