Trade Media
     

ନେଥୋଲିଭାଜାଇଲାଇଲପୋଲିଚାଟୁ

 
 
ଉପାଦାନଗୁଡିକ
  • ନେଥୋଲି (ଆଙ୍କୋଭି) ମାଛ- 1 କପ୍
  • ଛୋଟ ପିଆଜ (କଟା ହୋଇଥିବା)- 1 କପ୍
  • ଅଦା (ବଟା ହୋଇଥିବା)- 1 ଚାଆ ଚାମଚ
  • ରସୁଣ (ବଟା ହୋଇଥିବା)- 1 ଚାଆ ଚାମଚ
  • କାନ୍ଥାରିମୁଲାକୁ ବା କଞ୍ଚାଲଙ୍କା ଛେଚା- 1 ଚାଆ ଚାମଚ
  • ଗୁଣ୍ଡ ହୋଇଥିବା ଗୋଲମରିଚ- 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଲୁଣ
  • ନଡିଆ ତେଲ 

ପ୍ରସ୍ତୁତି ପଦ୍ଧତି
ଦୁଇ ଚାଆ ଚାମଚ ତେଲ ନିଅନ୍ତୁ ଏବଂ ଗୋଟିଏ କଡେଇରେ ଗରମ କରନ୍ତୁ । ଅଦା, ରସୁଣ, କଞ୍ଚା ଲଙ୍କା ଏବଂ ପିଆଜ ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ ଏବଂ ତିନି ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ ।

ଏବେ ହଳଦିଗୁଣ୍ଡ ଏବଂ ଗୁଣ୍ଡ ହୋଇଥିବା ଗୋଲମରିଚ ପକାନ୍ତୁ । ଭଲ ଭାବରେ ଗୋଳାନ୍ତୁ ଏବଂ ଲୁଣ ମିଶାନ୍ତୁ । ପରିଷ୍କାର ହୋଇଥିବା ନେଥୋଲି (ଆଙ୍କୋଭି) ମାଛ, ମିଶାନ୍ତୁ । ଭଲ ଭାବରେ ଗୋଳାନ୍ତୁ ଏବଂ କିଛି ସମୟ ପାଇଁ ରାନ୍ଧନ୍ତୁ ।

ଏବେ କଡ଼ାଇକୁ ଅଲଗା ରଖନ୍ତୁ ଏବଂ ଏକ ମାଟି ପାତ୍ରରେ ଦୁଇ ଚାଆ ଚାମଚ ତେଲ ଗରମ କରନ୍ତୁ । ଏହି ପାତ୍ର ଭିତରେ ବାମ୍ଫରେ ସିଝିଥିବା କଦଳୀ ପତ୍ରରେ ରଖନ୍ତୁ ଏବଂ ଏଥିରେ କିଛି ତେଲ ପକାନ୍ତୁ । ପରିଷ୍କାର ହୋଇଥିବା ନେଥୋଲି (ଆଙ୍କୋଲି) ମାଛକୁ କଦଳୀ ପତ୍ର ଉପରେ ରଖନ୍ତୁ ଏବଂ ଗୁଡାଇ ଦିଅନ୍ତୁ । ମାଟିପାତ୍ରକୁ ଢ଼ାଙ୍କି ଦିଅନ୍ତୁ ଓ କମ୍ ଆଞ୍ଚରେ ରାନ୍ଧନ୍ତୁ ।

ଯେତେବେଳେ ଭଲ ଭାବରେ ସିଝିଯାଏ, ଚୁଲିରୁ ଓହ୍ଲାଇ ଆଣନ୍ତୁ । ଭୃଷଙ୍ଗ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia