Trade Media
     

ବରୁଥରଚା କୁକୁଡା ମାଂସ ତରକାରି

 
 
ଉପାଦାନଗୁଡିକ
  • ଚିକେନ୍- 1/2 କି.ଗ୍ରା. (ହାଡ ବ୍ୟତୀତ)
  • ନଡିଆ (ବଟା ହୋଇଥିବା)- 1 କପ୍
  • ଅଦା – 1 ଇଞ୍ଚ ଲମ୍ବା ଖଣ୍ଡ
  • ରସୁଣ- 6ଟି
  • କଞ୍ଚା ଲଙ୍କା- 6ଟି
  • ନଡିଆ ତେଲ
  • ଛୋଟ ପିଆଜ- 1 କପ୍
  • ବଡ଼ ପିଆଜ- 1ଟି
  • ଟମାଟୋ- 1ଟି
  • ଲଙ୍କା ଗୁଣ୍ଡ- 1 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଧନିଆ ଗୁଣ୍ଡ- 2 ଚାଆ ଚାମଚ
  • ଗରମ ମସଲା- 1/2 ଚାଆ ଚାମଚ
  • ଭୃଷଙ୍ଗ ପତ୍ର
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ
ଗୋଟିଏ କଡାଇରେ ଦୁଇ ଚାମଚ ତେଲ ଗରମ କରନ୍ତୁ ଏବଂ କୋରା ହୋଇଥିବା ନଡିଆ ଭାଜି ପକାନ୍ତୁ । ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ହଳଦିଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯେତେବେଳେ ଏହି ମିଶ୍ରଣ ବାଦାମୀ ରଂଗର ହୋଇଯାଏ, ଏହାକୁ ବାଟି ଦିଅନ୍ତୁ ଏବଂ ଅଲଗା କରି ରଖନ୍ତୁ ।

ବର୍ତ୍ତମାନ ଗୋଟିଏ କଡେଇ ନିଅନ୍ତୁ ଓ କିଛି ତେଲ ଗରମ କରନ୍ତୁ । ଏଥିରେ ପିଆଜ, ରସୁଣ, କଞ୍ଚା ଲଙ୍କା ଓ ରସୁଣର ମିଶ୍ରଣ ମିଶାନ୍ତୁ । କିଛି ସମୟ ପାଇଁ ଭାଜନ୍ତୁ । ଏବେ ଚିକେନ୍ ଖଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ । ପ୍ରାୟ ଦୁଇ କପ୍ ପାଣି ଦିଅନ୍ତୁ । ଧୀରେ ଧୀରେ ଗୋଳାନ୍ତୁ । କଡାଇ ଢ଼ାଙ୍କି ଦିଅନ୍ତୁ ଏବଂ କିଛି ସମୟ ପାଇଁ ରାନ୍ଧନ୍ତୁ ।

କଡାଇ ଖୋଲନ୍ତୁ ଏବଂ ବଡ଼ ବଡ଼ ପିଆଜ ଓ ଟମାଟୋ ପକାନ୍ତୁ । ଆଉ କିଛି ପାଣି ଦିଅନ୍ତୁ । ଏବେ କଡ଼ାଇକୁ ଢ଼ାଙ୍କି ଦେଇ 20 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ।

ଏବେ ଆପଣ ଢ଼ାଙ୍କୁଣୀ କାଢ଼ି ଦେଇପାରିବେ ଏବଂ ଅଲଗା ରଖାଯାଇଥିବା ବଟା ମସଲା ମିଶାଇଦେବେ । କିଛି ପାଣି ଦିଅନ୍ତୁ । ଭଲ ଭାବରେ ଗୋଳାନ୍ତୁ । କିଛି ଭୃଷଙ୍ଗ ପତ୍ର ପକାନ୍ତୁ । କମ୍ ଆଞ୍ଚରେ ଆଉ ଦଶ ମିନିଟ୍ ରାନ୍ଧନ୍ତୁ ।

ଏବେ ଏହି ସୁଆଦିଆ ଚିକେନ୍ ତରକାରିର ଆନନ୍ଦ ନେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia