Trade Media
     

ଅଣ୍ଡା କୋଟୁ

 
 
ଉପାଦାନଗୁଡିକ
  • ଭଲ ଭାବରେ ସିଝିଥିବା ଅଣ୍ଡା- 4ଟି
  • ପିଆଜ (କଟା ହୋଇଥିବା)- 1 କପ୍
  • ଶୁଖିଲା ଲଙ୍କା ଚୁନା ଚୁନା କଟା ହୋଇଥିବା- 3ଟି
  • ଟମାଟୋ (କଟା ହୋଇଥିବା)- 1 କପ୍
  • ଗରମ ମସଲା- 1 ଚାଆ ଚାମଚ
  • ଧନିଆ ଗୁଣ୍ଡ- - 1 ଚାଆ ଚାମଚ
  • ଜିରା- 1 ଚାଆ ଚାମଚ
  • ଶୁଖିଲା ଲଙ୍କା ଗୁଣ୍ଡ- - 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଅଦା-ରସୁଣ ବଟା - 1 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଧନିଆ ପତ୍ର
  • ଲୁଣ
  • ତେଲ 
ପ୍ରସ୍ତୁତି ପଦ୍ଧତି
ତିନି ଚାଆ ଚାମଚ ନଡିଆ ତେଲ କଡେଇରେ ଗରମ କରନ୍ତୁ । ଜିରା ପକାନ୍ତୁ ଓ ଅଦା-ରସୁଣ ବଟା ଦେଇ କିଛି ସମୟ ଭାଜନ୍ତୁ । ଏଥିରେ କଟା ହୋଇଥିବା ବଡ଼ ପିଆଜ, କଞ୍ଚା ଲଙ୍କା ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ । ଏଗୁଡିକ ଭାଜି ହୋଇ ବାଦାମୀ ହେବା ପରେ ଟମାଟୋ ପକାଇ ଗୋଳାଇ ଦିଅନ୍ତୁ । ଏବେ ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ ଏବଂ ଗରମ ମସଲା ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । ଏଥିରେ ଅଧକପ୍ ପାଣି ଦିଅନ୍ତୁ । ଧୀରେ ଧୀରେ ଗୋଳାନ୍ତୁ । ଏବେ ଲୁଣ ପକାନ୍ତୁ ।

ଯେତେବେଳେ ଏହା ଫୁଟିବାକୁ ଆରମ୍ଭ କରେ, ପ୍ରତ୍ୟେକ ଅଣ୍ଡାକୁ ଚାରିରୁ ଛଅ ଭାଗରେ କାଟି ଦିଅନ୍ତୁ ଏବଂ କଡାଇରେ ଫୁଟୁଥିବା ଜିନିଷରେ ଏହାକୁ ପକାନ୍ତୁ । ଅଣ୍ଡାର କେଶରକୁ ନ ଭାଂଗି ଗୋଳାନ୍ତୁ ।

ଅଣ୍ଡା କୋଟୁ ଉପରେ କଟା ହୋଇଥିବା ଧନିଆପତ୍ର ପକାଇ ଗରମ ଗରମ ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia