ମାରିନେସନ ପାଇଁ ଆବଶ୍ୟକ ଜିନିଷଗୁଡିକ
- ମଟନ- 1/2 କି.ଗ୍ରା (ମଧ୍ୟମ ଆକାରରେ କଟା ଯାଇଥିବା)
- ଧନିଆ ପତ୍ର- 25 ଗ୍ରାମ୍
- ପୁଦିନା ପତ୍ର- 25 ଗ୍ରାମ୍
- ଭୃଷଙ୍ଗ ପତ୍ର- 10 ଗ୍ରାମ୍
- କଞ୍ଚା ଲଙ୍କା- 5ଟି
- ଜିରା- 1 ଚାଆ ଚାମଚ
- ରସୁଣ (ଛୋଟ କଟା ହୋଇଥିବା)- 2 ଚାଆ ଚାମଚ
- ଅଦା (ଛୋଟ କଟା ହୋଇଥିବା) – 2 ଚାଆ ଚାମଚ
- ହଳଦିଗୁଣ୍ଡ- 1/2 ଚାଆ ଚାମଚ
- ଲେମ୍ବୁ ରସ- 1 ଚାଆ ଚାମଚ
- ପୋସ୍ତ ବଟା- 1 ଚାଆ ଚାମଚ
- ଦହି- 1/2 କପ୍
- ଧନିଆଗୁଣ୍ଡ- 2 ଚାଆ ଚାମଚ
- ଜୁଆଣୀ ଗୁଣ୍ଡ- 1/2 ଚାଆ ଚାମଚ
ବିରିଆନି ରାଇସ ପାଇଁ ଉପାଦାନଗୁଡିକ
- ଘିଅ- 3 ଚାଆ ଚାମଚ
- ଡାଲଚିନି- 5ରୁ 6 ଖଣ୍ଡ
- ତେଜପତ୍ର- 1
- ଗୁଜୁରାତି- 4ରୁ 5ଟି
- ଭୃଷଙ୍ଗ ପତ୍ର
- ପିଆଜ (ଛୋଟ ଛୋଟ କଟାଯାଇଥିବା)- 1 କପ୍
- ବିରିଆନି ଚାଉଳ- 250 ଗ୍ରାମ୍
- ପାଣି- 1/2 ଲିଟର
ମସଲା ପାଇଁ ଉପାଦାନଗୁଡିକ
- ଘିଅ- 2 ଟେବୁଲ୍ ଚାମଚ
- ଡାଲଚିନି- 5ଟି
- ତେଜପତ୍ର- 1
- ଲବଙ୍ଗ- 4ଟି
- ଗୁଜୁରାତି- 4ଟି
- ଜାଇଫଳ- 100 ଗ୍ରାମ୍
- ଟମାଟୋ- 1
ସାଜସଜ୍ଜା ପାଇଁ ଉପାଦାନଗୁଡିକ
- ପିଆଜ (କଟା ଯାଇଥିବା)- 1 କପ୍
- କାଜୁ ବାଦାମ- ¼ କପ୍
- ରେଜିନ୍ସ ବା କିସ୍ମିସ୍- 1/4 କପ୍
ପ୍ରସ୍ତୁତି ପଦ୍ଧତି
ଆପଣ ମଟନ ଖଣ୍ଡଗୁଡିକୁ ମାରିନେଟ୍ କରିବା ସହିତ ଆରମ୍ଭ କରିପାରନ୍ତି । ମଟନ ଖଣ୍ଡଗୁଡିକୁ ଗୋଟିଏ ପାତ୍ରରେ ନିଅନ୍ତୁ ଏବଂ ରସୁଣ, ଲବଙ୍ଗ, ଡାଲଚିନି, ଜୁଆଣି, କଞ୍ଚାଲଙ୍କା, ହଳଦିଗୁଣ୍ଡ, ପୋସ୍ତ ବଟା, କଟା ଯାଇଥିବା ଅଦା, ଜାଇଫଳ, ତେଜପତ୍ର, ପୁଦିନା ପତ୍ର, ଜିରା, ଡାଲଚିନି, ଧନିଆଗୁଣ୍ଡ, ଲେମ୍ବୁ ରସ, ଭୃଷଙ୍ଗ ପତ୍ର, ଦହି ଏବଂ ଲୁଣ । ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ଅଲଗା ରଖନ୍ତୁ ।
ଏବେ ଗୋଟିଏ କଡେଇରେ ଏକ ଚାମଚ ଘିଅ ଗରମ କରନ୍ତୁ । କାଜୁ ବାଦାମ ପକାଇ ଦିଅନ୍ତୁ । ବାଦାମୀ ହେବା ପରେ ଓହ୍ଲାଇ ଦିଅନ୍ତୁ । କିସମିସଗୁଡିକୁ ମଧ୍ୟ ଠିକ୍ ସେହିପରି ଭାଜି ଦିଅନ୍ତୁ । ଆପଣ ମଧ୍ୟ ଏବେ ବଡ଼ ପିଆଜ, ଲୁଣ ଏବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏଗୁଡିକୁ ଅଲଗା କରି ରଖନ୍ତୁ ।
ଗୋଟିଏ କଡେଇରେ ତିନି ଚାଆ ଚାମଚ ଘିଅ ଗରମ କରନ୍ତୁ । କଟା ହୋଇଥିବା ପିଆଜ ପକାଇ ଭାଜନ୍ତୁ । ଏଥିରେ ଟମାଟୋ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ମାରିନେଟ୍ ହୋଇଥିବା ମଟନ୍ ପକାନ୍ତୁ । ଯଥେଷ୍ଟ ପାଣି ଦେଇ ଆଉ ଟିକେ ଗୋଳାନ୍ତୁ । ପାତ୍ରକୁ ଢ଼ାଙ୍କି ଦିଅନ୍ତୁ ଏବଂ ରାନ୍ଧନ୍ତୁ ।
ଆଉ ଗୋଟିଏ ପାତ୍ର ନେଇ ଚାରି ଚାଆ ଚାମଚ ଘିଅ ପକାନ୍ତୁ । ଲବଙ୍ଗ, ଜୁଆଣି, ଡାଲଚିନି, ଜିରାଗୁଣ୍ଡ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ । ଏଥିରେ ଗୁଜୁରାତି ଓ ପିଆଜ ପକାନ୍ତୁ । ଭଲ ଭାବରେ ଗୋଳାଇ ଦେଇ ଚାଉଳ ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ । ପାଣିକୁ ଢ଼ାଙ୍କିଲା ପରି ଚାଉଳ ପକାନ୍ତୁ । ଏବେ ଲୁଣ ପକାନ୍ତୁ । ପାତ୍ରର ଢ଼ାଙ୍କୁଣୀ ଦେଇ ରାନ୍ଧନ୍ତୁ ।
ଏବେ ମଟନ ରନ୍ଧା ଯାଇଥିବା ପାତ୍ରର ଢ଼ାଙ୍କୁଣୀ ଖୋଲନ୍ତୁ । ଟିକେ ଗୋଳାଇ ଦିଅନ୍ତୁ ।
ଭାତ ରନ୍ଧା ଯାଇଥିବା ପାତ୍ରରୁ, କିଛି ରନ୍ଧା ଯାଇଥିବା ଭାତକୁ ଗୋଟିଏ ପାତ୍ରକୁ ଆଣନ୍ତୁ । କିଛି ମଟନ ଖଣ୍ଡ ନେଇ ତାହା ଉପରେ ରଖନ୍ତୁ । ତାହା ଉପରେ ପାତ୍ରର ଅବଶିଷ୍ଟ ଭାତ ରଖନ୍ତୁ । ରନ୍ଧା ଯାଇଥିବା ଭାତକୁ ମଟନ ଖଣ୍ଡ ଉପରେ ଥାକ ଥାକ କରି ରଖନ୍ତୁ । ଶେଷରେ ଉପରେ କାଜୁବାଦାମ, କିସମିସ୍ ଏବଂ ପିଆଜ ଭଜା ପକାନ୍ତୁ । ଧନିଆପତ୍ର ମିଶାଇ କିଛି ମିନିଟ୍ ପାଇଁ ରାନ୍ଧନ୍ତୁ ।
ଏବେ କେରଳ ମାଲବାର ଅଂଚଳର ଏହି ଲୋକପ୍ରିୟ ବ୍ୟଞ୍ଜନ ପ୍ରସ୍ତୁତ ।